ଟି20 ବିଶ୍ୱକପ: ଅଷ୍ଟ୍ରେଲିଆକୁ ଧୂଳି ଚଟାଇଲା ଜିମ୍ବାୱେ

ଟି20 ବିଶ୍ୱକପ: ଅଷ୍ଟ୍ରେଲିଆକୁ ଧୂଳି ଚଟାଇଲା ଜିମ୍ବାୱେ

ଟି20 ବିଶ୍ୱକପରେ ବଡ ବିପର୍ଯ୍ୟୟ । ଅଷ୍ଟ୍ରେଲିଆକୁ ଧୂଳି ଚଟାଇଲା ଜିମ୍ବାୱେ । ଲିଗ୍ ମୁକାବିଲାରେ ଜିମ୍ବାଓ୍ୱେ ବଡ ବିପର୍ଯ୍ୟୟ ଘଟାଇଛି । ଦଳ ଅଷ୍ଟ୍ରେଲିଆକୁ ଅଲଆଉଟ୍ କରି ବିଜୟ ହାସଲ କରିଛି । ଟସ୍ ଜିତିଥିଲା ଅଷ୍ଟ୍ରେଲିଆ । ଦଳ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ।

ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୨୦ ଓଭରରେ ୨ ଓ୍ୱିକେଟ ହରାଇ ୧୬୯ ରନ୍ କରିଥିଲା । ବ୍ରାଏନ୍ ବେନେଟ୍ ଅପରାଜିତ ୬୪ ରନ୍ କରି ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । କ୍ୟାପଟେନ୍ ସିକନ୍ଦର ରଜା ଶେଷ ବଲରେ ଛକା ମାରି ଦଳକୁ ୧୬୯ ରନରେ ପହଞ୍ଚାଇଥିଲେ । ୧୭୦ ରନର ପିଛା କରୁଥିବା ଅଷ୍ଟ୍ରେଲିଆର ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅଷ୍ଟ୍ରେଲିଆ ମାତ୍ର ୨୯ ରନରେ ୪ଟି ୱିକେଟ୍ ହରାଇଥିଲା ।

ଜିମ୍ବାୱେର ଷ୍ଟାର ବୋଲର ବ୍ଲେସିଂ ମୁଜାରାବାନୀ ୪ଟି ଓ୍ୱିକେଟଏବଂ ବ୍ରାଡ୍ ଇଭାନ୍ସ ୩ ଓ୍ୱିକେଟ ନେଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାଟ୍ ରେନଶା ୬୫ ଏବଂ ଗ୍ଲେନ୍ ମ୍ୟାକ୍ସୱେଲ ୩୧ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟର ତିଷ୍ଠି ପାରିନଥିଲେ । ଶେଷରେ ଅଷ୍ଟ୍ରେଲିଆ ୧୪୬ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା । ଏହି ବିଜୟ ସହ ଜିମ୍ବାୱେ ଚଳିତ ବିଶ୍ୱକପରେ ନିଜର ଦ୍ୱିତୀୟ ବିଜୟ ହାସଲ କରିଛି ।

Posted in ଖେଳ and tagged , .