ସୁଭଦ୍ରା ପରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’:
ବିବାହ ପାଇଁ କନ୍ୟାକୁ ମିଳିବ ୫୧ ହଜାର ଟଙ୍କା । ମୋହନ ସରକାର ଏନେଇ ଗାଇଡଲାଇନ୍ ଜାରି କରିଛନ୍ତି । ରାଜ୍ୟ ସରକାର ‘ସୁଭଦ୍ରା ଯୋଜନା’ ଘୋଷଣା ପରେ ଏବେ ଆଉ ଏକ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି। ଆର୍ଥିକ ଅନଗ୍ରସର ଓ ସ୍ୱତନ୍ତ୍ର ବର୍ଗର ଝିଅମାନଙ୍କ ବିବାହରେ ସହାୟତା କରିବା ଲକ୍ଷ୍ୟରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ପାଇଁ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଜାରି କରାଯାଇଛି।ସହାୟତା ରାଶି ଏବଂ ପ୍ରଦାନ ପ୍ରଣାଳୀଏହି ଯୋଜନା ଅଧୀନରେ ବିବାହ ପାଇଁ ପ୍ରତ୍ୟେକ ଯୋଗ୍ୟ କନ୍ୟାକୁ ମୋଟ ୫୧,୦୦୦ ଟଙ୍କାର ଆର୍ଥିକ ସହାୟତା ମିଳିବ। ସହାୟତା ରାଶି ପ୍ରଦାନ ରେ ନଗଦ ସହାୟତା ୩୫,୦୦୦ ଟଙ୍କା DBT ମାଧ୍ୟମରେ ସିଧା ଆକାଉଣ୍ଟକୁ ଯିବ । ବିବାହ ଉପହାର ପାଇଁ ୧୦,୦୦୦ ଟଙ୍କା ଦିଆଯିବ । ଆୟୋଜନ ସହାୟତା ପାଇଁ ୬,୦୦୦ ଟଙ୍କା ଆୟୋଜନକାରୀ ସଂସ୍ଥାଙ୍କୁ ପ୍ରଦାନ କରାଯିବ ।