ଭୁବନେଶ୍ୱର, ଡିସେମ୍ବର ୨: ଓଡ଼ିଶାରେ ଆଜି ଠାରୁ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଧାନ କିଣା ସମ୍ବନ୍ଧରେ ଲୋକସେବା ଭବନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କାର୍ଯ୍ୟାଳୟରେ ରାଜ୍ୟ ଓ ଜିଲ୍ଲା ରାଇସ ମିଲର୍ସ ଆସୋସିଏସନର କର୍ମକର୍ତ୍ତାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ଖରିଫ ଋତୁରେ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବା ଏବଂ ସେମାନଙ୍କୁ ସଠିକ୍ ସମୟରେ ପ୍ରାପ୍ୟ […]
Continue readingCategory Archives: ରାଜ୍ୟ
ଓଡ଼ିଶାରୁ ୫୧ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ, ୪୯ ଜଣଙ୍କୁ ପଠାଗଲା ସ୍ୱଦେଶ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ଡିସେମ୍ବର ୧: ନୂତନ ସରକାର ଗଠନ ପରେ ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଜୋରଦାର ହୋଇଛି। ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ନୂଆ ସରକାର ଆସିବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୧ ଜଣ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା ୫୧ ଜଣଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪୯ ଜଣଙ୍କୁ ବାଂଲାଦେଶକୁ ପଠାଇ ଦିଆଯାଇଛି। ଚିହ୍ନଟ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ […]
Continue reading୭୧ କୋଟି ଟଙ୍କା ବ୍ୟୟରେ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ହେବ ଦେବ୍ରିଗଡ଼ ଅଭୟାରଣ୍ୟ – ଧର୍ମେନ୍ଦ୍ର ପ୍ରଧାନ
ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଏକ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ଭାବରେ ବିକଶିତ କରାଯିବ । ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରାୟ ୭୧.୧୯ କୋଟି ଟଙ୍କା ମୂଲ୍ୟର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍)କୁ ମଞ୍ଜୁରୀ ଦେଇଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ରେ ସୂଚନା ଦେଇଛନ୍ତି । ଏହି ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ […]
Continue readingବିଶ୍ୱବ୍ୟାପୀ ଜ୍ଞାନର ଅନ୍ୱେଷଣ କରିବା ପାଇଁ ଓଡ଼ିଆ ପିଲାଙ୍କୁ ପ୍ରସ୍ତୁତ କରାଇବା- ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଆ ପିଲାମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବାକୁ ହେବ । ପରିବର୍ତ୍ତିତ ଟେକ୍ନୋଲୋଜି ଦୃଶ୍ୟପଟ୍ଟରେ ସେମାନଙ୍କ ମାଧ୍ୟମରେ ବିଶ୍ୱବ୍ୟାପୀ ଜ୍ଞାନର ଅନ୍ୱେଷଣ କରିବା ଆମର ପ୍ରୟାସ ରହିଛି । ଏହି ଲକ୍ଷ୍ୟରେ ବିଶ୍ୱର ଅଗ୍ରଣୀ ଅନୁଷ୍ଠାନ ତଥା ସିଙ୍ଗାପୁରର ଜିଏଫଟିଏନ୍, ଏଆଇଡିଏଫ ଏବଂ ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ସିଙ୍ଗାପୁର ମିଳିତ ଭାବରେ ଏସଡିଆଇ, ଭୁବନେଶ୍ୱରରେ ଫିନଟେକ୍ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି, ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ […]
Continue readingଦେବାଶିଷ ସାମନ୍ତରାୟ ବିଜୁ ଜନତା ଦଳ (ବିଜେଡି)ର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଲେ
ଓଡ଼ିଶା ରାଜନୀତିରେ ଆଜି ଏକ ବଡ଼ ଖବର। କଟକର ଜଣାଶୁଣା ରାଜନେତା ତଥା ପୂର୍ବତନ ବିଧାୟକ, ବର୍ତ୍ତମାନର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଆଜି ବିଜୁ ଜନତା ଦଳ (ବିଜେଡି)ର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫା ପତ୍ରରେ ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ସେ ବର୍ତ୍ତମାନର ଦଳୀୟ କାର୍ଯ୍ୟକଳାପ ଏବଂ ନିଷ୍ପତ୍ତିରେ ସନ୍ତୁଷ୍ଟ ନାହାଁନ୍ତି। ତାଙ୍କୁ ଦୀର୍ଘ ଦିନ […]
Continue readingଭାରତରେ ଶିକ୍ଷା, ଗବେଷଣା ଓ ନବସୃଜନ କ୍ଷେତ୍ରରେ ସହଯୋଗ କରିବ ଆଇବିଏମ – ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ରମନ୍ତ୍ରୀ ଓ ଆଇବିଏମର ଗ୍ଲୋବାଲ ସିଇଓଙ୍କ ମଧ୍ୟରେ ଭିସି ଜରିଆରେ ଆଲୋଚନା ଭାରତରେ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାରକୁ ବଢାଇବା ଲକ୍ଷ୍ୟରେ ସୋମବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶ୍ୱର ଅନ୍ୟତମ ପୁରୁଣା ଏବଂ ବୃହତ ଆଇଟି କମ୍ପାନୀ ଆଇବିଏମ(ଇଣ୍ଟରନ୍ୟାସନାଲ ବିଜନେସ ମେସିନ କର୍ପୋରେସନ)ର ଗ୍ଲୋବାଲ ସିଇଓ ତଥା ଚେୟାରମ୍ୟାନ ଶ୍ରୀ ଅରବିନ୍ଦ କ୍ରୀଷ୍ଣଙ୍କ ମଧ୍ୟରେ ଭିସି ଜରିଆରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ମୁଖ୍ୟତଃ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ […]
Continue reading‘ସମ୍ବଲପୁର ଚିଡ଼ିଆଖାନା’ ହେବ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ଓ ଆକର୍ଷଣ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର ଚିଡ଼ିଆଖାନାର ନୈସର୍ଗିକ ସୁନ୍ଦରତା ଅତ୍ୟନ୍ତ ଆକର୍ଷଣୀୟ । ଏହାକୁ ଛୋଟରୁ ‘ମିଡ୍ ସାଇଜ୍ ବା ମଧ୍ୟମ ଧରଣର ଚିଡ଼ିଆଖାନାରେ ବିକଶିତ କରିବା ପାଇଁ ଡବଲ ଇଞ୍ଜିନ ସରକାର ବିଗତ ଦିନମାନଙ୍କରେ ନିଷ୍ପତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟବରାଦରେ ଏହି ଶ୍ରୀବୃଦ୍ଧି କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ସୋମବାର ସମ୍ବଲପୁର ଚିଡ଼ିଆଖାନାରେ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ […]
Continue readingପ୍ରତିଭାବାନ ଖେଳାଳିଙ୍କୁ ତୃଣମୂଳ ସ୍ତରରୁ ଜାତୀୟ ସ୍ତରକୁ ନେବାର ପ୍ରଚେଷ୍ଟା ସାର୍ଥକ ହେଉଛି – ଧର୍ମେନ୍ଦ୍ର ପ୍ରଧାନ
ସାଂସଦ ଖେଳ ମହୋତ୍ସବ’ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନା ପ୍ରସୂତ ଏକ ଅଭିନବ ପ୍ରୟାସ, ଯାହାର ମୂଳ ଲକ୍ଷ୍ୟ ହେଉଛି ଅନେକ ପ୍ରତିଭାବାନ ଖେଳାଳିଙ୍କୁ ତୃଣମୂଳ ସ୍ତରରୁ ଜାତୀୟ ସ୍ତରକୁ ନେବା । ଏହି ମହୋତ୍ସବ ଅନେକ ଦକ୍ଷ କ୍ରୀଡ଼ାବିତ୍ମାନଙ୍କୁ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସୋମବାର ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଅନୁଷ୍ଠିତ ‘ସାଂସଦ ଖେଳ ମହୋତ୍ସବ – ୨୦୨୫’ର ଉଦ୍ଯାପନୀ ଉତ୍ସବରେ ଯୋଗ ଦେବା ଅବସରରେ କହିଛନ୍ତି […]
Continue readingପୁରୁଣା ପେନସନ ଦାବିରେ ଆସନ୍ତା କାଲି ଦିଲ୍ଲୀରେ ମହାଆନ୍ଦୋଳନ
ମହାସଂଘ ରାଜ୍ୟ ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ୱରେ କର୍ମଚାରୀଙ୍କ ଦିଲ୍ଲୀ ଯାତ୍ରା। ଓଡିଶା ସହିତ ସମେତ ସବୁ ରାଜ୍ୟ ଏନ. ପି. ଏସ(ନ୍ୟାସନାଲ ପେନସନ ସ୍କିମ )କୁ ବିରୋଧ କରି ଗତ ବର୍ଷ ଦିଲ୍ଲୀ ଠାରେ ସବୁ ରାଜ୍ୟର ୧୦ ଲକ୍ଷରୁ ଅଧିକ କର୍ମଚାରୀ ଯୋଗ ଦେଇ ପୁରୁଣା ପେନସନ ଲାଗୁ କରିବା ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଥିଲେ। ଏଥିସହିତ ଗତ ସାଧାରଣ ନିର୍ବାଚନରେ କର୍ମଚାରୀମାନେ ଭୋଟ ଫର ଓ. ପି. ଏସ ନାରା […]
Continue readingବିହାରରେ ଏନଡ଼ିଏର ବିଜୟ ‘ଜନତାଙ୍କ ଶକ୍ତିର ବିଜୟ’ -ଧର୍ମେନ୍ଦ୍ର ପ୍ରଧାନ
ବିହାର ବିଧାନସଭା ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ଭୂମିକା ଗ୍ରହଣ କରି ଦଳ ପାଇଁ ବିଜୟର ପଥ ପରିଷ୍କାର କରିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ଝାରସୁଗୁଡ଼ା ଓ ସମ୍ବଲପୁର ଗସ୍ତ ସମୟରେ ବିପୁଳ ଓ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ସମ୍ବଲପୁର ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ତାଙ୍କୁ ଉଷ୍ମ ସ୍ୱାଗତ ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବା ଲାଗି […]
Continue reading

