ତୃଣମୂଳ କଂଗ୍ରେସରେ ଆରମ୍ଭ ହୋଇଥିବା ଡ୍ରାମା ଶେଷ ହେବନି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ନବାନ୍ନରେ ହୋଇଥିବା ଏକ ପ୍ରଶାସନିକ ସମୀକ୍ଷା ବୈଠକରେ ପୂର୍ବରୁ ୩ ଜଣ ଟିଏମ୍ସି ବିଧାୟକ ଯୋଗ ଦେଇଥିଲେ ବୋଲି କୁହାଯାଇଥିଲା। କିନ୍ତୁ ଏବେ ଜାଣିବାକୁ ମିଳିଛି ଯେ ୧୮ ଜଣ ଟିଏମ୍ସି ବିଧାୟକ ଏହି ବୈଠକରେ ଯୋଗ ଦେଇଛନ୍ତି।ସେମାନେ ହେଉଛନ୍ତି ଜାଭେଦ ଖାନ, ଫିରହାଦ ହକିମ, ନୟନ ବନ୍ଦ୍ୟୋପାଧ୍ୟାୟ, କୁନାଲ ଘୋଷ, ଋତବ୍ରତ ବାନାର୍ଜୀ (ନିଲମ୍ବିତ), ସନ୍ଦୀପନ ସାହା ( ନିଲମ୍ବିତ), ଅଶୋକ ଦେବ, ଅରୁଣ ସେନ, ସମୀର ପାଞ୍ଜା, ପ୍ରିୟା ପାଲ, ଗୁଲଶନ ମଲ୍ଲିକ, ତାପସ ମାଇତି, ନିଳିମା ମିସ୍ତ୍ରୀ, ଅବଦୁଲ ଖଲେକ ମୋଲ୍ଲା, ବାହାରୁଲ ଇସଲାମ, ପରେଶ ରାମ ଦାସ, ଜୟଦେବ ହାଲଦାର ଓ ସମୀର ଜାନା।

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ନବାନ୍ନରେ ଯୋଗ ଦେଇଥିଲେ ୧୮ ଜଣ ଟିଏମ୍ସି ବିଧାୟକ
Posted in ଦେଶ ବିଦେଶ.