ପରୀକ୍ଷା କେନ୍ଦ୍ର ସାମ୍ନାରେ ଶୁଭ କଳସୀ ସ୍ଥାପନ କରାଯାଇଥିଲା। ପ୍ରତି ପରୀକ୍ଷାର୍ଥୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରୁଥିଲେ ଶିକ୍ଷକ ଶିକ୍ଷୟତ୍ରୀ । ଛାତ୍ରଛାତ୍ରୀଙ୍କ ଜୀବନର ସବୁଠାରୁ ବଡ ପରୀକ୍ଷା ପାଇଁ ଥିଲା ଏତେ ସବୁ ଆୟୋଜନ । ଗୁରୁବାର ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ସକାଳ ସାଢେ ୮ ଟା ସୁଦ୍ଧା ପରୀକ୍ଷାର୍ଥୀ ମାନେ କେନ୍ଦ୍ର ମାନଙ୍କରେ ପହଞ୍ଚି ସାରିଥିଲେ । ଠିକ ୯ ଟାରେ ଆରମ୍ଭ ହେଲା ପରୀକ୍ଷା […]
Continue readingCategory Archives: ରାଜ୍ୟ
ମାର୍ଚ୍ଚ ୧୬ରେ ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ,୨୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ
ମାର୍ଚ୍ଚ ୧୬ରେ ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଏନେଇ କାର୍ଯ୍ୟସୂଚୀ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିସନ । ୨୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ୫ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ । ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟସଭା ଆସନ ଦଖଲ ପାଇଁ ଆରମ୍ଭ ହୋଇଛି ରଣନୀତି । ଖାସକରି ଚତୁର୍ଥ ଆସନକୁ ନେଇ ସବୁଠୁ ବେଶି ଚର୍ଚ୍ଚା ।ତାରିଖ ଘୋଷଣା ସହ […]
Continue readingଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ – ୨୦୨୬’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
ଭାରତ ଆଜି ବିଶ୍ୱର ଏକ ପ୍ରମୁଖ ବୈଷୟିକ ଶକ୍ତି ଭାବେ ଉଭା ହେଉଥିବା ବେଳେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଏହି ଯାତ୍ରାରେ ଏକ ନୂତନ ଅଧ୍ୟାୟ ଯୋଡ଼ିବାକୁ ଯାଉଛି ବୋଲି ମଙ୍ଗଳବାର ନୂଆଦିଲ୍ଲୀରେ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬’ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ “ପୁସିଂ ଦ ଫ୍ରଣ୍ଟିୟର୍ ଅଫ୍ ଏଆଇ ଇନ୍ ଇଣ୍ଡିଆ” […]
Continue readingସମ୍ବଲପୁରରେ ଦିଶା ବୈଠକରେ ଯୋଗ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁରରେ ଜିଲ୍ଲାସ୍ତରୀୟ ‘ଦିଶା’ ବୈଠକ: ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷାସମ୍ବଲପୁର: ଆଜି ସମ୍ବଲପୁରଠାରେ ଜିଲ୍ଲା ସମନ୍ୱୟ ଓ ତଦାରଖ କମିଟି ବା ‘ଦିଶା’ (DISHA) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।ସମ୍ବଲପୁର ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକର କାର୍ଯ୍ୟକାରିତା ଏବଂ ଅଗ୍ରଗତି ନେଇ ବୈଠକରେ […]
Continue readingସମ୍ବଲପୁରରେ “ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା” ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଗରିବ ଓ ସାଧାରଣ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଆମର ପ୍ରାଥମିକତାରେ ରହିଛି । ଏହି ଲକ୍ଷ୍ୟରେ ସମ୍ବଲପୁର ଜିଲ୍ଲାରେ ବସବାସ କରୁଥିବା ୩ ଲକ୍ଷ ପରିବାର ତଥା ୧୫ ଲକ୍ଷ ଜନସାଧାରଣଙ୍କ ପାଖରେ ମୌଳିକ ସୁବିଧା ଉପଲବ୍ଧ କରାଇବା ସହ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ତଥା ଜୀବନଜୀବିକା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋମବାର ସମ୍ବଲପୁର ଅଇଁଠାପାଲି ଠାରେ ଆୟୋଜିତ ସୁଭଦ୍ରା […]
Continue readingଆଜି ଜାଗର,ହର ହର ମହାଦେବ ନାରାରେ ପ୍ରକମ୍ପିତ ଶୈବ ପୀଠ
ଆଜି ଜାଗର। ଦେବାଧି ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ବିଶେଷ ଦିନ । ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଉଛି ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ । ସଜେଇ ହୋଇଛି ରାଜ୍ୟ ତଥା ଦେଶର ତମାମ ଶିବ ମନ୍ଦିର । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଠାରୁ ଆରମ୍ଭ କରି ସଠିକ ସମୟରେ ସମସ୍ତ ନୀତି ସମ୍ପାଦନ ଓ ମହାଦୀପ ଉଠିବା ନେଇ ନୀତିନିର୍ଘଣ୍ଟ ଧାର୍ଯ୍ୟ ହୋଇଛି […]
Continue readingପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ
ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ। ରବିବାର ସନ୍ଧ୍ୟାରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଗୁରୁବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ହଠାତ୍ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଯାହାପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ସନ୍ଧ୍ୟା ୬.୧୮ ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି । […]
Continue readingଶିକ୍ଷାକୁ ରାଜନୀତିର ଉର୍ଦ୍ଧ୍ୱରେ ରଖିଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ ହେବ – ଧର୍ମେନ୍ଦ୍ର ପ୍ରଧାନ
ବର୍ତ୍ତମାନ ସମୟରେ ଶିକ୍ଷା ବଦଳରେ ଭୋଟ୍ ବ୍ୟାଙ୍କ୍ ରାଜନୀତି ପଶ୍ଚିମବଙ୍ଗ ସରକାରଙ୍କ ପ୍ରାଥମିକତା ହୋଇଛି ବୋଲି ଆଜି କୋଲକାତା ଠାରେ ଆୟୋଜିତ ‘ମହାନଗର ଶିକ୍ଷକ ସମ୍ମିଳନୀ’ରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ପଶ୍ଚିମବଙ୍ଗ ପବିତ୍ର ମାଟି ଭାରତକୁ ବୌଦ୍ଧିକ ଏବଂ ବୈଚାରିକ ନେତୃତ୍ୱ ପ୍ରଦାନ କରିଛି । ସ୍ୱାମୀ ବିବେକାନନ୍ଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ […]
Continue reading‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ନବରଙ୍ଗପୁର ଠାରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ନବରଙ୍ଗପୁର ସମେତ ଭଦ୍ରକ, ବାରିପଦା, ସମ୍ବଲପୁର, ଏବଂ ବ୍ରହ୍ମପୁର ଠାରୁ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ ହୋଇଛି । ଆସନ୍ତା ୪ ବର୍ଷରେ ଏହି ଯୋଜନାରେ ମହାପ୍ରଭୁଙ୍କ ଦର୍ଶନ କରିବେ ୧ ଲକ୍ଷରୁ ଉର୍ଦ୍ଧ୍ୱ । ଚଳିତ ବର୍ଷ ୫ଟି ଜିଲ୍ଲାରୁ ପ୍ରାୟ ୫୦୦୦ ଶ୍ରଦ୍ଧାଳୁ ଏସ୍କଟ ଅଫିସରଙ୍କ ସହିତ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ, […]
Continue readingପାଠ ପଢ଼ାବେଳେ, ହିଂସା, ନିଶାର ବିଷ; କାହାର ଅବହେଳା ପାଇଁ ବଳି ପଡ଼ୁଛି ଶୈଶବ?
କନ୍ଧମାଳରୁ ନୟାଗଡ଼— ବ୍ରହ୍ମପୁରରୁ ବାଲେଶ୍ବର ଚିତ୍ର ସମାନ, କେବଳ ଚରିତ୍ର ବଦଳିଛି। ସପ୍ତମରୁ ନବମ,ଦଶମ ଶ୍ରେଣୀର ଛାତ୍ରମାନେ ପିଟା ପିଟି ହେବା ଏବଂ ନିଶା ପିଇ ମାତାଲ ହେବାର ଚିତ୍ର ବାରମ୍ବାର ଆସୁଛି । ବିଦ୍ୟାଳୟ ପରିସରରେ ମଦ୍ୟପାନ କରି ଅଚେତ ହୋଇ ପଡ଼ିବା କେବଳ ଏକ ଖବର ନୁହେଁ, ବରଂ ଏହା ଏକ ସାମାଜିକ ସଂକ୍ରମଣର ଭୟଙ୍କର ସୂଚନା। ଯେଉଁ ବୟସରେ ପିଲାଙ୍କ ହାତରେ କଲମ ଓ ବହି ରହିବା କଥା, ସେହି ବୟସରେ ହଣା […]
Continue reading









