ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ରେ ହୋଇଥିବା କ୍ୟାବିନେଟ ମିଟିଂରେ ଭାରତୀୟ ରେଳବାଇକୁ ଆଧୁନିକ ଓ ଅଧିକ କ୍ଷମତାଶୀଳ କରିବା ଦିଗରେ ବଡ଼ ପଦକ୍ଷେପ ନିଆଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଦେଶର ୭ଟି ରେଲୱେ ପ୍ରୋଜେକ୍ଟକୁ ଫୋର୍ ଲେନ୍ କରିବା ନେଇ ମଞ୍ଜୁରୀ ମିଳିଛି । ଦେଶର ସବୁଠାରୁ ବ୍ୟସ୍ତ ରେଳ ରୁଟରେ ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ (HDN) […]
Continue readingCategory Archives: ରାଜ୍ୟ
ଓଡ଼ିଶା ଇନଭେଷ୍ଟର୍ସ ମିଟ୍: ଅଭିଯାନର ପ୍ରଥମ ଦିନରେ ଆଇଏଚସି ଗ୍ରୁପ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ଦେଖାଇଛି
ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ପାଇଁ ପାଞ୍ଚ ଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆବୁଧାବି ପହଞ୍ଚିବା ପରଠୁ ଆଜି ଯାଏଁ ଅନ୍ତର୍ଜାତୀୟ ନିବେଶକଙ୍କ ସହ ମାରାଥନ ବୈଠକ କରୁଛନ୍ତି । ଇନଭେଷ୍ଟର୍ସ ମିଟ ଅଭିଯାନର ପ୍ରଥମ ଦିନରେ ଆଇଏଚସି ଗ୍ରୁପ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ଦେଖାଇଛି । ୧୪ ପ୍ରକଳ୍ପରେ ୨.୧୦୫ ଟ୍ରିଲିୟନ ନିବେଶ ହେବ ବୋଲି ଆକଳନ କରାଯାଉଛି । ସେହିପରି ଓଡ଼ିଶାଭିତ୍ତିକ କମ୍ପାନିଙ୍କ ଉତ୍ପାଦକୁ ବିଶ୍ୱ ବଜାରରେ […]
Continue readingସରିଲା ରାଜ୍ୟ କାର୍ଯ୍ୟକାରିଣୀ,ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଗାଁକୁ ଫୋକସ କରିବାକୁ ପରାମର୍ଶ ଦେଲେ କେନ୍ଦ୍ରୀୟ ନେତୃତ୍ୱ
ସରିଲା ରାଜ୍ୟ କାର୍ଯ୍ୟକାରିଣୀ | ଦିଲ୍ଲୀ ଗଲେ ଶୀର୍ଷ ନେତୃତ୍ୱ, ଗାଁକୁ ବାହାରିଲେ ନେତା | ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀରେ ପ୍ରସ୍ତୁତ ହେଲା ରାଜ୍ୟ ବିଜେପିର ତିନି ମାସିଆ ରୋଡ଼ ମ୍ୟାପ | ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଗାଁକୁ ଫୋକସ କରିବାକୁ ପରାମର୍ଶ ଦେଇଥିଲେ କେନ୍ଦ୍ରୀୟ ନେତୃତ୍ୱ | ପଂଚାୟତ ପୌର ନିର୍ବାଚନକୁ ମାସ କେଇଟା ବାକି ଥିବାବେଳେ ଏବେଠାରୁ ଗାଁ ମୁହାଁ ହେଲେଣି ବିଜେପି ନେତା | ଆଗାମୀ ପଂଚାୟତ, […]
Continue readingସୋସିଆଲ ମିଡିଆରେ ସମୟ ନଷ୍ଟ ନକରି ପାଠପଢ଼ାରେ ଫୋକସ୍ କରିବାକୁ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ
କାହିଁ କେଉଁ କାଳରୁ ରହିଆସିଛି ଗୁରୁ-ଶିଷ୍ୟ ମହାନ ପରମ୍ପରା । ଆଜି ସବୁ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳନ ହୋଇଛି। ଏହି ଅବସରରେ କଟକରେ ରାଜ୍ୟସ୍ତରୀୟ ସମାରୋହକୁ ସମ୍ୱୋଧିତ କରି ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆଜି ଗୁରୁ ଦିବସ ପରେ ସ୍କୁଲ ଛୁଟି ନହୋଇ ପାଠପଢ଼ା ହୋଇଥିବା ବେଳେ, ବନ୍ୟା ପ୍ରଭାବିତ ଅଞ୍ଚଳରେ ବହୁ ସ୍କୁଲରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି ।ସ୍କୁଲକୁ ଗଲେ […]
Continue readingଇଓଏସ୍-୦୫ ସାଟେଲାଇଟର ଉତକ୍ଷେପଣ କଲା ଇସ୍ରୋ,ଭାରତୀୟ ଉପ ମହାଦ୍ୱୀପକୁ ଲଗାତାର ନିରୀକ୍ଷଣ କରିବ
ଭାରତୀୟ ମହାକାଶ ଅନୁସଂଧାନ ସଂସ୍ଥା ବା ଇସ୍ରୋର ଇତିହାସ । ଇସ୍ରୋ ସତୀଶ ଧାଓ୍ୱନ ସ୍ପେଶ୍ ସେଣ୍ଟରରୁ ଜିଏସଏଲଭି-ଏଫ୍ ୧୭ ରକେଟରୁ ଇଓଏସ୍-୦୫ ସାଟେଲାଇଟର ଉତକ୍ଷେପଣ କରିଛି । ଏହି ସାଟେଲାଇଟ୍ ଜିଆଇସାଟ୍ ୭ଏ ନାମରେ ପରିଚିତ । ଏହାର ଓଜନ ପ୍ରାୟ ୨୩୬୭ କେଜି । ଏହାକୁ ଶୁକ୍ରବାର ସ୍ପେଶ୍ ସେଣ୍ଟରର ଦ୍ୱିତୀୟ ଲଞ୍ଚ୍ ପ୍ୟାଡରୁ ମହାକାଶକୁ ପଠାଯାଇଛି । ଏହା ଜିଏସଏଲଭିର ୧୯ ତମ ଉଡାଣ ଅଟେ । ଏହାକୁ ଏବେସୁଦ୍ଧା ସବୁଠାରୁ ଓଜନିଆ […]
Continue readingଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା ।
ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି । ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ OUAT କୃଷି ସଦନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁଇଚ ଟିପି ଅର୍ଥ ପ୍ରଦାନ କରିଛନ୍ତି । CM-KISANର ୫ମ କିସ୍ତି ଭାବେ ଚାଷୀଙ୍କ ଖାତାକୁ ଦୁଇ ହଜାର ଟଙ୍କା ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି । CM-KISAN ଯୋଜନାର ପଞ୍ଚମ କିସ୍ତି ବାବଦରେ ୪୧ ଲକ୍ଷରୁ ଅଧିକ ଚାଷୀ […]
Continue readingପୁରୀ ଗସ୍ତରେ ଆସି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବିଭିନ୍ନ ପ୍ରସଙ୍ଗରେ ଜଗଦଗୁରୁଙ୍କ ସହିତ କଲେ ଆଲୋଚନା
ପୁରୀ ଗସ୍ତରେ ଆସି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପବିତ୍ର ଜନ୍ମାଷ୍ଟମୀ ଅବସରରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିବା ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋବର୍ଦ୍ଧନ ପୀଠ ଯାଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ। ଧର୍ମେନ୍ଦ୍ରଙ୍କ ସହ ତାଙ୍କ ଧର୍ମପତ୍ନୀ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିଲେ। ତେବେ ଉଭୟ ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ଜଗଦଗୁରୁଙ୍କ ସହିତ ଆଲୋଚନା କରି ମାର୍ଗଦର୍ଶନ ନେଇଥିଲେ। ବିଶେଷ କରି ଜଣେ ସାମାଜିକ କାର୍ଯ୍ୟକର୍ତ୍ତାର କାର୍ଯ୍ୟ କିଭଳି […]
Continue readingନବଗଠିତ ୨୮ଟି NACରେ ଉନ୍ନୟନ କାର୍ଯ୍ୟ ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା ସରକାର
ରାଜ୍ୟର ନବଗଠିତ NAC ଗୁଡ଼ିକର ସାମଗ୍ରିକ ବିକାଶ ଏବଂ ନାଗରିକଙ୍କ ପାଇଁ ଉନ୍ନତ ମୌଳିକ ସୁବିଧା ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନବଗଠିତ ୨୮ଟି NACରେ ବିଭିନ୍ନ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ପ୍ରତ୍ୟେକ NAC ପାଇଁ ୨୦ କୋଟି ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ। ଏଥିରେ ସମ୍ପୃକ୍ତ ଅଞ୍ଚଳ ଗୁଡିକରେ ରାସ୍ତା, ଡ୍ରେନ୍, ମାର୍କେଟ ଏବଂ ଅନ୍ୟାନ୍ୟ […]
Continue readingନବୀନଙ୍କ ଚିଠିର ଜବାବ ଦେଲେ ଧର୍ମେନ୍ଦ୍ର; କହିଲେ- ତଥ୍ୟକୁ ଗୋପନ ରଖି ମିଛରେ ଭୟ ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଅନୁଚିତ
ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ଅଧିନିୟମ, ୨୦୨୬ (MMDR Amendment Act, 2026)କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶାର ସାଂସଦମାନଙ୍କୁ ଦେଇଥିବା ଚିଠିର ପ୍ରତ୍ୟୁତ୍ତର ରଖିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତଥ୍ୟକୁ ଗୋପନ ରଖି ଏବଂ ମିଛରେ ଭୟ ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଗ୍ରହଣୀୟ ନୁହେଁ ବୋଲି ସେ ପତ୍ରରେ ପ୍ରକାଶ କରିଛନ୍ତି। ଖଣି ଓ ଖଣିଜ (ବିକାଶ […]
Continue readingସେପ୍ଟେମ୍ବର ୮–୯ରେ ଦୁବାଇ ଇନଭେଷ୍ଟର୍ସ ମିଟ୍ ,ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସେପ୍ଟେମ୍ବର ୮–୯ରେ ଦୁବାଇ ଇନଭେଷ୍ଟର୍ସ ମିଟ୍ । ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାକୁ ଅଧିକ ବିଦେଶୀ ପୁଞ୍ଜି ଆଣିବା ପାଇଁ ପୁଣି ଏକ ବଡ଼ ପ୍ରୟାସ। ଆସନ୍ତା ସେପ୍ଟେମ୍ବର ୮ ଓ ୯ ତାରିଖରେ ୟୁଏଇର ଦୁବାଇରେ ଆୟୋଜିତ ହେବାକୁ ଥିବା ଇନଭେଷ୍ଟର୍ସ ମିଟ୍ ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଶ୍ୱର ଅନ୍ୟତମ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଦୁବାଇରେ ଓଡ଼ିଶାର ଶିଳ୍ପ ସମ୍ଭାବନାକୁ ବିଦେଶୀ ନିବେଶକଙ୍କ ସମ୍ମୁଖରେ ରଖିବେ ମୁଖ୍ୟମନ୍ତ୍ରୀ। […]
Continue reading









