ଭୁବନେଶ୍ୱର: ଓଡ଼ିଆ ଭାଷା ଓ ସଂସ୍କୃତିରେ ‘ବୋଉ’ ଶବ୍ଦର ମହତ୍ତ୍ୱ ଏବଂ ମାତୃତ୍ୱର ଗୌରବକୁ ସମ୍ମାନ ଜଣାଇ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ୧୧ଶ ରାଜ୍ୟସ୍ତରୀୟ ‘ବୋଉ ଦିବସ’ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ବୋଉ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଯୋଗ ଦେଇଥିଲେ।ବୋଉ ମଣିଷ-୨୦୨୨ ସମ୍ମାନଏହି ଅବସରରେ ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଶ୍ରୀ ଦେବଦାସ ଛୋଟରାୟ ଏବଂ ଡାକ୍ତର ସେବା ମହାପାତ୍ରଙ୍କୁ […]
Continue readingCategory Archives: ରାଜ୍ୟ
ଦାସତ୍ୱ ମାନସିକତା ଛାଡ଼ି ସ୍ୱାଭିମାନର ସହ ଆଗକୁ ବଢୁଛି ଭାରତ – ଧର୍ମେନ୍ଦ୍ର ପ୍ରଧାନ
ମାକାଉଲେ’ ମାନସିକତାରୁ ବାହାରି ନିଜର ସଂସ୍କୃତି ଓ ସ୍ୱାଭିମାନକୁ ଆଗେଇ ନେବାରେ ଆମେ ଅଗ୍ରସର ବୋଲି ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଗପୁର ଗସ୍ତ ଅବସରରେ ବିଭିନ୍ନ ସାମାଜିକ, ଆଧ୍ୟାତ୍ମିକ ଏବଂ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି । ଶ୍ରୀ ପ୍ରଧାନ ଏହି ଗସ୍ତକାଳରେ ଭୋନ୍ସଲା ମିଲିଟ୍ରି ସ୍କୁଲର ୨୭ତମ ବାର୍ଷିକୋତ୍ସବରେ ଯୋଗଦେଇ ମାନବସେବା ଓ ରାଷ୍ଟ୍ରନିର୍ମାଣର ସଂକଳ୍ପକୁ ଦୋହରାଇଥିଲେ । ସେ କହିଥିଲେ, ଦେଶକୁ […]
Continue readingବାତ୍ୟା-ସ୍ବପ୍ନ-ବାସ୍ତବତାର ଏକ କାହାଣୀ
ବିଗତ ପାଞ୍ଚ ଦଶନ୍ଧି ଧରି ଅକ୍ଟୋବର ମାସ ଆସିଲେ କେମିତି କେଜାଣି ଦେହ ଶୀତେଇ ଉଠେ । ବିଶେଷ କରି ଅକ୍ଟୋବର ୨୯ ଦିନ ସ୍ବତଃ ମନ ରେ ଭୟ ସଞ୍ଚାରିତ ହୁଏ । ୧୯୯୯ ର ସେହି ଭୟାନକ ପ୍ରଳୟଙ୍କରୀ ଦୃଶ୍ୟ ବାରମ୍ବାର ହୁଏ ପ୍ରତିଫଳିତ । ପ୍ରକୃତି ର କ୍ରୋଧ, ତା’ର ତାଣ୍ଡବଲୀଳା ଯେ କେତେ ଭୟଙ୍କର ହୋଇପାରେ ତାହା ର ଦୃଶ୍ୟ ହୁଏ ପରିଦୃଶ୍ୟ । ଅହଙ୍କାରୀ ମଣିଷ ଯେ କେତେ ନଗନ୍ୟ […]
Continue readingଏହା କେଉଁ ଗଣିତ ପାଠ ? ଅଙ୍କ ଗଣନାରେ ତ୍ରୁଟି
ଭାରତର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଭିନ୍ନ ଗଣମାଧ୍ୟମ ଗତକାଲି ଲେଖିଲେ ଶାସ୍ତ୍ରୀଙ୍କ ୧୨୧ ତମ ଓ ମହାତ୍ମାଗାନ୍ଧୀଙ୍କ ୧୫୬ ତମ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି । ଏହା କେଉଁ ଗଣିତ ପାଠ ? ଲାଲ ବାହାଦୂର ଶ୍ରୀବାସ୍ତବ (ଶାସ୍ତ୍ରୀ) ଙ୍କ ଜନ୍ମ ଅକ୍ଟୋବର ୨, ୧୯୦୪ । ସେହିପରି ମହାତ୍ମାଗାନ୍ଧୀଙ୍କ ଜନ୍ମ ମଧ୍ୟ ଅକ୍ଟୋବର ୨ ତାରିଖରେ ଏବଂ ମସିହା ହେଉଛି ୧୮୬୯ । ୧୯୦୪ ମସିହାରେ ଜନ୍ମଲାଭ କରିଥିବା ଶାସ୍ତ୍ରୀ ବଞ୍ଚିଥିଲେ […]
Continue reading

