ଟେକ୍ନୋଲୋଜିରେ ପାରଦର୍ଶିତା ଲାଭ କରିବେ ମିଶନ ଶକ୍ତି ମହିଳା। ଆଇଆଇଟି ପ୍ରଫେସର ସେମାନଙ୍କୁ ଟ୍ରେନିଂ ଦେବେ। ଏଥିପାଇଁ ଓଡ଼ିଶା ଜୀବିକା ମିଶନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଓଡ଼ିଶା ଜୀବିକା ମିଶନ ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଓ ଆଇଆଇଟି ନିର୍ଦେଶକ ଶ୍ରୀପଦ କରମାକରଙ୍କ ମଧ୍ୟରେ ବୁଝାମଣା ହୋଇଛି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୩ ବର୍ଷ ମଧ୍ୟରେ ରାଜ୍ୟର ୧୫୦ ଲକ୍ଷପତି ଦିଦିଙ୍କୁ କୋଟିପତି […]
Continue readingCategory Archives: ରାଜ୍ୟ
କାଳବୈଶାଖୀର ତାଣ୍ଡବ, କାଳବୈଶାଖୀ ଯୋଗୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହେଲିକପ୍ଟରର ଜରୁରୀ ଅବତରଣ
ରାଜ୍ୟରେ କାଳବୈଶାଖୀ ଜନିତ ପ୍ରବଳ ଝଡ଼ତୋଫାନ ଓ ବର୍ଷା ଯୋଗୁଁ ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ହଠାତ୍ ପାଗ ଖରାପ ହେବା ଏବଂ କାଳବୈଶାଖୀର ପ୍ରକୋପ ଯୋଗୁଁ ତାଙ୍କ ହେଲିକପ୍ଟରକୁ ଜରୁରୀ ଅବତରଣ (Emergency Landing) କରାଯାଇଥିଲା । ଅନ୍ୟପଟେ, ଏହି ପ୍ରଳୟଙ୍କରୀ କାଳବୈଶାଖୀ ଝଡ଼ ଯୋଗୁଁ ସାରା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ସାଧାରଣ ଲୋକେ ହନ୍ତସନ୍ତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, […]
Continue readingରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ସଫଳତା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶା ସରକାର ଶିଳ୍ପ ବିକାଶକୁ ଆହୁରି ତ୍ୱରାନ୍ୱିତ କରିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୭ତମ ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ୨୪ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ସମସ୍ତ ପ୍ରକଳ୍ପ ଜରିଆରେ ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ […]
Continue readingଇସ୍କନର ବେଆଇନ ରଥଯାତ୍ରା ବିରୋଧରେ ଗଜପତିଙ୍କ ବଡ଼ ପ୍ରହାର: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ମହାରାଜା
ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ଶାସ୍ତ୍ରୀୟ ନୀତିର ସୁରକ୍ଷା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏକ ବଡ଼ ତଥା ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆନ୍ତର୍ଜାତୀୟ ଆଧ୍ୟାତ୍ମିକ ସଂଗଠନ ‘ଇସ୍କନ’ (ISKCON) ଦ୍ୱାରା ବିଦେଶ ମାଟିରେ ମନଇଚ୍ଛା ଏବଂ ଶାସ୍ତ୍ର ବିରୋଧୀ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ କରିବାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଗଜପତି। ଏହି ବେଆଇନ ପରମ୍ପରା ଉପରେ ରୋକ୍ ଲଗାଇବା ଏବଂ ଜରୁରୀ ହସ୍ତକ୍ଷେପ ପାଇଁ […]
Continue readingରାଜ୍ୟସଭା ଉପନିର୍ବାଚନ ଲାଗି ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ: ବିଜୟ ଏକପ୍ରକାର ସୁନିଶ୍ଚିତ?
ଓଡ଼ିଶାରୁ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରାଜନୈତିକ ଗତିବିଧି ବେଶ୍ ଜୋର୍ ଧରିଛି। ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ଆଧିକାରିକ ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ଓଡ଼ିଶା ବିଧାନସଭା ପରିସରରେ ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଏବଂ ଦଳର ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀ ଓ ବିଧାୟକମାନଙ୍କ ଗହଣରେ ସେ ପ୍ରାର୍ଥିପତ୍ର ଦାଖଲ କରି […]
Continue readingବିଶ୍ୱ ପରିବେଶ ଦିବସରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କଲା ବିଜେପି
ଗଛ କଟା, ପ୍ରଦୂଷଣ ଓ ଜଳ ସଙ୍କଟ ଯୋଗୁ ସାରା ବିଶ୍ୱରେ ଜଳବାୟୁ ପରିବର୍ତନ ହେବାରେ ଲାଗିଛି। ଏହାର ପ୍ରଭାବ ଧୀରେ ଧୀରେ ଅନୁଭବ ହେଉଛି ଏବଂ ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ଏଭଳିସ୍ଥିତିରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ଜରୁରୀ ହୋଇପଡ଼ିଛି। ଏନେଇ ବିଶ୍ୱ ପର୍ଯ୍ୟାବରଣ ଦିବସ ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପକୁ ପାଥେୟ କରି ବିଜେପି ରାଜ୍ୟ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲ […]
Continue readingଢେଙ୍କାନାଳ ଜିଲ୍ଲାର ଆଇଜିଆଇଟି ସରାଙ୍ଗକୁ ଏକ ସ୍ଵତନ୍ତ୍ର ଏକକ ବିଶ୍ଵବିଦ୍ୟାଳୟ ଭାବେ ଅପଗ୍ରେଡ୍ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି । ମୁଖ୍ୟମନ୍ତ୍ରୀ ମୋହମ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଢେଙ୍କାନାଳ ଜିଲ୍ଲାର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ‘ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି’ (ଆଇଜିଆଇଟି), ସରାଙ୍ଗକୁ ଏକ ସ୍ଵତନ୍ତ୍ର ଏକକ ବିଶ୍ଵବିଦ୍ୟାଳୟ ଭାବେ ଅପଗ୍ରେଡ୍ କରିବା ପାଇଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା […]
Continue readingଦୁଇବର୍ଷ ତଳେ ଓଡ଼ିଶାରୁ କ୍ଷମତାଚ୍ୟୁତ ହୋଇଥିଲା ବିଜେଡି
ଭାଙ୍ଗିଥିଲା ବିଜେଡିର ୨୪ ବର୍ଷର ଗଡ଼, ଉଡ଼ିଥିଲା ବିଜେପିର ବିଜୟ ବାନା! ଓଡ଼ିଶା ରାଜନୀତିର ସବୁଠାରୁ ବଡ଼ ଐତିହାସିକ ପରିବର୍ତ୍ତନକୁ ଆଜି ଦୁଇ ବର୍ଷ ପୂରିଛି। ଦୁଇ ବର୍ଷ ତଳେ ଠିକ୍ ଏହି ସମୟରେ ଓଡ଼ିଶାର ସାଙ୍ଗଠନିକ ଏବଂ ପ୍ରଶାସନିକ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ଦୀର୍ଘ ୨୪ ବର୍ଷ ଧରି ରାଜ୍ୟରେ ଅପରାଜେୟ ରହିଆସିଥିବା ବିଜୁ ଜନତା ଦଳ (BJD) କ୍ଷମତାଚ୍ୟୁତ ହୋଇଥିବା ବେଳେ, ସମସ୍ତ ପଲିଟିକାଲ ଗଣିତକୁ ଓଲଟପାଲଟ କରି ଭାରତୀୟ ଜନତା ପାର୍ଟି […]
Continue readingପୁରୀରେ ‘ବ୍ରିକ୍ସ’ ବିପର୍ଯ୍ୟୟ ପରିଚାଳନା ସମ୍ମିଳନୀ
ଓଡ଼ିଶାର ପବିତ୍ର ବେଳାଭୂମି ସହର ପୁରୀରେ ଆୟୋଜିତ ଦୁଇ ଦିନିଆ ଆନ୍ତର୍ଜାତୀୟ ବ୍ରିକ୍ସ (BRICS) ସମ୍ମିଳନୀ ଆନୁଷ୍ଠାନିକ ଭାବେ ଉଦ୍ଯାପିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଦ୍ଘାଟିତ ଏହି ଉଚ୍ଚସ୍ତରୀୟ ବୈଷୟିକ ଅଧିବେଶନର ଶେଷ ଦିନରେ ବିଶ୍ୱବ୍ୟାପୀ ବଢ଼ୁଥିବା ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ବଡ଼ ରଣନୀତି ପ୍ରସ୍ତୁତ ହୋଇଛି। ବିପର୍ଯ୍ୟୟର କୌଣସି ଭୌଗୋଳିକ ସୀମା ନଥିବାରୁ, ଏକାଠି ମିଳିତ ଭାବେ କାର୍ଯ୍ୟ କରିବାକୁ ସମ୍ମିଳନୀରେ ସାମିଲ ୧୧ଟି ଯାକ […]
Continue readingରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
ରାଜ୍ୟସଭା ନିର୍ବାଚନକୁ ନେଇ ଗୁରୁବାର ପ୍ରାର୍ଥୀକୁ ଘୋଷଣା କରିଛି ବିଜେପି। ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କରିଛି ବିଜେପି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଦେବାଶିଷ ବିଜେଡି ଛାଡ଼ିବା ସହିତ ରାଜ୍ୟସଭା ପଦରୁ ଇସ୍ତଫା ଦେବା ପରେ ଏହି ଆସନ ଖାଲିପଡିଥିଲା। ୨୦୨୪ ଏପ୍ରିଲରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଦେବାଶିଷ ସାମନ୍ତରାୟ। ତାଙ୍କ କାର୍ଯ୍ୟକାଳ ୨୦୩୦ ଏପ୍ରିଲ ୩ ତାରିଖରେ ଶେଷ […]
Continue reading








