ଓଡ଼ିଶା ପୁଲିସ SI କେଳେଙ୍କାରୀ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଓଡ଼ିଶା ପୁଲିସ ସବ୍ ଇନ୍ସପେକ୍ଟର (SI) ନିଯୁକ୍ତି କେଳେଙ୍କାରୀର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଶଙ୍କର ପୃଷ୍ଟିଙ୍କୁ ଶେଷରେ କ୍ରାଇମବ୍ରାଞ୍ଚ ଗିରଫ କରିବାରେ ସଫଳ ହୋଇଛି। ଗଞ୍ଜାମ ଜିଲ୍ଲାର ଏହି ମୁଖ୍ୟ ଅଭିଯୁକ୍ତଙ୍କୁ ନେପାଳ ସୀମାନ୍ତ ଅଞ୍ଚଳରୁ କାବୁ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, କେଳେଙ୍କାରୀ ପଦାକୁ ଆସିବା ପରେ ଶଙ୍କର ଫେରାର ହୋଇଯାଇଥିଲେ। ଗାଜିଆବାଦରେ ଥିବା ତାଙ୍କ ଘରେ କ୍ରାଇମବ୍ରାଞ୍ଚ୍ ଚଢ଼ଉ କରିବା ପରେ ସେ ସେଠାରୁ ନେପାଳ ପଳାଇଥିଲେ। […]

Continue reading

ଆଜିଠୁ ପୁରୀରେ ‘ପଞ୍ଚୁକ’: ଚାରି ଦିନ ଧରି ଦର୍ଶନ ପାଇଁ କଡ଼ା ନିୟମ

ପୁରୀ: ପବିତ୍ର କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନିଆ ପର୍ବ ମହାକାର୍ତ୍ତିକ ପଞ୍ଚୁକ ଆରମ୍ଭ ହୋଇଯାଇଛି। ଶାସ୍ତ୍ର କହେ, ସାରା ମାସ ବ୍ରତ କରି ଯେତିକି ପୁଣ୍ୟ ମିଳେ, ଏହି ୫ ଦିନ ବ୍ରତ ରଖିଲେ ତା’ଠୁ ଅଧିକ ପୁଣ୍ୟ ମିଳେ। ଏହି ପର୍ବକୁ ‘ବକ ପଞ୍ଚମୀ’ କିମ୍ବା ‘ଭୀଷ୍ମ ପଞ୍ଚକ’ ମଧ୍ୟ କୁହାଯାଏ। ଏଥର କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ କ୍ଷୟ ହେଉଥିବାରୁ ପଞ୍ଚୁକ କେବଳ ଚାରି ଦିନ ପଡ଼ିବ। ଏହି ଚାରି ଦିନରେ ମହାପ୍ରଭୁଙ୍କ ବିଭିନ୍ନ […]

Continue reading
ବାତ୍ୟା-ସ୍ବପ୍ନ-ବାସ୍ତବତାର ଏକ କାହାଣୀ

ବାତ୍ୟା-ସ୍ବପ୍ନ-ବାସ୍ତବତାର ଏକ କାହାଣୀ

ବିଗତ ପାଞ୍ଚ ଦଶନ୍ଧି ଧରି ଅକ୍ଟୋବର ମାସ ଆସିଲେ କେମିତି କେଜାଣି ଦେହ ଶୀତେଇ ଉଠେ । ବିଶେଷ କରି ଅକ୍ଟୋବର ୨୯ ଦିନ ସ୍ବତଃ ମନ ରେ ଭୟ ସଞ୍ଚାରିତ ହୁଏ । ୧୯୯୯ ର ସେହି ଭୟାନକ ପ୍ରଳୟଙ୍କରୀ ଦୃଶ୍ୟ ବାରମ୍ବାର ହୁଏ ପ୍ରତିଫଳିତ । ପ୍ରକୃତି ର କ୍ରୋଧ, ତା’ର ତାଣ୍ଡବଲୀଳା ଯେ କେତେ ଭୟଙ୍କର ହୋଇପାରେ ତାହା ର ଦୃଶ୍ୟ ହୁଏ ପରିଦୃଶ୍ୟ । ଅହଙ୍କାରୀ ମଣିଷ ଯେ କେତେ ନଗନ୍ୟ […]

Continue reading

ଓଡ଼ିଶା- ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ବାତ୍ୟା ‘ମୋନ୍ଥା’ର ପ୍ରଭାବ

ଓଡ଼ିଶା-ଆନ୍ଧ୍ର ସୀମା ଅଞ୍ଚଳରେ ବାତ୍ୟା ‘ମୋନ୍ଥା’ର ପ୍ରଭାବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁ କୋରାପୁଟ-କୋତାୱାଲସା ରେଳ ଲାଇନ୍‌ ଧୋଇଯାଇଛି। ଚମିଟିପାଲୀ ନିକଟରେ ରେଳଧାରଣା ଉପରେ ପାଣି ପ୍ରବାହିତ ହେବାରୁ ରେଳ ଲାଇନ କ୍ଷତିଗ୍ରସ୍ତ ହୋଇଛି। ଫଳରେ କୋରାପୁଟ-କୋତାୱାଲସା ରୁଟରେ ଚଳାଚଳ କରୁଥିବା ସମସ୍ତ ଯାତ୍ରୀବାହୀ ଓ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ବାତିଲ କରାଯାଇଛି। ମାଲବାହୀ ଟ୍ରେନ୍‌ଗୁଡ଼ିକ ମଧ୍ୟ ବିଭିନ୍ନ ଷ୍ଟେସନରେ ଅଟକି ରହିଛି। ରେଳ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପାହାଡ଼ରୁ ପାଣି […]

Continue reading

ଅବିସ୍ମରଣୀୟ ମହାତ୍ମା

ମହାନ୍ ସ୍ଵାଧୀନତା ସଂଗ୍ରାମୀ, ଅକଳ୍ପନୀୟ ଅଜ୍ରାମରକନ୍ଦ କୀର୍ତ୍ତି ସ୍ରଷ୍ଟା, କାଳଜୟୀ ସାରସ୍ଵତ ସାଧକ, ଓଡ଼ିଆ ଭାଷା ର ପ୍ରଥମ ବର୍ଣ୍ଣ ପରିଚୟ ପୁସ୍ତକ ” ବର୍ଣ୍ଣବୋଧକ”ର ସ୍ରଷ୍ଟା , ନିର୍ଭୀକ ସାମ୍ବାଦିକ, ଜନାଦୃତ ବ୍ୟଙ୍ଗ ସ୍ରଷ୍ଟା, ଓଡ଼ିଶାର ପ୍ରଥମ ପ୍ରକାଶକ, ପ୍ରଥମ ଭ୍ରମଣ ବୃତ୍ତାନ୍ତ ରଚୟିତା,ଅଗାଧ ପାଣ୍ଡିତ୍ୟ , ବେସାଲିସ୍ ବିଦ୍ରୋହୀ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ପ୍ରାଣ , ଚିର ବନ୍ଦନୀୟ ,ପ୍ରାତଃ ସ୍ମରଣୀୟ ପଣ୍ଡିତ ଗୋବିନ୍ଦ ରଥଙ୍କୁ ପଢ଼ିଲେ ନିଶ୍ଚିତ ଭାବେ ଆମର […]

Continue reading

ସମ୍ବଲପୁରୀ ହସ୍ତତନ୍ତ ପ୍ରଚାରରେ ବିକାଶ ଖାନ୍ନା

ସମ୍ବଲପୁରୀ ହସ୍ତତନ୍ତର ପ୍ରଚାର ପ୍ରସାର କରୁଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସେଫ୍ ବିକାଶ ଖାନ୍ନା । ହଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ ଡେମି ମୋରେଙ୍କୁ ବିକାଶ ଖାନ୍ନା ସମ୍ବଲପୁରୀ ହସ୍ତତନ୍ତରେ ପ୍ରସ୍ତୁତ ଏକ ଉପହାର ଦେଇଛନ୍ତି । ଏ ନେଇ ବିକାଶ ଖାନ୍ନା ସୋସିଆଲ୍ ମିଡିଆରେ ଲେଖିଛନ୍ତି ଓଡ଼ିଶାରୁ ବିଶ୍ୱକୁ ଏକ ଉପହାର । ଓଡିଶାର କଳାକାରଙ୍କଠାରୁ ଆମ ସମୟର ଜଣେ ମହାନ କଳାକାରଙ୍କ ପର୍ଯ୍ୟନ୍ତ । ଡେମି ମୁରେଙ୍କୁ ଭାରତର ଏକ ଖଣ୍ଡ, ଓଡ଼ିଶାର ହୃଦୟରୁ ଏକ ସମ୍ବଲପୁରୀ […]

Continue reading

‘କୋରାପୁଟ କଫି’ ଉପରେ ପ୍ରଧାନମନ୍ତ୍ରୀଙ୍କ ଚର୍ଚ୍ଚା ଓଡ଼ିଶାକୁ ନୂଆ ପରିଚୟ ଦେଇଛି – ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜର ୧୨୭ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ କୋରାପୁଟ କଫିର ଲୋକପ୍ରିୟତା ଉପରେ ଚର୍ଚ୍ଚା କରିଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏକ୍ସରେ ଏ ସମ୍ପର୍କରେ ଉଲ୍ଲେଖ କରିବା ସହ କହିଛନ୍ତି ଯେ “କୋରାପୁଟ କଫି ଅତ୍ୟନ୍ତ ସୁସ୍ୱାଦୁ, ଏହା ଓଡ଼ିଶାର ଗୌରବ” ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି । କୋରାପୁଟ କଫି ଚାଷ, […]

Continue reading

ବରେଣ୍ୟ ସୀତାକାନ୍ତ ମହାପାତ୍ର ଜନ୍ମଦିନର ଶୁଭାଭିନନ୍ଦନ

ଆଜି ତେୟାଅଶି ବର୍ଷରେ ପଦାର୍ପଣ କରିଛନ୍ତି ପରମ ସମ୍ମାନନୀୟ , ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ, ଅହଙ୍କାର ବିବର୍ଜୀତ ସକରାତ୍ମକ ମାନସିକତା ବିଜଡ଼ିତ ପ୍ରତିବଦ୍ଧତାଧର୍ମୀ ବ୍ୟକ୍ତିତ୍ବ, ପୂର୍ବତନ ମନ୍ତ୍ରୀ ତଥା ପୂଜ୍ୟ ପୂଜା ସଂସ୍କୃତି ପ୍ରାଣ ବରେଣ୍ୟ ସୀତାକାନ୍ତ ମହାପାତ୍ର । ତାଙ୍କର ଶୁଭ ଜନ୍ମଦିନର ଶୁଭାବସରରେ ଶୁଭାଭିନନ୍ଦନ ସହିତ ଶୁଭକାମନା ଜଣାଉଛି । ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଓ ଅସୀମ ଆଶୀର୍ଵାଦରେ ସେ ମହାଶୟ ହୁଅନ୍ତୁ ଚଳଚଞ୍ଚଳ ଶତବିଶାସେ ବର୍ଷୀୟ […]

Continue reading

ବିକ୍ରମଙ୍କୁ ଫସାଇବା ପାଇଁ ଷଡ଼ଯନ୍ତ୍ର: ବିଜେଡି

ଗଞ୍ଜାମର ବହୁଚର୍ଚ୍ଚିତ ପୀତବାସ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଆଜି ବିଜେଡିର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଶ୍ରୀ ବିକ୍ରମ ପଣ୍ଡାଙ୍କୁ ଗିରଫ କରିବା ପରେ, ବିଜୁ ଜନତା ଦଳ ଏହାକୁ ସମ୍ପୂର୍ଣ୍ଣ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ ବୋଲି କହିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ଉପସଭାପତି ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଶ୍ରୀ […]

Continue reading

ନିଜ ଶତାଧିକ ସମର୍ତକଙ୍କ ଗହଣରେ ବିଜେପିରେ ଯୋଗ ଦେଲେ ବିଶିଷ୍ଟ ଓ ବରିଷ୍ଟ ଆଦିବାସୀ ନେତା ଶ୍ରୀ ଭୁଜବଳ ଅଡବାଙ୍ଗ ନୂଆପଡା : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ଗଠନ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂରଣ କରିବା ପାଇଁ ବିଜେପିରେ ନୂତନ […]

Continue reading