ମହାନ୍ ସ୍ଵାଧୀନତା ସଂଗ୍ରାମୀ, ଅତୁଳନୀୟ ତ୍ୟାଗ ଓ ଆଦର୍ଶର ପ୍ରତୀକ, ସ୍ଵାଧୀନୋତ୍ତର ଓଡ଼ିଶାର ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ତଥା ଯୁଗାନ୍ତକାରୀ ଆଇନ ପ୍ରଣେତା ରାଜର୍ଷି ନବକୃଷ୍ଣ ଚୌଧୁରୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ଓଡ଼ିଶା ବିଧାନସଭା ସମ୍ମୁଖରେ ଥିବା ତାଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ବିଧାନସଭା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହା ପରେ ରାଜ୍ୟ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା […]
Continue readingCategory Archives: ରାଜ୍ୟ
ଆଜି ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ, ସେ ରାଜ୍ୟରେ କୃଷକମାନଙ୍କ ଆୟ ବୃଦ୍ଧି, ପୋଷଣ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେବେ। କାର୍ଯ୍ୟସୂଚୀ ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ସୋମବାର ସକାଳେ ପାଟନାରୁ ଯାତ୍ରା କରିବେ ଏବଂ ପୂର୍ବାହ୍ନ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚିବେ। ଏହା ପରେ, ସେ ଲୋକ ସେବା ଭବନ ସମ୍ମିଳନୀ […]
Continue readingଭୁବନେଶ୍ୱରରେ ଆଇଆରସିର 84ତମ ଅଧିବେଶନ ଉଦଘାଟିତ
ଭୁବନେଶ୍ୱର ଜନତା ମଇଦାନ ଠାରେ ଆଜି ଇଣ୍ଡିଆନ ରୋଡ୍ସ କଂଗ୍ରେସ (ଆଇଆରସି)ର 84ତମ ବାର୍ଷିକ ଅଧିବେଶନ ଉଦଘାଟିତ ହୋଇଯାଇଛି । ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶବିଦେଶର 3500ରୁ ଅଧିକ ଇଞ୍ଜିନିୟର, ବୈଷୟିକ ବିଶେଷଜ୍ଞ, ପ୍ରଦର୍ଶକ, ପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି । ଅଧିବେଶନକୁ ଉଦଘାଟନ କରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତୀନ ଗଡ଼କରୀ କହିଛନ୍ତି, ସଡ଼କ, ସେତୁ, ସୁଡ଼ଙ୍ଗ ଭଳି ଭିତ୍ତିଭୂମି ନିର୍ମାଣ […]
Continue readingଆଜି ରାଜ୍ୟର ୧୯ଟି ସ୍ଥାନରେ ପାରଦ ୨୦ ଡିଗ୍ରୀ ତଳେ
କାର୍ତ୍ତିକ ସରିବା ପରେ ବିଳମ୍ବରେ ମାର୍ଗଶିର ଆରମ୍ଭରୁ ଅନୁଭୂତ ହୋଇଛି ସାମାନ୍ୟ ଶୀତ । ଆଜି ରାଜ୍ୟର ୧୯ଟି ସ୍ଥାନରେ ପାରଦ ୨୦ ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍ ରହିଛି । ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ରହିଥିବା ବେଳେ ଅନୁଗୁଳରେ ୧୬ ଡିଗ୍ରୀ, ସୁନ୍ଦରଗଡ଼ରେ ୧୬.୬ ଡିଗ୍ରୀ, କୋରାପୁଟରେ ୧୬.୫ ଡିଗ୍ରୀ, କେନ୍ଦୁଝରରେ ୧୬.୮ ଡିଗ୍ରୀ, ଝାରସୁଗୁଡ଼ାରେ ୧୭.୪ ଡିଗ୍ରୀ ରେକର୍ଡ କରାଯାଇଛି । […]
Continue readingଐତିହାସିକ ବାଲିଯାତ୍ରା ପରିସରରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ପ୍ରଦର୍ଶନୀ ଉଦଘାଟିତ
ଐତିହାସିକ କଟକ ବାଲିଯାତ୍ରାରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ ସେବା, ସୁଶାସନ ଓ ଗରିବ କଲ୍ୟାଣ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ଏହାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖିଳ କୁମାର ମିଶ୍ର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ରବୀନ୍ଦ୍ର ଗରଡ଼ ଯୋଗ ଦେଇଥିଲେ। ଉଦଘାଟନୀ ଅଧିବେଶନରେ […]
Continue readingଓଡ଼ିଶା ପୁଲିସ SI କେଳେଙ୍କାରୀ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଓଡ଼ିଶା ପୁଲିସ ସବ୍ ଇନ୍ସପେକ୍ଟର (SI) ନିଯୁକ୍ତି କେଳେଙ୍କାରୀର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଶଙ୍କର ପୃଷ୍ଟିଙ୍କୁ ଶେଷରେ କ୍ରାଇମବ୍ରାଞ୍ଚ ଗିରଫ କରିବାରେ ସଫଳ ହୋଇଛି। ଗଞ୍ଜାମ ଜିଲ୍ଲାର ଏହି ମୁଖ୍ୟ ଅଭିଯୁକ୍ତଙ୍କୁ ନେପାଳ ସୀମାନ୍ତ ଅଞ୍ଚଳରୁ କାବୁ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, କେଳେଙ୍କାରୀ ପଦାକୁ ଆସିବା ପରେ ଶଙ୍କର ଫେରାର ହୋଇଯାଇଥିଲେ। ଗାଜିଆବାଦରେ ଥିବା ତାଙ୍କ ଘରେ କ୍ରାଇମବ୍ରାଞ୍ଚ୍ ଚଢ଼ଉ କରିବା ପରେ ସେ ସେଠାରୁ ନେପାଳ ପଳାଇଥିଲେ। […]
Continue readingଆଜିଠୁ ପୁରୀରେ ‘ପଞ୍ଚୁକ’: ଚାରି ଦିନ ଧରି ଦର୍ଶନ ପାଇଁ କଡ଼ା ନିୟମ
ପୁରୀ: ପବିତ୍ର କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନିଆ ପର୍ବ ମହାକାର୍ତ୍ତିକ ପଞ୍ଚୁକ ଆରମ୍ଭ ହୋଇଯାଇଛି। ଶାସ୍ତ୍ର କହେ, ସାରା ମାସ ବ୍ରତ କରି ଯେତିକି ପୁଣ୍ୟ ମିଳେ, ଏହି ୫ ଦିନ ବ୍ରତ ରଖିଲେ ତା’ଠୁ ଅଧିକ ପୁଣ୍ୟ ମିଳେ। ଏହି ପର୍ବକୁ ‘ବକ ପଞ୍ଚମୀ’ କିମ୍ବା ‘ଭୀଷ୍ମ ପଞ୍ଚକ’ ମଧ୍ୟ କୁହାଯାଏ। ଏଥର କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ କ୍ଷୟ ହେଉଥିବାରୁ ପଞ୍ଚୁକ କେବଳ ଚାରି ଦିନ ପଡ଼ିବ। ଏହି ଚାରି ଦିନରେ ମହାପ୍ରଭୁଙ୍କ ବିଭିନ୍ନ […]
Continue readingବାତ୍ୟା-ସ୍ବପ୍ନ-ବାସ୍ତବତାର ଏକ କାହାଣୀ
ବିଗତ ପାଞ୍ଚ ଦଶନ୍ଧି ଧରି ଅକ୍ଟୋବର ମାସ ଆସିଲେ କେମିତି କେଜାଣି ଦେହ ଶୀତେଇ ଉଠେ । ବିଶେଷ କରି ଅକ୍ଟୋବର ୨୯ ଦିନ ସ୍ବତଃ ମନ ରେ ଭୟ ସଞ୍ଚାରିତ ହୁଏ । ୧୯୯୯ ର ସେହି ଭୟାନକ ପ୍ରଳୟଙ୍କରୀ ଦୃଶ୍ୟ ବାରମ୍ବାର ହୁଏ ପ୍ରତିଫଳିତ । ପ୍ରକୃତି ର କ୍ରୋଧ, ତା’ର ତାଣ୍ଡବଲୀଳା ଯେ କେତେ ଭୟଙ୍କର ହୋଇପାରେ ତାହା ର ଦୃଶ୍ୟ ହୁଏ ପରିଦୃଶ୍ୟ । ଅହଙ୍କାରୀ ମଣିଷ ଯେ କେତେ ନଗନ୍ୟ […]
Continue readingଓଡ଼ିଶା- ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ବାତ୍ୟା ‘ମୋନ୍ଥା’ର ପ୍ରଭାବ
ଓଡ଼ିଶା-ଆନ୍ଧ୍ର ସୀମା ଅଞ୍ଚଳରେ ବାତ୍ୟା ‘ମୋନ୍ଥା’ର ପ୍ରଭାବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁ କୋରାପୁଟ-କୋତାୱାଲସା ରେଳ ଲାଇନ୍ ଧୋଇଯାଇଛି। ଚମିଟିପାଲୀ ନିକଟରେ ରେଳଧାରଣା ଉପରେ ପାଣି ପ୍ରବାହିତ ହେବାରୁ ରେଳ ଲାଇନ କ୍ଷତିଗ୍ରସ୍ତ ହୋଇଛି। ଫଳରେ କୋରାପୁଟ-କୋତାୱାଲସା ରୁଟରେ ଚଳାଚଳ କରୁଥିବା ସମସ୍ତ ଯାତ୍ରୀବାହୀ ଓ ଏକ୍ସପ୍ରେସ୍ ଟ୍ରେନ୍କୁ ବାତିଲ କରାଯାଇଛି। ମାଲବାହୀ ଟ୍ରେନ୍ଗୁଡ଼ିକ ମଧ୍ୟ ବିଭିନ୍ନ ଷ୍ଟେସନରେ ଅଟକି ରହିଛି। ରେଳ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପାହାଡ଼ରୁ ପାଣି […]
Continue readingଅବିସ୍ମରଣୀୟ ମହାତ୍ମା
ମହାନ୍ ସ୍ଵାଧୀନତା ସଂଗ୍ରାମୀ, ଅକଳ୍ପନୀୟ ଅଜ୍ରାମରକନ୍ଦ କୀର୍ତ୍ତି ସ୍ରଷ୍ଟା, କାଳଜୟୀ ସାରସ୍ଵତ ସାଧକ, ଓଡ଼ିଆ ଭାଷା ର ପ୍ରଥମ ବର୍ଣ୍ଣ ପରିଚୟ ପୁସ୍ତକ ” ବର୍ଣ୍ଣବୋଧକ”ର ସ୍ରଷ୍ଟା , ନିର୍ଭୀକ ସାମ୍ବାଦିକ, ଜନାଦୃତ ବ୍ୟଙ୍ଗ ସ୍ରଷ୍ଟା, ଓଡ଼ିଶାର ପ୍ରଥମ ପ୍ରକାଶକ, ପ୍ରଥମ ଭ୍ରମଣ ବୃତ୍ତାନ୍ତ ରଚୟିତା,ଅଗାଧ ପାଣ୍ଡିତ୍ୟ , ବେସାଲିସ୍ ବିଦ୍ରୋହୀ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ପ୍ରାଣ , ଚିର ବନ୍ଦନୀୟ ,ପ୍ରାତଃ ସ୍ମରଣୀୟ ପଣ୍ଡିତ ଗୋବିନ୍ଦ ରଥଙ୍କୁ ପଢ଼ିଲେ ନିଶ୍ଚିତ ଭାବେ ଆମର […]
Continue reading
