ମ୍ୟାଥ୍ସ ଜିନିୟସ୍ 2025ରେ ସଫଳତା ହାସଲ କଲେ  ଭାରତୀ ବିଦ୍ୟାମନ୍ଦିର ଛାତ୍ର ସାଇ ସମର୍ଥ ସାହୁ

ରାଷ୍ଟ୍ରୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରି ପାଇଲେ 75 ହଜାର ଟଙ୍କା   ସପ୍ତମ ଶ୍ରେଣୀ ଛାତ୍ର ସାଇ ସମର୍ଥ ସାହୁ ପାଇଛନ୍ତି ବଡ଼ ସଫଳତା । ମ୍ୟାଥ୍ସ ଜିନିୟସ୍ 2025,  ରାଷ୍ଟ୍ରୀୟ ସ୍ତରରେ ହୋଇଥିବା ପ୍ରତିଯୋଗିତାରେ  ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଏହି ସଫଳତା ହେତୁ,ସମର୍ଥ ଟ୍ରଷ୍ଟ ର 19ତମ ପ୍ରତିଷ୍ଠା ଦିବସରେ ତାଙ୍କୁ ସମ୍ମାନିତ କରାଯାଇଛି।  ମିସାଇଲ୍ ମ୍ୟାନ୍ ଡ. ଏ.ପି.ଜେ. ଅବଦୁଲ କଲାମଜୀଙ୍କ ଜନ୍ମଦିନ ପାଳନ ଅବସରରେ  ସମର୍ଥ ଟ୍ରଷ୍ଟ […]

Continue reading

ଜୟ ଢୋଲକିଆଙ୍କ ଯୋଗଦାନ ନୂଆପଡ଼ାରେ ବିଜେପି ସଂଗଠନକୁ ଅଧିକ ଶକ୍ତିଶାଳୀ କରିବ : ମନମୋହନ ସାମଲ

ଭୁବନେଶ୍ୱର,ତା.୧୧/୧୦: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ଗଠନ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂରଣ କରିବା ପାଇଁ ବିଜେପିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି । ଦିବଂଗତ ନେତା ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ […]

Continue reading

ପୋଲିସ ଏସ୍‌ଆଇ ପରୀକ୍ଷା ନିଯୁକ୍ତି ଜାଲିଆତି

ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଛାନଭିନ୍‌ ଚଳାଇଛି। ଏଥିରେ ବହୁ ବଡ଼ ଅଧିକାରୀ, ନେତା ଓ ପ୍ରଭାବଶାଳୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଉଠୁଥିବାରୁ କ୍ରାଇମ୍‌ବ୍ରାଞ୍ଚ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ତେବେ ଏହି ମାମଲାରେ ବାଲେଶ୍ୱରରୁ ଷଷ୍ଠ ମଧ୍ୟସ୍ଥଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ଆଣିଛି। ସେ ହେଲେ ଚନ୍ଦନ ମଲ୍ଲିକ। ବାଲେଶ୍ୱର ସଦର ବ୍ଲକ ଚାନ୍ଦିପୁର ଥାନା ରଣସାହି ପଞ୍ଚାୟତ ତପସ୍ବୀ ଗ୍ରାମସ୍ଥିତ ଘରୁ ଚନ୍ଦନଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ କାବୁ କରଛି। ତେବେ ତାଙ୍କୁ କ୍ରାଇମବ୍ରାଞ୍ଚ ମାରାଥନ୍‌ ଜେରା […]

Continue reading

ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି

ଶ୍ରୀମନ୍ଦିରରେ ଆରମ୍ଭ ହେଉଛି କାର୍ତ୍ତିକ ନୀତି। ହବିଷ୍ୟାଳି ତଥା କାର୍ତ୍ତିକ ବ୍ରତଧାରୀଙ୍କର ଶ୍ରୀମନ୍ଦିରରେ ଭିଡ଼ ଜମିବ। ତା’ ଛଡ଼ା ଶ୍ରୀମନ୍ଦିରରେ ନୀତି ମଧ୍ୟ ଅଧିକ ରହିବ। ଶ୍ରୀମନ୍ଦିରରେ ପବିତ୍ର କାର୍ତ୍ତିକ ନୀତି ଶନିବାର ଆରମ୍ଭ ହେଇଛି। ଆଜିଠାରୁ ମହାପ୍ରଭୁ ରାଧା ଦାମୋଦର ବେଶରେ ଦର୍ଶନ ଦେବେ। ଏହି ବେଶରେ ମହାପ୍ରଭୁଙ୍କ ନିକଟରେ ସ୍ବତନ୍ତ୍ର ବାଳଧୂପ ନୀତି ହୋଇଥାଏ।ଆଜି ସିଂହଦ୍ୱାର ସମ୍ମୁଖରେ ଗୋଷାଣୀ ଏକାଠି ହେବେ ତେଣୁ ମଧ୍ୟାହ୍ନ ୧୨ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଏ […]

Continue reading

ମୁକ୍ତି ଆନ୍ଦୋଳନର ସର୍ବ କନିଷ୍ଠ ସହିଦ୍ ସଂଗ୍ରାମୀ ‘ବାଜି ରାଉତ’

ମୁକ୍ତି ଆନ୍ଦୋଳନର ସର୍ବ କନିଷ୍ଠ ସହିଦ୍ ସଂଗ୍ରାମୀ ‘ବାଜି ରାଉତ’ଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ,ଅମ୍ଲାନ , ଲୋହିତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଆମେ ଓଡ଼ିଆ ମାନେ ଗର୍ବିତ ଯେ ମୁକ୍ତି ଆନ୍ଦୋଳନର ପ୍ରଥମ ଶହୀଦ ଜୟୀ ରାଜଗୁରୁ, ପ୍ରଥମ ମହିଳା ସହୀଦ୍ ପରି ବେଓ୍ବା, ସର୍ବ କନିଷ୍ଠ ସହିଦ୍ ବାଜି ରାଉତ ଏବଂ ୧୮୧୭ର ପାଇକ ସଂଗ୍ରାମ ହିଁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ । ଅଛପା […]

Continue reading

ପ୍ରାଣନାଥ ପଟ୍ଟନାୟକ ଙ୍କ ୫୫ତମ ଶ୍ରାଦ୍ଧ ଦିବସ

ଆଜି ମହାନ୍ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଶାରେ ସାମ୍ୟବାଦୀ ଆନ୍ଦୋଳନର ପ୍ରତିଷ୍ଠାତା , ଚାଷୀ ମୂଲିଆ ,ଗରିବ ଖଟିଖିଆ ସର୍ବହରା ମେହନତୀ ମଣିଷର ଚିର ସାଥୀ, ଵେସାଲିସ ବିଦ୍ରୋହୀ ଜନନେତା ସାହିତ୍ୟିକ, ସାମ୍ବାଦିକ,କୃଷକ ଆନ୍ଦୋଳନର ସମର୍ପିତ କାଣ୍ଡାରୀ, ପ୍ରାକ୍ତନ ବିଧାୟକ, ଖୋର୍ଦ୍ଧା ମହାବିଦ୍ୟାଳୟ, ଜଟଣୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା , ନିଜର ସମସ୍ତ ସୁଖ ସ୍ଵାଛନ୍ଦକୁ ଜଳାଞ୍ଜଳି ଦେଇ ଅପରର ଦୁଃଖରେ ଵିଗଳିତ ହୃଦୟର ଅକୁତ୍ରୁମ କରୁଣା ପ୍ରଦର୍ଶକ ପ୍ରାଣନାଥ ପଟ୍ଟନାୟକ ଙ୍କ ୫୫ତମ ଶ୍ରାଦ୍ଧ ଦିବସ ଅବସରରେ […]

Continue reading

ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ

ଆଜି ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ (୩ ଅକ୍ଟୋବର ୧୮୯୦ – ୮ ଜାନୁଆରୀ ୧୯୬୩) ମହାନ୍ ସ୍ଵାଧୀନତା ସଂଗ୍ରାମୀ, ପ୍ରବୀଣ ସାରସ୍ବତ ସାଧକ, କବି, ସାମ୍ବାଦିକ, ସମାଜସେବୀ, ସଂସ୍କାରକ, ଐତିହାସିକ ଓ ରାଜନୀତିଜ୍ଞ ଙ୍କ ୧୩୬ ତମ ପବିତ୍ର ଜୟନ୍ତୀ ଦିବସ । ବାଲେଶ୍ୱର ନିକଟସ୍ଥ ମଣିଖମ୍ବ ଗ୍ରାମର କ୍ଷେତ୍ରମୋହନ ସାହୁଙ୍କର ସେ ଏକମାତ୍ର ସନ୍ତାନ ଥିଲେ । ସ୍କୁଲ ଶିକ୍ଷା ପରେ ସେ ଏକାଧିକ ବିଷୟରେ ଏମ୍.ଏ. ଓ ଏଲ୍.ଏଲ୍.ବି. ପାସ କରିଥିଲେ । ପୁରୀର […]

Continue reading
ଏହା କେଉଁ ଗଣିତ ପାଠ ? ଅଙ୍କ ଗଣନାରେ ତ୍ରୁଟି

ଏହା କେଉଁ ଗଣିତ ପାଠ ? ଅଙ୍କ ଗଣନାରେ ତ୍ରୁଟି

ଭାରତର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଭିନ୍ନ ଗଣମାଧ୍ୟମ ଗତକାଲି ଲେଖିଲେ ଶାସ୍ତ୍ରୀଙ୍କ ୧୨୧ ତମ ଓ ମହାତ୍ମାଗାନ୍ଧୀଙ୍କ ୧୫୬ ତମ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି । ଏହା କେଉଁ ଗଣିତ ପାଠ ? ଲାଲ ବାହାଦୂର ଶ୍ରୀବାସ୍ତବ (ଶାସ୍ତ୍ରୀ) ଙ୍କ ଜନ୍ମ ଅକ୍ଟୋବର ୨, ୧୯୦୪ । ସେହିପରି ମହାତ୍ମାଗାନ୍ଧୀଙ୍କ ଜନ୍ମ ମଧ୍ୟ ଅକ୍ଟୋବର ୨ ତାରିଖରେ ଏବଂ ମସିହା ହେଉଛି ୧୮୬୯ । ୧୯୦୪ ମସିହାରେ ଜନ୍ମଲାଭ କରିଥିବା ଶାସ୍ତ୍ରୀ ବଞ୍ଚିଥିଲେ […]

Continue reading

ଦୁର୍ଗମଛେଦିନୀ, ଦୁର୍ଗତିନାଶିନୀ, ଶକ୍ତି ସ୍ୱରୂପିଣୀ ମାଆ

କେଉଁ ଅନାଦି ଅନନ୍ତ କାଳରୁ ବିଶ୍ବାସ ରହି ଆସିଛି ଯେଦୁର୍ଗମଛେଦିନୀ, ଦୁର୍ଗତିନାଶିନୀ, ଶକ୍ତି ସ୍ୱରୂପିଣୀ, ତ୍ରିଶୂଳଧାରିଣୀ, ବଳଦାୟିନୀ, ମହିଷମର୍ଦ୍ଦିନୀ, ଚଣ୍ଡମୁଣ୍ଡ ବିନାଶିନୀ ମା’ ଦୁର୍ଗା ହେଉଛନ୍ତି ସମସ୍ତ ଶକ୍ତିର ଅଧିଷ୍ଠାତ୍ରୀ ଦେବୀ । ଏହା ମଧ୍ୟ ବିଶ୍ଵାସ କରାଯାଏ ଯେ ମା’ ଦୁର୍ଗା ହେଉଛନ୍ତି ମୋକ୍ଷଦାତ୍ରୀ, ମଙ୍ଗଳମୟୀ । ମା’ ଦୁର୍ଗାଙ୍କୁ ଉପାସନା କଲେ ମଣିଷ ଧର୍ମ – ଅର୍ଥ – କାମ – ମୋକ୍ଷ ଚତୁର୍ବର୍ଗର ଫଳପ୍ରାପ୍ତି କରିଥାଏ । ଦୁର୍ଗାସାଧନାର ପ୍ରାପ୍ତିଫଳ ଅସୀମ ଏବଂ […]

Continue reading

ମହାଷ୍ଟମୀର ମହତ୍ତ୍ଵ ଓ ମହକ

ନବରାତ୍ରୀ ଦୂର୍ଗାପୂଜା ଉତ୍ସବର ଅଷ୍ଟମୀ ଦିନଟି ଦୂର୍ଗାଷ୍ଟମୀ ବା ମହାଷ୍ଟମୀ ଭାବେ କେଉଁ ଅନାଦି ଅନନ୍ତ କାଳରୁ  ଆମେ ଓଡିଆମାନେ ପାଳନ କରି ଆସୁଛନ୍ତି । ଏହାକୁ ମହାଷ୍ଟମୀ ଭାବେ ସମ୍ବୋଧିତ କରିବାର ବହୁବିଧ କାରଣ  ମଧ୍ୟ ଆମ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଦେବୀଙ୍କର ଅସ୍ତ୍ର ସବୁ ଏହି ଦିନ ପୂଜା କରାଯାଉଥିବାରୁ ଏହି ଦିବସକୁ ‘ଅସ୍ତ୍ର ପୂଜା’ ଦିବସ ମଧ୍ୟ କୁହାଯାଏ । ଅନେକ ସ୍ଥାନରେ ଅସ୍ତ୍ର ବ୍ୟବହାର କରି ସାମରିକ କଳା କୌଶଳ […]

Continue reading