ଆଜି ନେତାଜୀଙ୍କ ୧୨୯ ତମ ଜୟନ୍ତୀ । ଏହି ଦିନଟିକୁ ପରାକ୍ରମ ଦିବସ ବୋଲି ମଧ୍ୟ ପାଳନ କରାଯାଉଛି । ନେତାଜୀ ଜୟନ୍ତୀ ପାଇଁ ସଜେଇ ହୋଇଛି କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମପୀଠ ସଂଗ୍ରହାଳୟ ଓ ନେତାଜୀ ସ୍ମାରକୀ । ନେତାଜୀଙ୍କ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ସକାଳ ୮ଟା ୫୦ରେ ଭୁବନେଶ୍ବରରେ ପହଞ୍ଚିବା ପରେ ସେଠାରୁ କଟକ ଯିବେ । ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କ ପୈତୃକ […]
Continue readingCategory Archives: ରାଜ୍ୟ
ପ୍ରତ୍ୟେକ ଶିଶୁଙ୍କୁ ସମ୍ମାନଜନକ ଭବିଷ୍ୟତ ଦେବା ସମାବେଶୀ ଶିକ୍ଷାର ମୂଳ ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ତିନି ଦିନିଆ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କୁ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ହେଉଛି ଦେଶର ପ୍ରତ୍ୟେକ ଶିଶୁଙ୍କ ପାଇଁ ଏକ ସମାନ, ସମ୍ମାନଜନକ ଏବଂ ଆତ୍ମନିର୍ଭରଶୀଳ ଭବିଷ୍ୟତ ନିଶ୍ଚିତ କରିବା । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସମାବେଶୀ ଶିକ୍ଷା କେବଳ ଏକ ସରକାରୀ ଯୋଜନା ନୁହେଁ, ବରଂ ଏହା ଏକ […]
Continue reading୫୬,୪୯୫ ଜଣ ପରୀକ୍ଷାର୍ଥୀ ଦେଲେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା
ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଆଜି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET) ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମୋଟ ୫୬,୪୯୫ ଜଣ ପରୀକ୍ଷାର୍ଥୀ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଦେଇଛନ୍ତି। ହାଇସ୍କୁଲ୍ ଶିକ୍ଷକ ହେବା ପାଇଁ ଆଶାୟୀ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ପ୍ରମୁଖ ପରୀକ୍ଷା। ସୁରୁଖୁରୁରେ ପରିଚାଳିତ ହେଲା ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ […]
Continue readingଓଡ଼ିଶାରେ ଏପ୍ରିଲ୍ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ
ଜନଗଣନା ନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶାରେ ଏପ୍ରିଲ୍ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୩୦ ଦିନ ଧରି ଚାଲିବ ଗଣନା । ଏପ୍ରିଲ୍ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ । ତେବେ ଦ୍ବିତୀୟ ପର୍ଯ୍ୟାୟ ଜନଗଣନା କେବେ ହେବ ସେନେଇ ତାରିଖ ଘୋଷଣା କରାଯାଇ ନାହିଁ । ଜନଗଣନା କାର୍ଯ୍ୟ ପାଇଁ ରାଜ୍ୟରେ ପ୍ରାୟ ଏକ ଲକ୍ଷ […]
Continue readingଗୃହ ବିଭାଗରେ ୮ଶହ ଅବସରପ୍ରାପ୍ତ ପୁଲିସଙ୍କୁ ମିଳିବ ପୁନଃ ନିଯୁକ୍ତି
ଗୃହ ବିଭାଗରେ ୮ଶହ ଅବସରପ୍ରାପ୍ତ ପୁଲିସଙ୍କୁ ମିଳିବ ପୁନଃ ନିଯୁକ୍ତି । ନିୟମିତ ନିଯୁକ୍ତି ପରିବର୍ତ୍ତେ ଅବସରପ୍ରାପ୍ତ ASI, SI,ଏବଂ ଇନିସପେକ୍ଟରଙ୍କୁ ଚୁକ୍ତି ଭିତ୍ତିକ ନିଯୁକ୍ତି ଦେବେ ସରକାର । ଏହି ନିଯୁକ୍ତି ମିଳିବା ପରେ ସେମାନେ ସ୍ପେଶାଲ ପୁଲିସ ଅଫିସର ଭାବରେ କାର୍ଯ୍ୟ କରିବେ । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପୁନଃ ନିଯୁକ୍ତି ପାଇବାକୁ ଥିବା ପୋଲିସ ଅଧିକାରୀଙ୍କ ବୟସ ୬୫ ବର୍ଷ ଭିତରେ ହୋଇଥିବ । ଚାକିରି ସମୟରେଏସପିଓ ଭାବେ ଏକ ବର୍ଷ କାର୍ଯ୍ୟ […]
Continue readingନୂଆ ବିଜେପି ସଭାପତିଙ୍କୁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଶୁଭେଚ୍ଛା: ‘ନିତିନଙ୍କ ନେତୃତ୍ୱରେ ସଙ୍ଗଠନ ହେବ ଆହୁରି ସୁଦୃଢ଼’
ଝାରସୁଗୁଡ଼ା, ୨୦/୦୧: ଭାରତୀୟ ଜନତା ପାର୍ଟିର ନୂତନ ରାଷ୍ଟ୍ରୀୟ ସଭାପତି ଭାବେ ନିତିନ ନବୀନ ଦାୟିତ୍ୱ ଗ୍ରହଣ କରିଥିବାରୁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି। ଜଣେ ଦକ୍ଷ ସଂଗଠକ ତଥା ଯୁବ ନେତାଙ୍କ ହାତକୁ ଦଳର ନେତୃତ୍ବ ଯାଇଥିବାରୁ ଏହା ବିଜେପିକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଶ୍ରୀ ତ୍ରିପାଠୀ ଆଶା ବ୍ୟକ୍ତ କରିଛନ୍ତି। ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ନୀତିନ ନବୀନଙ୍କ ନେତୃତ୍ୱରେ ଦଳ ତୃଣମୂଳ […]
Continue readingବୀର ସଂଗ୍ରାମୀ ଚାଖି ଖୁଣ୍ଟିଆଙ୍କୁ ଶ୍ରଦ୍ଧାଞ୍ଜଳି: ମନେପଡ଼େ ଚନ୍ଦନ ହଜୁରୀଙ୍କ ଅଦ୍ୱିତୀୟ ଦେଶପ୍ରେମ ଓ ବଳିଦାନ
ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ଅଗ୍ରଣୀ ନାୟକ ତଥା ଓଡ଼ିଶାର ଗର୍ବ ଚନ୍ଦନ ହଜୁରୀ, ଯିଏ କି ଇତିହାସରେ ‘ଚାଖି ଖୁଣ୍ଟିଆ’ ଭାବେ ସୁପରିଚିତ, ତାଙ୍କର ସ୍ମୃତି ଚାରଣ କରାଯାଇଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏହି ମହାନ ଦେଶପ୍ରେମୀଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ କରାଯାଇଛି। ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ବାବୁ ସିଂ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ […]
Continue readingବିଜେପିର ନୂଆ ରାଷ୍ଟ୍ରୀୟ ସଭାପତି ହେଲେ ନୀତିନ ନବୀନ; ସ୍ୱାଗତ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ
“ନୂଆ ସଭାପତିଙ୍କ ନେତୃତ୍ୱରେ ଦଳ ଛୁଇଁବ ନୂତନ ଶିଖର: ଜଗନ୍ନାଥ ପ୍ରଧାନ ଭୁବନେଶ୍ୱର, ୨୦/୦୧: ଭାରତୀୟ ଜନତା ପାର୍ଟିର (ବିଜେପି) ନୂତନ ରାଷ୍ଟ୍ରୀୟ ସଭାପତି ଭାବେ ନିତିନ ନବୀନ ଦାୟିତ୍ୱ ଗ୍ରହଣ କରିଥିବାରୁ ବିଜେପି ନେତା ଜଗନ୍ନାଥ ପ୍ରଧାନ ତାଙ୍କୁ ସ୍ୱାଗତ କରିବା ସହ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଏହି ନିଯୁକ୍ତି ଦଳ ପାଇଁ ଏକ ନୂତନ ଯୁଗର ଆରମ୍ଭ ବୋଲି ସେ ମତ ପ୍ରକାଶ କରିଛନ୍ତି।ଶ୍ରୀ ପ୍ରଧାନ କହିଛନ୍ତି ଯେ, ନିତିନ ନବୀନଙ୍କ ଦକ୍ଷ ନେତୃତ୍ୱରେ […]
Continue readingବିଜେପି ରାଷ୍ଟ୍ରୀୟ ସଭାପତି ନିର୍ବାଚନ: ନାମାଙ୍କନ ପ୍ରକ୍ରିୟାରେ ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ନୂତନ ରାଷ୍ଟ୍ରୀୟ ସଭାପତି ଚୟନ ପାଇଁ ଦଳୀୟ ସ୍ତରରେ ପ୍ରକ୍ରିୟା ଜୋରଦାର ହୋଇଛି । ସୋମବାର ନୂଆଦିଲ୍ଲୀ ସ୍ଥିତ ଦଳର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ନାମାଙ୍କନ ପ୍ରକ୍ରିୟାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି । ଦଳର ପରବର୍ତ୍ତୀ ସଭାପତି ପାଇଁ ନାମାଙ୍କନ ଦାଖଲ ସମୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ବିଜେପିର ଅନେକ ବରିଷ୍ଠ ନେତା ଓ କେନ୍ଦ୍ର ମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ । ରାଷ୍ଟ୍ରୀୟ […]
Continue readingପଥ ଉତ୍ସବରେ ଆରବିଆଇର ଆର୍ଥିକ ସାକ୍ଷରତା ଅଭିଯାନ: ନୂକଡ଼ ନାଟକ ମାଧ୍ୟମରେ ସଚେତନତା, ଚିରାଫଟା ଟଙ୍କା ବଦଳାଇଲେ ଲୋକେ
ଭୁବନେଶ୍ୱର, ୧୯/୦୧: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI), ଭୁବନେଶ୍ୱର ପକ୍ଷରୁ ଜାଗମରାଠାରେ ଏକ ଅଭିନବ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ମହାନଗର ନିଗମ (BMC) ର ଆନୁକୁଲ୍ୟରେ ଆୟୋଜିତ ଏହି ‘ପଥ ଉତ୍ସବ’ରେ ଲୋକମାନଙ୍କୁ ଆର୍ଥିକ ପରିଚାଳନା ଏବଂ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ସହଯୋଗରେ ଆରବିଆଇ ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟଲ୍ ଖୋଲାଯାଇଥିଲା, ଯେଉଁଠାରେ ସାଧାରଣ ଜନତା ସେମାନଙ୍କର ମଇଳା କିମ୍ବା ଚିରାଫଟା ନୋଟ୍ ବଦଳାଇବାର […]
Continue reading









