ମଧ୍ୟସ୍ଥତା ମାଧ୍ୟମରେ ବିଚାରାଧୀନ ମାମଲା ଶୂନକୁ ଆଣିବା ତଥା ପେଣ୍ଡିଂ କେସ୍ ହ୍ରାସ କରିବା ଭାରତୀୟ ନ୍ୟାୟ ବ୍ୟବସ୍ଥାର ମୂଳ ଲକ୍ଷ୍ୟ ହେବା ଦରକାର ବୋଲି ରବିବାର ଭୁବନେଶ୍ୱର ଠାରେ ଆୟୋଜିତ ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା(ମେଡିଏସନ) କର୍ମଶାଳାର ଉଦଯାପନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଧ୍ୟସ୍ଥତାର ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ବିଭିନ୍ନ ସ୍ଥାନରେ ଭଦ୍ର ଓ ସଚେତନ ବ୍ୟକ୍ତିମାନେ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ […]
Continue readingCategory Archives: ରାଜ୍ୟ
ବରେଣ୍ୟ ବରଦା ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ
ବରେଣ୍ୟ ବରଦା ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ ଘଟିଛି । ଏହି ମହାନ ଆତ୍ମାଙ୍କ ପରଲୋକରେ ବୁଦ୍ଧିଜୀବୀ ମହଲରେ ଗଭୀର ଶୋକ ପ୍ରକାଶ କରାଯାଇଛି । ଅତୁଳନୀୟ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରାଣ, ଅନେକ ସାମାଜିକ ସଂଗଠନର ପ୍ରତିଷ୍ଠାତା, ବିଶେଷ କରି ” ସ୍ୱାଗତିକା” ସାଂସ୍କୃତିକ ଅନୁଷ୍ଠାନ , ଯାହା ବିଗତ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ଅବଧି ଧରି ଅନେକ ସାରସ୍ବତ ସାଧକ ଙ୍କ ସାମାଜିକ ପରିଚିତିର ଉଦଘୋଷକ, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ, କଟକ ସିଟି ମାଜିଷ୍ଟ୍ରେଟରୁ […]
Continue readingଭାରତ ବିକାଶ ପରିଷଦ ସେଣ୍ଟ୍ରାଲ ବ୍ରାଞ୍ଚ ଭୁବନେଶ୍ବର ପକ୍ଷରୁ ଭବ୍ୟ କନ୍ୟା ପୂଜନ ଉତ୍ସବ
ଭାରତ ବିକାଶ ପରିଷଦ ଭୁବନେଶ୍ବର ସେଣ୍ଟ୍ରାଲ ବ୍ରାଞ୍ଚ ପକ୍ଷରୁ ଏକ ଭବ୍ୟ କନ୍ୟା ପୂଜନ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ୩୭ ଜଣ ଛୋଟ ଝିଅଙ୍କୁ ଦେବୀ ଦୁର୍ଗାଙ୍କ ରୂପେ ଝାରପଡ଼ାସ୍ଥିତ ଭାରତୀ ବିଦ୍ୟାମନ୍ଦିର ସ୍କୁଲରେ ପୂଜା କରାଯାଇଥିଲା। ଝିଅମାନଙ୍କୁ ସୁନ୍ଦର ଭାବେ ସଜାଇ ଫୁଲ, ଆଳତି ଓ ଭୋଗ ପ୍ରଦାନ କରାଯାଇଥିଲା। ସଦସ୍ୟମାନେ ଉତ୍ସାହର ସହ ଏହି ଧାର୍ମିକ ରୀତିନୀତିରେ ଅଂଶଗ୍ରହଣ କରିଥିଲେ। ଝିଅମାନେ କ୍ୟାସେଟର ସଙ୍ଗୀତରେ ମନୋଜ୍ଞ ନୃତ୍ୟ ପରିବେଷଣ କରି ସମସ୍ତଙ୍କ […]
Continue readingପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ପ୍ରକଳ୍ପ ଓଡ଼ିଶାର ସାମାଜିକ-ଆର୍ଥିକ ବିକାଶକୁ ନୂଆ ଗତି ଦେବ – ଧର୍ମେନ୍ଦ୍ର ପ୍ରଧାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସେବା ପର୍ବ -୨୦୨୫’ ଅବସରରେ ଝାରସୁଗୁଡ଼ାରେ ଯୁବ ସମାବେଶରେ ଯୋଗଦେଇ ଓଡ଼ିଶା ସମେତ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରାୟ ୬୦,୦୦୦ କୋଟି ମୂଲ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉନ୍ମୋଚନ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ, ଦକ୍ଷତା ବିକାଶ ଓ ଭିତ୍ତିଭୂମି କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଜନସାଧାରଣଙ୍କ ଆକାଂକ୍ଷାକୁ ପୂରଣ କରିବ । ଓଡ଼ିଶା ଏବଂ ଦେଶର ସାମାଜିକ-ଆର୍ଥିକ ବିକାଶରେ ନୂତନ ଗତି ଦେବ ବୋଲି କହିଛନ୍ତି […]
Continue readingମା’ଙ୍କୁ ପୂଜାକଲେ ବୃଦ୍ଧାଶ୍ରମର ଆବଶ୍ୟକତା ରହିବ ନାହିଁ
ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ନବମାତୃକା ପୂଜା ଭୁବନେଶ୍ୱର, ୨୨.୯ : ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ସଂସ୍କାରବାଦୀ ସଂଗଠନ ଆର୍ଯ୍ୟ ସମାଜ ପକ୍ଷରୁ ସୋମବାର ନବରାତ୍ରର ପ୍ରଥମ ଦିବସ ଆଶ୍ୱିନ ଶୁକ୍ଳ ପତିଦାର ପବିତ୍ର ତିଥିରେ ଚନ୍ଦ୍ରଶେଖରପୁର ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ଆର୍ଯ୍ୟସମାଜ ଓଡ଼ିଶାର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଯାଇଛି। କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଲେ ଯେ, […]
Continue readingନୂଆପଡ଼ା ବିଧାନସଭା ଆସନ ଉପନିର୍ବାଚନରେ ବିଜେପିର ଜିତିବାର ସମ୍ଭାବନା ବେଶୀ
ନୂଆପଡ଼ା ବିଧାନସଭା ଆସନରେ ଉପନିର୍ବାଚନ ହେବ । ବିଜେଡିର ବିଧାୟକ ଥିବା ରାଜେନ୍ଦ୍ର ଢ଼ୋଲକିଆ ଙ୍କ ମୃତ୍ୟୁ ପରେ ଏହି ନିର୍ବାଚନ 6 ମାସ ଭିତରେ କରିବାକୁ ପଡ଼ିବ । ଏହି ଆସନରେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ହେବ ବୋଲି ଆଲୋଚନା ହେଉଛି । କିନ୍ତୁ ବିଜେପି ଏହି ଉପନିର୍ବାଚନ ଜିତିବା ସଂଭାବନା ଅଧିକ ରହିଛି । କାରଣ ସରକାରୀ ଦଳର ସଦସ୍ୟ ସଦାବେଳେ ଉପନିର୍ବାଚନରେ ବିଜୟୀ ହେବା ଦେଖାଯାଇଛି । […]
Continue readingସୋମବାର ଯାଏଁ ଗୃହ ମୁଲତବୀ
ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନରେ ବି ଚାଲିପାରିଲାନି ଗୃହ। ସୋମବାର ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୀରମିତ୍ରପୁରର ଦିବ୍ୟଙ୍ଗତ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ବିରୋଧୀ ବିଜେଡିର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମା ଏବଂ ସିପିଏମ୍ ବିଧାୟକ ସମର୍ଥନ କରିଥିଲେ […]
Continue readingଜର୍ଜ ତିର୍କୀଙ୍କ ବିୟୋଗରେ ସିପିଆଇର ଶୋକ
ବରିଷ୍ଠ ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗ ରେ ସିପିଆଇ ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ଦ୍ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଓଡ଼ିଶା ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ ମିଶ୍ର କହିଛନ୍ତିଯେ, ପ୍ରୟାତ ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଚାରିଥର ଓଡିଶାର ବିଧାୟକ ଭାବେ ନିର୍ବାଚିତ ହୋଇ ଆଦିବାସୀ ସମ୍ପ୍ରଦାୟର ଅଧିକାର ପାଇଁ ପ୍ରତିବଦ୍ଧତା ସହ ଲଢିଥିଲେ। ମାତ୍ର ୬୭ ବର୍ଷ ବୟସରେ […]
Continue readingଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂଘ ତରଫରୁ ୮ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ବିକ୍ଷୋଭ
ଭୁବନେଶ୍ୱର : ଓଡ଼ିଶା ପାଚକ ପାଚିକା ମହାସଂଘ ପକ୍ଷରୁ ୮ ଦଫା ଦାବି ନେଇ ସଂଘର ରାଜ୍ୟ ସଭାନେତ୍ରୀ ଜନକ ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ୩୦ଗୋଟି ଜିଲ୍ଲାର ପାଚକ ପାଚିକାମାନେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବେ ମହାସଂଘର ରାଜ୍ୟ ଆବାହକ ଦିଗମ୍ବର ଜେନା ଯୋଗଦେଇ ୮ଦଫା ସମ୍ବଳିତ ଦାବି ଖୁବ୍ଶୀଘ୍ର ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟ ସାଧାରଣ ସମ୍ପାଦିକା ଜାନକୀ ମାଝୀ, ସମ୍ପାଦିକା ନିରୁପମା ମହାନ୍ତ, କୋକିଳ ମହାନ୍ତ, […]
Continue readingବିଭିନ୍ନ ଦାବି ନେଇ ଗୋଷ୍ଠୀ ସହାୟିକା ସଂଘ ପକ୍ଷରୁ ବିଧାନସଭା ଆଗରେ ଧାରଣା
ବିଧାନସଭା ଆଗରେ ଆନ୍ଦୋଳନ ପାଇଁ ଏକାଠି ହୋଇଛନ୍ତି ବିଭିନ୍ନ ଜିଲ୍ଲାର ହଜାର ହଜାର ଓଡ଼ିଶା ଗୋଷ୍ଠୀ ସହାୟିକା ସଂଘର ସଦସ୍ୟ । ବକେୟା ଦରମା ସହ ଗୋଷ୍ଠୀ ସହାୟିକା ସଂଘ ଟିଏ ଡିଏ ଦାବି କରିଛି । ପ୍ରତି ଗ୍ରାମରେ ସିଏଲଏଫ ଗଠନ, ସ୍ଥାୟୀ ନିଯୁକ୍ତି, ଅନଲାଇନ କାମ ପାଇଁ ଲାପଟପ୍, ବୈଠକ ଗୃହ ନିର୍ମାଣ, ପରିଚୟପତ୍ର ପ୍ରଦାନ, ସାମାଜିକ ସୁରକ୍ଷା, ଭିଆରଏଫ ଫଣ୍ଡକୁ 10 ଲକ୍ଷ ପ୍ରଦାନ, ସର୍ବନିମ୍ନ ମଜୁରୀ 26 ହଜାର ଟଙ୍କା ଦାବି […]
Continue reading