ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ପୁଣି ଏକ ଚିନ୍ତାଜନକ ଖବର। ବଙ୍ଗୋପସାଗରରେ ଏକ ସମ୍ଭାବ୍ୟ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଘନେଇବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଗତ ୧୧ ତାରିଖରୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି, ଯାହା ଧିରେ ଧିରେ ଶକ୍ତିଶାଳୀ ହେବାରେ ଲାଗିଛି। ଏହାର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ, ତାହା ଆସନ୍ତା ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ।
ପାଣିପାଗ ବିଜ୍ଞାନୀଙ୍କ ଅନୁମାନ ଅନୁଯାୟୀ, ଏହି ଲଘୁଚାପଟି କ୍ରମଶଃ ଅବପାତ (Depression) ଏବଂ ପରେ ଗଭୀର ଅବପାତର ରୂପ ନେଇପାରେ। ଯଦି ପରିସ୍ଥିତି ଅନୁକୂଳ ରୁହେ, ତେବେ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ବର୍ତ୍ତମାନ ଏହା କେଉଁ ସ୍ଥାନରେ ଉପକୂଳ ଅତିକ୍ରମ କରିବ, ସେନେଇ ପାଣିପାଗ ବିଭାଗ କଡ଼ା ନଜର ରଖିଛି।
ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇନଥିଲେ ମଧ୍ୟ, ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବିଶେଷ କରି ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।
ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସତର୍କ ରହିଛନ୍ତି। ଏସଆରସି ପକ୍ଷରୁ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟାର ଗତିପଥ ସ୍ପଷ୍ଟ ହେବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।
ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଏହା ବାତ୍ୟାର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି। ଏହାର ପ୍ରଭାବରେ ଓଡ଼ିଶାକୁ ବାତ୍ୟା ବିପତ୍ତି ଘେରି ରହିଥିବା ବେଳେ ଆସନ୍ତା ୧୧ ତାରିଖସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ଶ୍ରୀଲଙ୍କା ସ୍ଥିତ ଗଲ୍ଫ ଅଫ୍ ମନାରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଘନୀଭୂତ ହେବାରେ ଲାଗିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ୧୧ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେବ। ଏହି ଲଘୁଚାପ କେତେ ଶକ୍ତିଶାଳୀ ହେବ ଏବଂ ଏହାର ଗତିପଥ କେଉଁଆଡ଼େ ରହିବ, ସେ ନେଇ ମେ’ ୧୩ ତାରିଖ ସୁଦ୍ଧା ସଠିକ୍ ସୂଚନା ମିଳିବ।
ବର୍ତ୍ତମାନ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ପାଣିପାଗ ବିଜ୍ଞାନୀମାନେ ନଜର ରଖିଛନ୍ତି। ଯଦି ଏହା ବାତ୍ୟାର ରୂପ ନିଏ, ତେବେ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ପଡ଼ିପାରେ।”
ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ, ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇପାରେ। ଲୋକମାନଙ୍କୁ ଆତଙ୍କିତ ନହୋଇ ସତର୍କ ରହିବାକୁ ଏବଂ ସରକାରୀ ବୁଲେଟିନ୍ ଉପରେ ନଜର ରଖିବାକୁ କୁହାଯାଇଛି।



