ନିରାକାରପୁର ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ଓ ଡାକ୍ତର ଅଭାବ; ଜରୁରୀକାଳୀନ ସେବା ବିପର୍ଯ୍ୟସ୍ତ

ନିରାକାରପୁର ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ଓ ଡାକ୍ତର ଅଭାବ; ଜରୁରୀକାଳୀନ ସେବା ବିପର୍ଯ୍ୟସ୍ତ

ନିରାକାରପୁର: ସରକାର ସ୍ୱାସ୍ଥ୍ୟ ସେବାକୁ ଘରେ ଘରେ ପହଞ୍ଚାଇବା ପାଇଁ ‘ଆମ ହସ୍ପିଟାଲ୍’ ଭଳି ଅନେକ ଯୋଜନା କରୁଛନ୍ତି, କିନ୍ତୁ ନିରାକାରପୁର ଅଞ୍ଚଳରେ ଏହି ଦୃଶ୍ୟ ସମ୍ପୂର୍ଣ୍ଣ ଓଲଟା। ଏଠାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଏବେ  ଅବ୍ୟବସ୍ଥାର ଶିକାର ହୋଇ ରୋଗ ଶଯ୍ୟାରେ ପଡ଼ିଛି। ସ୍ଥାୟୀ ବିଶେଷଜ୍ଞ ଡାକ୍ତରଙ୍କ ଘୋର ଅଭାବ ଏବଂ ଭିତ୍ତିଭୂମିର ବିପର୍ଯ୍ୟୟ ଯୋଗୁଁ ଏହା ଏବେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ଅପେକ୍ଷା ‘ରେଫରାଲ୍ ସେଣ୍ଟର’ ଭାବେ ଅଧିକ ପରିଚିତ ହେଉଛି। ନିରାକାରପୁର ଏବଂ ଏହାର ଆଖପାଖ […]

Continue reading
ଅଭିଯୋଗ ପ୍ରକୋଷ୍ଠକୁ ଆସିଲେଣି ୫୬ ହଜାରରୁ ଉର୍ଦ୍ଧ୍ୱ ; ଅଭିଯୋଗର ସମାଧାନ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଅଭିଯୋଗ ପ୍ରକୋଷ୍ଠକୁ ଆସିଲେଣି ୫୬ ହଜାରରୁ ଉର୍ଦ୍ଧ୍ୱ ; ଅଭିଯୋଗର ସମାଧାନ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଏହି ଜନାଭିମୁଖୀ କାର୍ଯ୍ୟକ୍ରମ ଯୋଗୁ ସାଧାରଣ ଲୋକଟିଏ ତା’ର ସମସ୍ୟା ଓ ଅଭିଯୋଗକୁ ସିଧାସଳଖ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇ ପାରୁଛି । ସରକାରଙ୍କ ପକ୍ଷରୁ ମଧ୍ୟ ସବୁ ଅଭିଯୋଗକୁ ସମାନ ଗୁରୁତ୍ୱ ଦିଆଯାଇ ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଗତ ୧୫ଟି ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୩,୩୫୮ଟି ଅଭିଯୋଗ ମଧ୍ୟରୁ ୧୨,୭୪୮ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା 9୫ […]

Continue reading
ପୁରୁଣା ସ୍ମୃତିର ପୁଣି ଜମିବ ଆସର: କେବି ଏକାଡେମୀର  ପୂର୍ବତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ବଣଭୋଜି

ପୁରୁଣା ସ୍ମୃତିର ପୁଣି ଜମିବ ଆସର: କେବି ଏକାଡେମୀର ପୂର୍ବତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ବଣଭୋଜି

ନିରାକାରପୁର: ସମୟ ବଦଳିଯାଏ, ହେଲେ ସ୍କୁଲ ଦିନର ସେହି ସ୍ମୃତି କେବେ ବି ପୁରୁଣା ହୁଏନାହିଁ। ପୁଣି ଥରେ ସେହି ପୁରୁଣା ସାଙ୍ଗସାଥୀ, ହସଖୁସି ଏବଂ ପିଲାଦିନର ସ୍ମୃତିକୁ ସାଉଁଟିବା ପାଇଁ ପ୍ରସ୍ତୁତ ହେଉଛି ବଣଭୋଜି । ଆସନ୍ତା ଜାନୁଆରୀ ୧୧ ତାରିଖ ରବିବାର ଦିନ କ୍ଷେତ୍ରବାସୀ ଏକାଡେମୀର 1995 ବ୍ୟାଚ୍ ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଭବ୍ୟ ବନ୍ଧୁମିଳନ ତଥା ବଣଭୋଜି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରକୃତିର କୋଳରେ ବନ୍ଧୁମିଳନ: ନିରାକାରପୁରର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥଳ […]

Continue reading
“ନୃତ୍ୟ ମହ୍ଲାର” ପକ୍ଷରୁ ଏହାର ବାର୍ଷିକୋତ୍ସବ ଅବସରରେ ଅନୁଷ୍ଠିତ ହୋଇଯାଇଛି ୨ୟ ରାଜ୍ୟସ୍ତରୀୟ ‘ଶୃଙ୍ଗାର ମହୋତ୍ସବ’।

“ନୃତ୍ୟ ମହ୍ଲାର” ପକ୍ଷରୁ ଏହାର ବାର୍ଷିକୋତ୍ସବ ଅବସରରେ ଅନୁଷ୍ଠିତ ହୋଇଯାଇଛି ୨ୟ ରାଜ୍ୟସ୍ତରୀୟ ‘ଶୃଙ୍ଗାର ମହୋତ୍ସବ’।

ରାଜ୍ୟର ଅନ୍ୟତମ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ରାଉରକେଲାର “ନୃତ୍ୟ ମହ୍ଲାର” ପକ୍ଷରୁ ଏହାର ବାର୍ଷିକୋତ୍ସବ ଅବସରରେ ଅନୁଷ୍ଠିତ ହୋଇଯାଇଛି ୨ୟ ରାଜ୍ୟସ୍ତରୀୟ ‘ଶୃଙ୍ଗାର ମହୋତ୍ସବ’।ଏହି ଏକଦିନିଆ ସାଂସ୍କୃତିକ ମହୋତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାର, ଅତିଥି ଓ କଳାପ୍ରେମୀ ଦର୍ଶକମାନଙ୍କ ସମେତ ପ୍ରାୟ ୧୫୦୦ରୁ ଉର୍ଦ୍ଧ ଲୋକଙ୍କ ଉପସ୍ଥିତି ସିଭିକ ସେଣ୍ଟର୍ ରେ ଦେଖିବାକୁ ମିଳିଥିଲା। ନୃତ୍ୟ ମହ୍ଲାରର ଅଧ୍ୟକ୍ଷା, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ, ଗବେଷକ ଓ ସ୍ୱର୍ଣ୍ଣ ପଦକ ପ୍ରାପ୍ତା ସୁଶ୍ରୀ […]

Continue reading
ଜାତୀୟ ପକ୍ଷୀ ଦିବସ

ଜାତୀୟ ପକ୍ଷୀ ଦିବସ

ପ୍ରତି ବର୍ଷ ଜାନୁଆରୀ ୫ତାରିଖରେ ଜାତୀୟ ପକ୍ଷୀ ଦିବସ ପ୍ରାୟତଃ ସମଗ୍ର ବିଶ୍ଵରେ ପାଳିତ ହୋଇଆସୁଛି । ବିଶେଷ କରି ଆମ ଓଡ଼ିଶା ପରିପ୍ରେକ୍ଷୀରେ ଏହି ଦିବସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।  ମରାଳ ମାଳିନୀ ନୀଳାମ୍ବୁ ଚିଲିକା ସମେତ ଅଂଶୁପା ଆଦି ବିଭିନ୍ନ କ୍ଷେତ୍ରର ସ୍ଥିତି କୁ ଉପଜିବ୍ୟ କରି ଏହା ଆମର ନିର୍ଦ୍ଦିଷ୍ଟ ମତ । ଏହା ନିର୍ବିବାଦୀୟ ସତ୍ୟ ଯେ ପକ୍ଷୀ ସ୍ଥାନାନ୍ତରଣ ଏକ ପ୍ରାକୃତିକ ଚମତ୍କାର । ସ୍ଥାନାନ୍ତରିତ ପକ୍ଷୀମାନେ ସେମାନଙ୍କର ଛୁଆମାନଙ୍କୁ ଖାଇବାକୁ, […]

Continue reading
ଓଡ଼ିଆ ଭାଷାର ଅନନ୍ୟ ପରିଚିତି ‘ବୋଉ’: ଭୁବନେଶ୍ୱରରେ ୧୧ଶ ରାଜ୍ୟସ୍ତରୀୟ ବୋଉ ଦିବସ ପାଳିତ

ଓଡ଼ିଆ ଭାଷାର ଅନନ୍ୟ ପରିଚିତି ‘ବୋଉ’: ଭୁବନେଶ୍ୱରରେ ୧୧ଶ ରାଜ୍ୟସ୍ତରୀୟ ବୋଉ ଦିବସ ପାଳିତ

​ଭୁବନେଶ୍ୱର: ଓଡ଼ିଆ ଭାଷା ଓ ସଂସ୍କୃତିରେ ‘ବୋଉ’ ଶବ୍ଦର ମହତ୍ତ୍ୱ ଏବଂ ମାତୃତ୍ୱର ଗୌରବକୁ ସମ୍ମାନ ଜଣାଇ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ୧୧ଶ ରାଜ୍ୟସ୍ତରୀୟ ‘ବୋଉ ଦିବସ’ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ବୋଉ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଯୋଗ ଦେଇଥିଲେ।​ବୋଉ ମଣିଷ-୨୦୨୨ ସମ୍ମାନ​ଏହି ଅବସରରେ ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଶ୍ରୀ ଦେବଦାସ ଛୋଟରାୟ ଏବଂ ଡାକ୍ତର ସେବା ମହାପାତ୍ରଙ୍କୁ […]

Continue reading
ଦାସତ୍ୱ ମାନସିକତା ଛାଡ଼ି ସ୍ୱାଭିମାନର ସହ ଆଗକୁ ବଢୁଛି ଭାରତ – ଧର୍ମେନ୍ଦ୍ର ପ୍ରଧାନ

ଦାସତ୍ୱ ମାନସିକତା ଛାଡ଼ି ସ୍ୱାଭିମାନର ସହ ଆଗକୁ ବଢୁଛି ଭାରତ – ଧର୍ମେନ୍ଦ୍ର ପ୍ରଧାନ

ମାକାଉଲେ’ ମାନସିକତାରୁ ବାହାରି ନିଜର ସଂସ୍କୃତି ଓ ସ୍ୱାଭିମାନକୁ ଆଗେଇ ନେବାରେ ଆମେ ଅଗ୍ରସର ବୋଲି ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଗପୁର ଗସ୍ତ ଅବସରରେ ବିଭିନ୍ନ ସାମାଜିକ, ଆଧ୍ୟାତ୍ମିକ ଏବଂ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି । ଶ୍ରୀ ପ୍ରଧାନ ଏହି ଗସ୍ତକାଳରେ ଭୋନ୍ସଲା ମିଲିଟ୍ରି ସ୍କୁଲର ୨୭ତମ ବାର୍ଷିକୋତ୍ସବରେ ଯୋଗଦେଇ ମାନବସେବା ଓ ରାଷ୍ଟ୍ରନିର୍ମାଣର ସଂକଳ୍ପକୁ ଦୋହରାଇଥିଲେ । ସେ କହିଥିଲେ, ଦେଶକୁ […]

Continue reading
ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼,୩ ଘଣ୍ଟା ବନ୍ଦ ରହିବ ଦର୍ଶନ

ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼,୩ ଘଣ୍ଟା ବନ୍ଦ ରହିବ ଦର୍ଶନ

ଜାଣନ୍ତୁ କେତେବେଳେ ଫିଟିବ ମହାପ୍ରଭୁଙ୍କ ଦ୍ୱାରଇଂରାଜୀ ନବବର୍ଷ ୨୦୨୬କୁ ସ୍ୱାଗତ କରିବା ପାଇଁ ଶ୍ରୀକ୍ଷେତ୍ର ପୁରୀ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷର ଆରମ୍ଭ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପ୍ରଶାସନିକ ନିଷ୍ପତ୍ତି ଅନୁଯାୟୀ, ଡିସେମ୍ବର ୩୧ ତାରିଖ ରାତି ୧୧ଟାରୁ ଜାନୁଆରୀ ୧ ତାରିଖ ରାତି ୨ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପହଡ଼ ପଡ଼ିବ। ଏହି […]

Continue reading
ଦିଲ୍ଲୀ କର୍ତ୍ତବ୍ୟ ପଥରେ ଝଲସିବ ଓଡ଼ିଶା ଅସ୍ମିତା

ଦିଲ୍ଲୀ କର୍ତ୍ତବ୍ୟ ପଥରେ ଝଲସିବ ଓଡ଼ିଶା ଅସ୍ମିତା

କୃଷିରୁ ସେମିକଣ୍ଡକ୍ଟର, ବିଶ୍ୱ ଦେଖିବ ‘ଆତ୍ମନିର୍ଭର ଓଡ଼ିଶା’ର ରୂପରେଖଭୁବନେଶ୍ୱର : ଆଗାମୀ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ପୁଣି ଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଜୟଯାତ୍ରା ଦେଖିବାକୁ ମିଳିବ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ଚୂଡ଼ାନ୍ତ ମଞ୍ଜୁରୀ ମିଳିଛି। ଚଳିତ ବର୍ଷ ଓଡ଼ିଶାର ମେଢ ‘ସମୃଦ୍ଧିର ମନ୍ତ୍ର: ଆତ୍ମନିର୍ଭର ଭାରତ’ ବିଷୟବସ୍ତୁ ଉପରେ ଆଧାରିତ ହୋଇଛି, ଯେଉଁଥିରେ ରାଜ୍ୟର ପାରମ୍ପରିକ କୃଷିଠାରୁ ଆରମ୍ଭ କରି ଆଧୁନିକ ସେମିକଣ୍ଡକ୍ଟର ପ୍ରଯୁକ୍ତି ପର୍ଯ୍ୟନ୍ତ […]

Continue reading
ଆସନ୍ତା ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ହେବ , ସର୍ବାଧିକ ହଜାରେ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିବ

ଆସନ୍ତା ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ହେବ , ସର୍ବାଧିକ ହଜାରେ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିବ

ଭୁବନେଶ୍ୱର : ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର, ଭୁବନେଶ୍ୱର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ ଟା ଠାରୁ ଆରମ୍ଭ ହୋଇ ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିବ। ଏଥି […]

Continue reading