ପ୍ରାଣନାଥ ପଟ୍ଟନାୟକ ଙ୍କ ୫୫ତମ ଶ୍ରାଦ୍ଧ ଦିବସ

ଆଜି ମହାନ୍ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଶାରେ ସାମ୍ୟବାଦୀ ଆନ୍ଦୋଳନର ପ୍ରତିଷ୍ଠାତା , ଚାଷୀ ମୂଲିଆ ,ଗରିବ ଖଟିଖିଆ ସର୍ବହରା ମେହନତୀ ମଣିଷର ଚିର ସାଥୀ, ଵେସାଲିସ ବିଦ୍ରୋହୀ ଜନନେତା ସାହିତ୍ୟିକ, ସାମ୍ବାଦିକ,କୃଷକ ଆନ୍ଦୋଳନର ସମର୍ପିତ କାଣ୍ଡାରୀ, ପ୍ରାକ୍ତନ ବିଧାୟକ, ଖୋର୍ଦ୍ଧା ମହାବିଦ୍ୟାଳୟ, ଜଟଣୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା , ନିଜର ସମସ୍ତ ସୁଖ ସ୍ଵାଛନ୍ଦକୁ ଜଳାଞ୍ଜଳି ଦେଇ ଅପରର ଦୁଃଖରେ ଵିଗଳିତ ହୃଦୟର ଅକୁତ୍ରୁମ କରୁଣା ପ୍ରଦର୍ଶକ ପ୍ରାଣନାଥ ପଟ୍ଟନାୟକ ଙ୍କ ୫୫ତମ ଶ୍ରାଦ୍ଧ ଦିବସ ଅବସରରେ […]

Continue reading

ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ

ଆଜି ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ (୩ ଅକ୍ଟୋବର ୧୮୯୦ – ୮ ଜାନୁଆରୀ ୧୯୬୩) ମହାନ୍ ସ୍ଵାଧୀନତା ସଂଗ୍ରାମୀ, ପ୍ରବୀଣ ସାରସ୍ବତ ସାଧକ, କବି, ସାମ୍ବାଦିକ, ସମାଜସେବୀ, ସଂସ୍କାରକ, ଐତିହାସିକ ଓ ରାଜନୀତିଜ୍ଞ ଙ୍କ ୧୩୬ ତମ ପବିତ୍ର ଜୟନ୍ତୀ ଦିବସ । ବାଲେଶ୍ୱର ନିକଟସ୍ଥ ମଣିଖମ୍ବ ଗ୍ରାମର କ୍ଷେତ୍ରମୋହନ ସାହୁଙ୍କର ସେ ଏକମାତ୍ର ସନ୍ତାନ ଥିଲେ । ସ୍କୁଲ ଶିକ୍ଷା ପରେ ସେ ଏକାଧିକ ବିଷୟରେ ଏମ୍.ଏ. ଓ ଏଲ୍.ଏଲ୍.ବି. ପାସ କରିଥିଲେ । ପୁରୀର […]

Continue reading
ଏହା କେଉଁ ଗଣିତ ପାଠ ? ଅଙ୍କ ଗଣନାରେ ତ୍ରୁଟି

ଏହା କେଉଁ ଗଣିତ ପାଠ ? ଅଙ୍କ ଗଣନାରେ ତ୍ରୁଟି

ଭାରତର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଭିନ୍ନ ଗଣମାଧ୍ୟମ ଗତକାଲି ଲେଖିଲେ ଶାସ୍ତ୍ରୀଙ୍କ ୧୨୧ ତମ ଓ ମହାତ୍ମାଗାନ୍ଧୀଙ୍କ ୧୫୬ ତମ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି । ଏହା କେଉଁ ଗଣିତ ପାଠ ? ଲାଲ ବାହାଦୂର ଶ୍ରୀବାସ୍ତବ (ଶାସ୍ତ୍ରୀ) ଙ୍କ ଜନ୍ମ ଅକ୍ଟୋବର ୨, ୧୯୦୪ । ସେହିପରି ମହାତ୍ମାଗାନ୍ଧୀଙ୍କ ଜନ୍ମ ମଧ୍ୟ ଅକ୍ଟୋବର ୨ ତାରିଖରେ ଏବଂ ମସିହା ହେଉଛି ୧୮୬୯ । ୧୯୦୪ ମସିହାରେ ଜନ୍ମଲାଭ କରିଥିବା ଶାସ୍ତ୍ରୀ ବଞ୍ଚିଥିଲେ […]

Continue reading

ଦୁର୍ଗମଛେଦିନୀ, ଦୁର୍ଗତିନାଶିନୀ, ଶକ୍ତି ସ୍ୱରୂପିଣୀ ମାଆ

କେଉଁ ଅନାଦି ଅନନ୍ତ କାଳରୁ ବିଶ୍ବାସ ରହି ଆସିଛି ଯେଦୁର୍ଗମଛେଦିନୀ, ଦୁର୍ଗତିନାଶିନୀ, ଶକ୍ତି ସ୍ୱରୂପିଣୀ, ତ୍ରିଶୂଳଧାରିଣୀ, ବଳଦାୟିନୀ, ମହିଷମର୍ଦ୍ଦିନୀ, ଚଣ୍ଡମୁଣ୍ଡ ବିନାଶିନୀ ମା’ ଦୁର୍ଗା ହେଉଛନ୍ତି ସମସ୍ତ ଶକ୍ତିର ଅଧିଷ୍ଠାତ୍ରୀ ଦେବୀ । ଏହା ମଧ୍ୟ ବିଶ୍ଵାସ କରାଯାଏ ଯେ ମା’ ଦୁର୍ଗା ହେଉଛନ୍ତି ମୋକ୍ଷଦାତ୍ରୀ, ମଙ୍ଗଳମୟୀ । ମା’ ଦୁର୍ଗାଙ୍କୁ ଉପାସନା କଲେ ମଣିଷ ଧର୍ମ – ଅର୍ଥ – କାମ – ମୋକ୍ଷ ଚତୁର୍ବର୍ଗର ଫଳପ୍ରାପ୍ତି କରିଥାଏ । ଦୁର୍ଗାସାଧନାର ପ୍ରାପ୍ତିଫଳ ଅସୀମ ଏବଂ […]

Continue reading

ମହାଷ୍ଟମୀର ମହତ୍ତ୍ଵ ଓ ମହକ

ନବରାତ୍ରୀ ଦୂର୍ଗାପୂଜା ଉତ୍ସବର ଅଷ୍ଟମୀ ଦିନଟି ଦୂର୍ଗାଷ୍ଟମୀ ବା ମହାଷ୍ଟମୀ ଭାବେ କେଉଁ ଅନାଦି ଅନନ୍ତ କାଳରୁ  ଆମେ ଓଡିଆମାନେ ପାଳନ କରି ଆସୁଛନ୍ତି । ଏହାକୁ ମହାଷ୍ଟମୀ ଭାବେ ସମ୍ବୋଧିତ କରିବାର ବହୁବିଧ କାରଣ  ମଧ୍ୟ ଆମ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଦେବୀଙ୍କର ଅସ୍ତ୍ର ସବୁ ଏହି ଦିନ ପୂଜା କରାଯାଉଥିବାରୁ ଏହି ଦିବସକୁ ‘ଅସ୍ତ୍ର ପୂଜା’ ଦିବସ ମଧ୍ୟ କୁହାଯାଏ । ଅନେକ ସ୍ଥାନରେ ଅସ୍ତ୍ର ବ୍ୟବହାର କରି ସାମରିକ କଳା କୌଶଳ […]

Continue reading

ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ମେଡିଏସନ ଭଳି ପଦକ୍ଷେପ ସମାଜ ଜୀବନକୁ ସହଜ କରୁଛି -ଧର୍ମେନ୍ଦ୍ର ପ୍ରଧାନ

ମଧ୍ୟସ୍ଥତା ମାଧ୍ୟମରେ ବିଚାରାଧୀନ ମାମଲା ଶୂନକୁ ଆଣିବା ତଥା ପେଣ୍ଡିଂ କେସ୍ ହ୍ରାସ କରିବା ଭାରତୀୟ ନ୍ୟାୟ ବ୍ୟବସ୍ଥାର ମୂଳ ଲକ୍ଷ୍ୟ ହେବା ଦରକାର ବୋଲି ରବିବାର ଭୁବନେଶ୍ୱର ଠାରେ ଆୟୋଜିତ ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା(ମେଡିଏସନ) କର୍ମଶାଳାର ଉଦଯାପନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଧ୍ୟସ୍ଥତାର ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ବିଭିନ୍ନ ସ୍ଥାନରେ ଭଦ୍ର ଓ ସଚେତନ ବ୍ୟକ୍ତିମାନେ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ […]

Continue reading

ବରେଣ୍ୟ ବରଦା ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ

ବରେଣ୍ୟ ବରଦା ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ ଘଟିଛି । ଏହି ମହାନ ଆତ୍ମାଙ୍କ ପରଲୋକରେ ବୁଦ୍ଧିଜୀବୀ ମହଲରେ ଗଭୀର ଶୋକ ପ୍ରକାଶ କରାଯାଇଛି । ଅତୁଳନୀୟ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରାଣ, ଅନେକ ସାମାଜିକ ସଂଗଠନର ପ୍ରତିଷ୍ଠାତା, ବିଶେଷ କରି ” ସ୍ୱାଗତିକା” ସାଂସ୍କୃତିକ ଅନୁଷ୍ଠାନ , ଯାହା ବିଗତ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ଅବଧି ଧରି ଅନେକ ସାରସ୍ବତ ସାଧକ ଙ୍କ ସାମାଜିକ ପରିଚିତିର ଉଦଘୋଷକ, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ, କଟକ ସିଟି ମାଜିଷ୍ଟ୍ରେଟରୁ […]

Continue reading

ଭାରତ ବିକାଶ ପରିଷଦ ସେଣ୍ଟ୍ରାଲ ବ୍ରାଞ୍ଚ ଭୁବନେଶ୍ବର ପକ୍ଷରୁ ଭବ୍ୟ କନ୍ୟା ପୂଜନ ଉତ୍ସବ

ଭାରତ ବିକାଶ ପରିଷଦ ଭୁବନେଶ୍ବର ସେଣ୍ଟ୍ରାଲ ବ୍ରାଞ୍ଚ ପକ୍ଷରୁ ଏକ ଭବ୍ୟ କନ୍ୟା ପୂଜନ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ୩୭ ଜଣ ଛୋଟ ଝିଅଙ୍କୁ ଦେବୀ ଦୁର୍ଗାଙ୍କ ରୂପେ ଝାରପଡ଼ାସ୍ଥିତ ଭାରତୀ ବିଦ୍ୟାମନ୍ଦିର ସ୍କୁଲରେ ପୂଜା କରାଯାଇଥିଲା। ଝିଅମାନଙ୍କୁ ସୁନ୍ଦର ଭାବେ ସଜାଇ ଫୁଲ, ଆଳତି ଓ ଭୋଗ ପ୍ରଦାନ କରାଯାଇଥିଲା। ସଦସ୍ୟମାନେ ଉତ୍ସାହର ସହ ଏହି ଧାର୍ମିକ ରୀତିନୀତିରେ ଅଂଶଗ୍ରହଣ କରିଥିଲେ। ଝିଅମାନେ କ୍ୟାସେଟର ସଙ୍ଗୀତରେ ମନୋଜ୍ଞ ନୃତ୍ୟ ପରିବେଷଣ କରି ସମସ୍ତଙ୍କ […]

Continue reading

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ପ୍ରକଳ୍ପ ଓଡ଼ିଶାର ସାମାଜିକ-ଆର୍ଥିକ ବିକାଶକୁ ନୂଆ ଗତି ଦେବ – ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସେବା ପର୍ବ -୨୦୨୫’ ଅବସରରେ ଝାରସୁଗୁଡ଼ାରେ ଯୁବ ସମାବେଶରେ ଯୋଗଦେଇ ଓଡ଼ିଶା ସମେତ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରାୟ ୬୦,୦୦୦ କୋଟି ମୂଲ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉନ୍ମୋଚନ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ, ଦକ୍ଷତା ବିକାଶ ଓ ଭିତ୍ତିଭୂମି କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଜନସାଧାରଣଙ୍କ ଆକାଂକ୍ଷାକୁ ପୂରଣ କରିବ । ଓଡ଼ିଶା ଏବଂ ଦେଶର ସାମାଜିକ-ଆର୍ଥିକ ବିକାଶରେ ନୂତନ ଗତି ଦେବ ବୋଲି କହିଛନ୍ତି […]

Continue reading

ମା’ଙ୍କୁ ପୂଜାକଲେ ବୃଦ୍ଧାଶ୍ରମର ଆବଶ୍ୟକତା ରହିବ ନାହିଁ

ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ନବମାତୃକା ପୂଜା ଭୁବନେଶ୍ୱର, ୨୨.୯ : ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ସଂସ୍କାରବାଦୀ ସଂଗଠନ ଆର୍ଯ୍ୟ ସମାଜ ପକ୍ଷରୁ ସୋମବାର ନବରାତ୍ରର ପ୍ରଥମ ଦିବସ ଆଶ୍ୱିନ ଶୁକ୍ଳ ପତିଦାର ପବିତ୍ର ତିଥିରେ ଚନ୍ଦ୍ରଶେଖରପୁର ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ଆର୍ଯ୍ୟସମାଜ ଓଡ଼ିଶାର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଯାଇଛି। କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଲେ ଯେ, […]

Continue reading