ନୂଆଦିଲ୍ଲୀ, – ଲୋକଙ୍କ ସମସ୍ୟା ଦୂର କରିବା ହିଁ ପ୍ରକୃତ ଇନୋଭେସନ୍ । କାଗଜପତ୍ର, ପେଟେଣ୍ଟ କିମ୍ବା ଆଇପିଓ ମାଧ୍ୟମରେ ପ୍ରଗତିକୁ ମାପିବାର ସମୟ ଏବେ ଶେଷ ହୋଇଛି ବୋଲି ଆଜି ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ କୁ ଉଦ୍ଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ […]
Continue readingMonthly Archives: May 2026
ଟିଭିକେ ତାମିଲନାଡ଼ୁରେ ଏକକ ବୃହତ୍ତମ ଦଳ ହୋଇ ଚମତ୍କାର ବିଜୟ ହାସଲ କରିଛି
ଦୀର୍ଘ ୫୦ରୁ ଅଧିକ ବର୍ଷ ଧରି ଦ୍ରାବିଡ଼ ରାଜନୀତିର ଗଡ଼ ଥିବା ତାମିଲନାଡ଼ୁରେ ଏବେ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଡିଏମ୍କେ ଏବଂ ଏଆଇଏଡିଏମ୍କେର ଦବ୍ଦବା ରହି ଆସିଥିବା ତାମିଲନାଡ଼ୁରେ ବିଜୟଙ୍କ ଦମ୍ଦାର ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଡିଏମ୍କେକୁ ପଛରେ ପକାଇ ବିଜୟଙ୍କ ଟିଭିକେ (ତାମିଲଗା ଭେଟ୍ରି କାଜାଗମ୍) ତାମିଲନାଡ଼ୁରେ ବାଜି ମାରିନେଇଛି। ଟିଭିକେ ରାଜ୍ୟରେ ସବୁଠାରୁ ବଡ଼ ଶକ୍ତିଭାବେ ଉଭା ହୋଇ ଡିଏମ୍କେ ଏବଂ ଏଆଇଏଡିଏମ୍କେର ଦୀର୍ଘକାଳୀନ ପ୍ରଭାବକୁ ଭାଙ୍ଗି ଦେଇଛି। ଟିଭିକେ […]
Continue readingବର୍ଷ ବର୍ଷର ସାଧନା ସିଦ୍ଧିରେ ପରିଣତ ହୁଏ, ସେତେବେଳେ ଚେହେରାରେ ଯେଉଁ ଖୁସି ଥାଏ, ତାହା ମୁଁ ଆଜି ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ଦେଖୁଛି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,
ପଶ୍ଚିମବଙ୍ଗ ଏବଂ ଆସାମରେ ବିଜେପିର ପ୍ରଚଣ୍ଡ ବିଜୟ ଓ ପୁଡୁଚେରୀରେ ଏନଡିଏର ସଫଳତା ପରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଏକ ଭବ୍ୟ ବିଜୟ ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପିର ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ଏବଂ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ଦଳୀୟ କର୍ମକର୍ତ୍ତାମାନେ ‘ମୋଦୀ ଜୀ’ ଏବଂ ‘ଜୟ ଶ୍ରୀରାମ’ ନାରାରେ ପରିବେଶକୁ ପ୍ରକମ୍ପିତ କରିଥିଲେ। କର୍ମକର୍ତ୍ତାଙ୍କୁ ଶ୍ରେୟ ଦେଲେ […]
Continue readingଟିଏମସି ସରକାରର ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସ୍ପଷ୍ଟ ଜନାଦେଶ – ଧର୍ମେନ୍ଦ୍ର ପ୍ରଧାନ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିଜୟ ହେଉଛି ବଙ୍ଗର ଜନସାଧାରଣଙ୍କ ବିଜୟ । ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାରଙ୍କ ଅନ୍ୟାୟ, ଅତ୍ୟାଚାର ଏବଂ ଅହଂକାର ବିରୋଧରେ ବଙ୍ଗବାସୀ ସ୍ପଷ୍ଟ ଜନାଦେଶ ଦେଇଛନ୍ତି ବୋଲି ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ପଦ୍ମ ଫୁଟାଇ ଏକ ନୂତନ ଇତିହାସ ସୃଷ୍ଟି କରିଥିବାରୁ ସେ ରାଜ୍ୟର ସାଧାରଣ ଜନତା ଓ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇବା […]
Continue readingଆସାମରେ ବିଜେପିର ହ୍ୟାଟ୍ରିକ୍ ବିଜୟ: ଭାଙ୍ଗିଲା ସବୁ ପୁରୁଣା ରେକର୍ଡ, ଫିକା ପଡ଼ିଲା କଂଗ୍ରେସର ହାତ
ଉତ୍ତର-ପୂର୍ବ ଭାରତର ପ୍ରବେଶ ଦ୍ୱାର କୁହାଯାଉଥିବା ଆସାମରେ ପୁଣି ଥରେ କମଳ ଫୁଟିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛନ୍ତି ଆସାମବାସୀ। ଏହି ବିଜୟ କେବଳ ଏକ ସାଧାରଣ ବିଜୟ ନୁହେଁ, ବରଂ ବିଜେପି ନେତୃତ୍ୱାଧୀନ ଏନଡିଏ (NDA) ଏଠାରେ ନିଜର ପୁରୁଣା ସମସ୍ତ ରେକର୍ଡକୁ ଭାଙ୍ଗି ଏକ ନୂଆ ଇତିହାସ ରଚନା କରିଛି। ଆସାମର ୧୨୬ ବିଧାନସଭା ଆସନରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି […]
Continue readingକେରଳରେ ବାମ ଦଳର ସୂର୍ଯ୍ୟାସ୍ତ
କେରଳ ବିଧାନସଭା ନିର୍ବାଚନ ଫଳାଫଳ ଭାରତୀୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଦୀର୍ଘ ୧୦ ବର୍ଷ ଧରି ଶାସନ ଗାଦିରେ ଥିବା ସିପିଆଇ (ଏମ୍) ନେତୃତ୍ୱାଧୀନ ଏଲ୍ଡିଏଫ୍ (LDF) କ୍ଷମତାଚ୍ୟୁତ ହୋଇଛି। ଏହି ପରାଜୟ ସହିତ ଗତ ୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତର କୌଣସି ବି ରାଜ୍ୟରେ ଏବେ ବାମ ଦଳର ସରକାର ରହିବ ନାହିଁ। କେରଳର ୧୪୦ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ (UDF) ୯୮ଟି […]
Continue readingବେଙ୍ଗଲ ଓ ଆସାମରେ ‘ଭାଜପା’ ଝଡ଼; କେରଳରେ ୟୁଡିଏଫ୍ର କମବ୍ୟାକ୍ ଓ ପୁଡୁଚେରୀରେ ଏନଆରସି ଆଗୁଆ
ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଏବେ ସାରା ଦେଶରେ ଚହଳ ସୃଷ୍ଟି କରିଛି। ପ୍ରାଥମିକ ଟ୍ରେଣ୍ଡ ଏବଂ ବର୍ତ୍ତମାନର ପରିସଂଖ୍ୟାନ ଅନୁଯାୟୀ, କେଉଁଠି ପରିବର୍ତ୍ତନର ଲହର ଖେଳିଯାଇଛି ତ କେଉଁଠି ଶାସକ ଦଳ ନିଜର ଗଡ଼ ରକ୍ଷା କରିବାରେ ସଫଳ ହୋଇଛନ୍ତି। ପଶ୍ଚିମବଙ୍ଗର ୨୯୩ଟି ଆସନର ଟ୍ରେଣ୍ଡ ଅନୁଯାୟୀ, ଭାରତୀୟ ଜନତା ପାର୍ଟି (BJP) ଏକ ବୃହତ ବିଜୟ ଆଡ଼କୁ ଅଗ୍ରସର ହେଉଛି। ବିଜେପି: ୧୯୨ ଆସନ। ଟିଏମସି: ୯୬ ଆସନ। ଅନ୍ୟାନ୍ୟ: ୦୫ ଆସନ। […]
Continue readingପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ହେବାକୁ ଯାଉଛି
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଏକ ପ୍ରମୁଖ ଶକ୍ତି ଭାବେ ଉଭା ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଢ଼ୋକ୍ତି ଏବଂ ନିର୍ବାଚନୀ ରଣନୀତି ଅନୁଯାୟୀ, ଦଳ ସେଠାରେ ସରକାର ଗଠନ କରିବା ନେଇ ଆଶାବାଦୀ ରହିଛି। ଏହି ପରିବର୍ତ୍ତନ ପଛରେ କିଛି ଗୁରୁତ୍ୱପୂର୍ଣ୍ଣ କାରଣ ରହିଥିବା ଯୁକ୍ତି କରାଯାଉଛି: ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୨.୧୦% ମତଦାନ ହୋଇଥିବା ରେକର୍ଡ କରାଯାଇଛି, ଯାହା ସ୍ୱାଧୀନତା ପରଠାରୁ ସର୍ବାଧିକ। ସାଧାରଣତଃ ଅତ୍ୟଧିକ ମତଦାନ ହାରକୁ […]
Continue readingନିଟ ୟୁଜି ୨୦୨୬ ପରୀକ୍ଷାର ଭୂମିଗତ ପରିଚାଳନା ମୂଲ୍ୟାଙ୍କନ କରିବା ପାଇଁ ଏନଟିଏ ର ମୁଖ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର, ହେବାକୁ ଥିବା ନିଟ ୟୁଜି ୨୦୨୬ ପରୀକ୍ଷାର ଭୂମିଗତ ପରିଚାଳନା ମୂଲ୍ୟାଙ୍କନ କରିବା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ର ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି। ଗସ୍ତ ସମୟରେ, ମନ୍ତ୍ରୀ ପରୀକ୍ଷା ଲଜିଷ୍ଟିକ୍ସ, କେନ୍ଦ୍ରଗୁଡ଼ିକ ସହିତ ସମନ୍ୱୟ ଏବଂ ସାରା ଦେଶରେ ପରୀକ୍ଷାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ କରାଯାଇଥିବା ମନିଟରିଂ ସିଷ୍ଟମ ସମେତ ପ୍ରମୁଖ କାର୍ଯ୍ୟକ୍ଷମ ଦିଗଗୁଡ଼ିକର ତଦାରଖ କରିଥିଲେ। ଅଧିକାରୀମାନେ ତାଙ୍କୁ ବହୁ ସଂଖ୍ୟକ ପ୍ରାର୍ଥୀଙ୍କୁ ପରିଚାଳନା […]
Continue readingରାତି ପାହିଲେ ୪ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ପୁଡୁଚେରୀରେ ହେବ ଭୋଟ ଗଣତି,ସ୍ପଷ୍ଟ ହେବ କାହାକୁ ବାଛିଲେ ଜନତା?
ରାତି ପାହିଲେ ୪ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ପୁଡୁଚେରୀରେ ହେବ ଭୋଟ ଗଣତି। ଏଗଜିଟ୍ ପୋଲ, ଭିନ୍ନ ଭିନ୍ନ ମତ ଦେଉଥିବାବେଳେ, ସ୍ପଷ୍ଟ ହେବ କାହାକୁ ବାଛିଲେ ଜନତା? ନିର୍ବାଚନ ଫଳାଫଳ ଉପରେ ରହିଛି ସାରାଦେଶର ନଜର। ୨୦୨୪ ସାଧାରଣ ନିର୍ବାଚନ ପରେ ଦେଶର ସବୁଠୁ ବଡ଼ ନିର୍ବାଚନ। ଗୋଟିଏ ଦିନରେ ଆସିବ ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଆସାମ, କେରଳମ୍ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ଫଳାଫଳ। ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି। ପୋଷ୍ଟାଲ ବାଲାଟ୍ ଗଣତି […]
Continue reading









