ଟି20 ବିଶ୍ୱକପ: ଅଷ୍ଟ୍ରେଲିଆକୁ ଧୂଳି ଚଟାଇଲା ଜିମ୍ବାୱେ

ଟି20 ବିଶ୍ୱକପ: ଅଷ୍ଟ୍ରେଲିଆକୁ ଧୂଳି ଚଟାଇଲା ଜିମ୍ବାୱେ

ଟି20 ବିଶ୍ୱକପରେ ବଡ ବିପର୍ଯ୍ୟୟ । ଅଷ୍ଟ୍ରେଲିଆକୁ ଧୂଳି ଚଟାଇଲା ଜିମ୍ବାୱେ । ଲିଗ୍ ମୁକାବିଲାରେ ଜିମ୍ବାଓ୍ୱେ ବଡ ବିପର୍ଯ୍ୟୟ ଘଟାଇଛି । ଦଳ ଅଷ୍ଟ୍ରେଲିଆକୁ ଅଲଆଉଟ୍ କରି ବିଜୟ ହାସଲ କରିଛି । ଟସ୍ ଜିତିଥିଲା ଅଷ୍ଟ୍ରେଲିଆ । ଦଳ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୨୦ ଓଭରରେ ୨ ଓ୍ୱିକେଟ ହରାଇ ୧୬୯ ରନ୍ କରିଥିଲା । ବ୍ରାଏନ୍ ବେନେଟ୍ ଅପରାଜିତ ୬୪ ରନ୍ କରି […]

Continue reading
ସେବା ତୀର୍ଥର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେବା ତୀର୍ଥର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେବା ତୀର୍ଥର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିଠାରୁ ପ୍ରଧାନମନ୍ତ୍ରୀ ମୋଦି ନୂତନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, “ସେବା ତୀର୍ଥ”କୁ ସ୍ଥାନାନ୍ତରିତ ହେବେ। ଏହିପରି ଦେଶର ଶକ୍ତି କେନ୍ଦ୍ର ରୂପାନ୍ତରିତ ହେବ। ପ୍ରାୟ ୧:୩୦ ସମୟରେ ପ୍ରଧାନମନ୍ତ୍ରୀ ମୋଦି “ସେବା ତୀର୍ଥ” ବିଲ୍ଡିଂ ନାମ ଉନ୍ମୋଚନ କରିଛନ୍ତି। ଏହି ସମ୍ମିଶ୍ରଣରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO), ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ (NSCS) ଏବଂ କ୍ୟାବିନେଟ ସଚିବାଳୟ ରହିଛି। ୨୦୧୪ ମସିହାରୁ, ମୋଦି ସରକାର ଭାରତର ଔପନିବେଶିକ […]

Continue reading
‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନବରଙ୍ଗପୁର ଠାରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।  ନବରଙ୍ଗପୁର ସମେତ ଭଦ୍ରକ, ବାରିପଦା, ସମ୍ବଲପୁର, ଏବଂ ବ୍ରହ୍ମପୁର ଠାରୁ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ ହୋଇଛି ।  ଆସନ୍ତା ୪ ବର୍ଷରେ ଏହି ଯୋଜନାରେ  ମହାପ୍ରଭୁଙ୍କ ଦର୍ଶନ କରିବେ ୧ ଲକ୍ଷରୁ ଉର୍ଦ୍ଧ୍ୱ ।  ଚଳିତ ବର୍ଷ ୫ଟି ଜିଲ୍ଲାରୁ ପ୍ରାୟ ୫୦୦୦ ଶ୍ରଦ୍ଧାଳୁ  ଏସ୍କଟ ଅଫିସରଙ୍କ ସହିତ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ, […]

Continue reading
ମୁମ୍ବଇର ପ୍ରଥମ ମହିଳା ବିଜେପି ମେୟର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଋତୁ ତାୱଡେ

ମୁମ୍ବଇର ପ୍ରଥମ ମହିଳା ବିଜେପି ମେୟର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଋତୁ ତାୱଡେ

 ମୁମ୍ବଇର ପ୍ରଥମ ମହିଳା ବିଜେପି ମେୟର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଋତୁ ତାୱଡେ। ଶିବସେନାର ସଞ୍ଜୟ ଘାଡି ଡେପୁଟି ମେୟର ଭାବରେ ଦାୟିତ୍ୱ ନେଇଛନ୍ତି। ବୁଧବାର ବିଜେପି କର୍ପୋରେଟର ଋତୁ ତାୱଡେ ବ୍ରିହନ୍ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (BMC)ର ମେୟର ଭାବରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚାରି ଦଶନ୍ଧି ପରେ ପ୍ରଥମ ଥର ପାଇଁ ମୁମ୍ବଇ ମେୟରଙ୍କୁ ବିଜେପିରୁ ମନୋନୀତ କରାଯାଇଛି। ଫଳରେ ମୁମ୍ବାଇରେ ଠାକରେ ପରିବାରର ୨୫ବର୍ଷର ଆଧିପତ୍ୟ ସମାପ୍ତ ହୋଇଛି।ଘାଟକୋପର ପଶ୍ଚିମର ତିନି ଥର […]

Continue reading
ଆସନ୍ତାକାଲି ଭାରତ ବନ୍ଦ ଦେଇଛି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ମିଳିତ ମଞ୍ଚ

ଆସନ୍ତାକାଲି ଭାରତ ବନ୍ଦ ଦେଇଛି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ମିଳିତ ମଞ୍ଚ

ଶ୍ରମ କୋଡ୍‌ ରଦ୍ଧ ଦାବିରେ ଆସନ୍ତାକାଲି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ମିଳିତ ମଞ୍ଚ କରିବ ଦେଶବ୍ୟାପି ଧର୍ମଘଟ । ଏଥିସହ ଓଡ଼ିଶାରେ ଚାଲିଥିବା ବିଜୁଳି ବିଲ୍, କଟନିଛଟନି ଓ ମନରେଗାକୁ ପ୍ରସଙ୍ଗ କରି ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ସଂଗଠନ । କଂଗ୍ରେସ ଏହି ଆନ୍ଦୋଳନ ସମର୍ଥନ ଜଣାଇଛି । ତେଣୁ ଆସନ୍ତାକାଲି ଏହାର ପ୍ରଭାବ ଦେଖିବାକୁ ମିଳିବାର ସମ୍ଭାବନା ରହିଛି ।ନୂଆ ଶ୍ରମ କୋଡ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତାତିଛନ୍ତି ବିଭିନ୍ନ ଶ୍ରମିକ […]

Continue reading
ଏପ୍ରିଲରୁ ଆରମ୍ଭ ହେବ ଭୁବନେଶ୍ବର ବାଇପାସ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ

ଏପ୍ରିଲରୁ ଆରମ୍ଭ ହେବ ଭୁବନେଶ୍ବର ବାଇପାସ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ

ଏପ୍ରିଲରୁ ଆରମ୍ଭ ହେବ ଭୁବନେଶ୍ବର ବାଇପାସ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ । ୧୧୧ କିମି ବିଶିଷ୍ଟ କ୍ୟାପିଟାଲ୍ ରିଜନ୍ ରିଙ୍ଗ୍ ରୋଡ୍ ପାଇଁ ମିଳିଛି ୬୪ଟି ବିଡ ।ରାଜଧାନୀରେ କମିବ ଭିଡ଼, ଟ୍ରାଫିକ ଯନ୍ତ୍ରଣାରୁ ମିଳିବ ମୁକ୍ତି । ମାର୍ଚ୍ଚରେ ଚୁକ୍ତିନାମା ସ୍ବାକ୍ଷର ସହ ଏପ୍ରିଲରୁ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଅଢେଇ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ।  ୮ହଜାର ୩୦୭ କୋଟି ଟଙ୍କା ବ୍ୟୟରେ ତିନୋଟି ପ୍ୟାକେଜରେ ହାଇବ୍ରିଡ୍ […]

Continue reading
ମଣ୍ଡିରେ ଚାଷୀଙ୍କୁ ହଇରାଣ କରିବା ଏବଂ ଧାନ ସଂଗ୍ରହ ନେଇ ନିର୍ବାଚନୀ ପ୍ରତିଶୃତିକୁ ପାଳନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ମଣ୍ଡିରେ ଚାଷୀଙ୍କୁ ହଇରାଣ କରିବା ଏବଂ ଧାନ ସଂଗ୍ରହ ନେଇ ନିର୍ବାଚନୀ ପ୍ରତିଶୃତିକୁ ପାଳନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମଣ୍ଡିରେ ଚାଷୀଙ୍କୁ ହଇରାଣ କରିବା ଏବଂ ଧାନ ସଂଗ୍ରହ ନେଇ ନିର୍ବାଚନୀ ପ୍ରତିଶୃତିକୁ ପାଳନ କରିବା କ୍ଷେତ୍ରରେ ଚରମ ବିଫଳତା ସଂପର୍କରେ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ ।ନବୀନ ପଟ୍ଟନାୟକ ନିଜ ଚିଠିରେ ଲେଖିଛନ୍ତି ଯେ, ଧାନ ସଂଗ୍ରହ ସମୟରେ ଆମ ରାଜ୍ୟର ଅନ୍ନଦାତାମାନେ କିପରି ବ୍ୟବସ୍ଥାଗତ […]

Continue reading
ଟ୍ବେଣ୍ଟି-୨୦ ବିଶ୍ବକପ୍‌ : ବିଜୟରୁ ଅଭିଯାନ ଆରମ୍ଭ କଲା ଜିମ୍ବାୱେ

ଟ୍ବେଣ୍ଟି-୨୦ ବିଶ୍ବକପ୍‌ : ବିଜୟରୁ ଅଭିଯାନ ଆରମ୍ଭ କଲା ଜିମ୍ବାୱେ

 ଗୋଟିଏ ସଂସ୍କରଣ ବ୍ୟବଧାନରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳୁଥିବା ଜିମ୍ବାୱେ ଆଧିପତ୍ୟଭରା ବିଜୟରୁ ତା’ର ଚଳିତ ଅଭିଯାନ ଆରମ୍ଭ କରିଛି। ସୋମବାର ଗ୍ରୁପ୍-ବି’ର ଏକ ମୁକାବିଲାରେ ଏହି ଦଳ ନବାଗତ ଓମାନକୁ ଅତି ସହଜରେ ୮ ୱିକେଟ୍‌ରେ ପରାସ୍ତ କରିଛି। ଦୁଇ କମ୍‌ ଶକ୍ତିଶାଳୀ ଦଳ ମଧ୍ୟରେ ହୋଇଥିବା ଏହି ମୁକାବିଲାରେ ଜିମ୍ବାୱେ ଟସ୍‌ ଜିତି ଓମାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଖେଳାଳିଙ୍କ ହାରାହାରି ବୟସ ଦୃଷ୍ଟିରୁ ଚଳିତ ବିଶ୍ବକପ୍‌ ସବୁଠୁ ବୟସ୍କ ଦଳ ଓମାନକୁ ଜିମ୍ବାୱେ […]

Continue reading
ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଆଜି ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୭୦୦ ଅଭିଯୋଗ ଆସିଥିଲା।  ଅଭିଯୋଗ ଗୁଡ଼ିକର ଆଲୋଚନା ହୋଇ ସଂପୃକ୍ତ ବିଭାଗକୁ ପଠା ଯାଇଛି। ଆଜି ଜନ ଶୁଣାଣି ବେଳେ ୫ ବରିଷ୍ଠ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ। ମୁଖ୍ୟମନ୍ତ୍ରୀ ବ୍ୟକ୍ତଗତ ଭାବେ ୩୨ ଜଣ ଦିବ୍ୟାଙ୍ଗଙ୍କୁ ଭେଟିଥିଲେ । ଭଦ୍ରକର ବ୍ରଜକିଶୋର ବନ୍ଧାଙ୍କୁ ୧ ଲକ୍ଷ ଟଙ୍କା ଏବଂ ଯାଜପୁରର କାର୍ତ୍ତିକ ସିଙ୍କୁ ୧.୫୦ ଲକ୍ଷ ଟଙ୍କାର […]

Continue reading
ଭାରତୀୟ ବାୟୁସେନା ପାଇଁ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ

ଭାରତୀୟ ବାୟୁସେନା ପାଇଁ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ

ଭାରତ ଏହାର ସୁରକ୍ଷା ଏବଂ ବାୟୁସେନାକୁ ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଭାରତୀୟ ବାୟୁସେନା ପାଇଁ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବାୟୁସେନା ଏହି ପ୍ରସ୍ତାବ ଉପରେ ନିରନ୍ତର ଆଲୋଚନା କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଭାରତ ଗସ୍ତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଏକ ବୈଠକ ଅନୁଷ୍ଠିତ […]

Continue reading