ମହାନ୍ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଶିକ୍ଷକ, ସଂପାଦକ, ପ୍ରାବନ୍ଧିକ, ବାଗ୍ମୀ ,ଉତ୍କଳ ସାହିତ୍ୟ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ , ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ତଥା ବିହାର-ଓଡ଼ିଶା ପ୍ରଦେଶର ପ୍ରଥମ ଓଡ଼ିଆ ବ୍ୟବସ୍ଥାପକ ବାଗ୍ମୀ ବିଶ୍ବନାଥ କରଙ୍କ ୯୧ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଧାନସଭା ନିକଟରେ ଥିବା ତାଙ୍କର ପ୍ରତିମୂର୍ତ୍ତି ସ୍ଥଳରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର […]
Continue readingCategory Archives: ରାଜ୍ୟ
ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ୭୧-ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଜି ନୂଆପଡା ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ସମୟରେ ବହୁ ସଂଖ୍ୟାରେ ବିଜୁ ଜନତା ଦଳ କାର୍ଯ୍ୟକର୍ତ୍ତା, ସମର୍ଥକ ଓ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ନାମାଙ୍କନ ପରେ ମିଡିଆ ସହିତ କଥାହେବା ସମୟରେ ସ୍ନେହାଙ୍ଗିନୀ ଛୁରିଆ ଶ୍ରଦ୍ଧାର ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ […]
Continue readingଦୀପାବଳିର ମହତ୍ତ୍ୱ
—————- “ପିତୃ ଲୋକଂ ପରିତାଜ୍ୟଆଗତା ଯେ ମହାଳୟେ ଉଜ୍ଜ୍ୱଳଂ ଜ୍ୟୋତିଷାଂ ମାର୍ଗେ ପ୍ରପଦ୍ୟନ୍ତୋ ବ୍ରଜନ୍ତୁତେ । ସହସ୍ର ସହସ୍ର ଭୂତାନାଂଯମ୍ ଭୁତୟେ ଭୁତ ଦର୍ଷୟେ , ଉଜ୍ଜ୍ୱଳଂ ଜ୍ୟୋତିଷାବଟ୍ଟ ସୁଖେ ଯାନ୍ତୁ ପିତାମହ ।” ବଡ ବଡ଼ିଆ ହୋ , ବଡ଼ବଡ଼ିଆ ହୋ ! ଅନ୍ଧାରେ ଆସି ଆଲୁଏ ଯାଅ , ବାଇଶି ପାହାଚରେ ଶ୍ରୀ ମହାପ୍ରସାଦ ଖାଇ, ଆମକୁ ଅମୃତ ଦୃଷ୍ଟି ରେ ଚାହିଁ ଥାଅ ।” କେଉଁ ଅନାଦି ଅନନ୍ତ କାଳରୁ ଓଡ଼ିଆ ଜାତି […]
Continue readingସୁରେନ୍ଦ୍ର ନାଥ ଦାଶ ଆଉ ଆମ ଗହଣରେ ନାହାନ୍ତି
ବିଶ୍ବାସ କରି ହେଉନାହିଁ ଯେ ଓଡିଆ ଭାଷା ସାହିତ୍ୟର ପ୍ରତିବଦ୍ଧତା ଧର୍ମୀ, ବଦ୍ଧାନୁସୟୀ ଗବେଷକ, ବିଶେଷ କରି ପ୍ରଭୁ ଜଗନ୍ନାଥ ସଂସ୍କୃତି ଗବେଷକ , ମହାନ୍ ସାରସ୍ବତ ସାଧକ ପ୍ରାଚାର୍ଯ୍ୟ କଳା ଭୂଷଣ ସୁରେନ୍ଦ୍ର ନାଥ ଦାଶ ଆଉ ଆମ ଗହଣରେ ନାହାନ୍ତି ବୋଲି । ୭୭ ବର୍ଷ ବୟସରେ ଦିଲ୍ଲୀରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାରପ୍ରସାର ଓ ଗବେଷଣାରେ ମନୋନିବେଶ କରି […]
Continue readingଭୁବନେଶ୍ୱରରେ ଆଇସିଏଆର-ସିଆଇଡବ୍ଲୁଏ ଦ୍ୱାରା ରାଷ୍ଟ୍ରୀୟ ମହିଳା କିଷାନ ଦିବସ ପାଳିତ
ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ଭୁବନେଶ୍ୱର ଦ୍ୱାରା, ଆଜି “ସମୃଦ୍ଧ ରାଷ୍ଟ୍ର ପାଇଁ ମହିଳା କୃଷକଙ୍କୁ ସଶକ୍ତ କରିବା” ବିଷୟବସ୍ତୁ ସହିତ ରାଷ୍ଟ୍ରୀୟ ମହିଳା କିଷାନ ଦିବସ ପାଳିତ ହୋଇଛି। ଏହି ଅବସରରେ ମାନ୍ୟବର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଭାସୀ ମାଧ୍ୟମରେ ସମାବେଶକୁ ସମ୍ବୋଧିତ କରି, ଭାରତର ଖାଦ୍ୟ ଓ ପୁଷ୍ଟିକର ସୁରକ୍ଷା ସୁନିଶ୍ଚିତ କରିବାରେ ମହିଳା କୃଷକଙ୍କ ଭୂମିକାକୁ ଉଚ୍ଚ […]
Continue readingମ୍ୟାଥ୍ସ ଜିନିୟସ୍ 2025ରେ ସଫଳତା ହାସଲ କଲେ ଭାରତୀ ବିଦ୍ୟାମନ୍ଦିର ଛାତ୍ର ସାଇ ସମର୍ଥ ସାହୁ
ରାଷ୍ଟ୍ରୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରି ପାଇଲେ 75 ହଜାର ଟଙ୍କା ସପ୍ତମ ଶ୍ରେଣୀ ଛାତ୍ର ସାଇ ସମର୍ଥ ସାହୁ ପାଇଛନ୍ତି ବଡ଼ ସଫଳତା । ମ୍ୟାଥ୍ସ ଜିନିୟସ୍ 2025, ରାଷ୍ଟ୍ରୀୟ ସ୍ତରରେ ହୋଇଥିବା ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଏହି ସଫଳତା ହେତୁ,ସମର୍ଥ ଟ୍ରଷ୍ଟ ର 19ତମ ପ୍ରତିଷ୍ଠା ଦିବସରେ ତାଙ୍କୁ ସମ୍ମାନିତ କରାଯାଇଛି। ମିସାଇଲ୍ ମ୍ୟାନ୍ ଡ. ଏ.ପି.ଜେ. ଅବଦୁଲ କଲାମଜୀଙ୍କ ଜନ୍ମଦିନ ପାଳନ ଅବସରରେ ସମର୍ଥ ଟ୍ରଷ୍ଟ […]
Continue readingଜୟ ଢୋଲକିଆଙ୍କ ଯୋଗଦାନ ନୂଆପଡ଼ାରେ ବିଜେପି ସଂଗଠନକୁ ଅଧିକ ଶକ୍ତିଶାଳୀ କରିବ : ମନମୋହନ ସାମଲ
ଭୁବନେଶ୍ୱର,ତା.୧୧/୧୦: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ଗଠନ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂରଣ କରିବା ପାଇଁ ବିଜେପିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି । ଦିବଂଗତ ନେତା ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ […]
Continue readingପୋଲିସ ଏସ୍ଆଇ ପରୀକ୍ଷା ନିଯୁକ୍ତି ଜାଲିଆତି
ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଛାନଭିନ୍ ଚଳାଇଛି। ଏଥିରେ ବହୁ ବଡ଼ ଅଧିକାରୀ, ନେତା ଓ ପ୍ରଭାବଶାଳୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଉଠୁଥିବାରୁ କ୍ରାଇମ୍ବ୍ରାଞ୍ଚ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ତେବେ ଏହି ମାମଲାରେ ବାଲେଶ୍ୱରରୁ ଷଷ୍ଠ ମଧ୍ୟସ୍ଥଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ଆଣିଛି। ସେ ହେଲେ ଚନ୍ଦନ ମଲ୍ଲିକ। ବାଲେଶ୍ୱର ସଦର ବ୍ଲକ ଚାନ୍ଦିପୁର ଥାନା ରଣସାହି ପଞ୍ଚାୟତ ତପସ୍ବୀ ଗ୍ରାମସ୍ଥିତ ଘରୁ ଚନ୍ଦନଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ କାବୁ କରଛି। ତେବେ ତାଙ୍କୁ କ୍ରାଇମବ୍ରାଞ୍ଚ ମାରାଥନ୍ ଜେରା […]
Continue readingଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି
ଶ୍ରୀମନ୍ଦିରରେ ଆରମ୍ଭ ହେଉଛି କାର୍ତ୍ତିକ ନୀତି। ହବିଷ୍ୟାଳି ତଥା କାର୍ତ୍ତିକ ବ୍ରତଧାରୀଙ୍କର ଶ୍ରୀମନ୍ଦିରରେ ଭିଡ଼ ଜମିବ। ତା’ ଛଡ଼ା ଶ୍ରୀମନ୍ଦିରରେ ନୀତି ମଧ୍ୟ ଅଧିକ ରହିବ। ଶ୍ରୀମନ୍ଦିରରେ ପବିତ୍ର କାର୍ତ୍ତିକ ନୀତି ଶନିବାର ଆରମ୍ଭ ହେଇଛି। ଆଜିଠାରୁ ମହାପ୍ରଭୁ ରାଧା ଦାମୋଦର ବେଶରେ ଦର୍ଶନ ଦେବେ। ଏହି ବେଶରେ ମହାପ୍ରଭୁଙ୍କ ନିକଟରେ ସ୍ବତନ୍ତ୍ର ବାଳଧୂପ ନୀତି ହୋଇଥାଏ।ଆଜି ସିଂହଦ୍ୱାର ସମ୍ମୁଖରେ ଗୋଷାଣୀ ଏକାଠି ହେବେ ତେଣୁ ମଧ୍ୟାହ୍ନ ୧୨ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଏ […]
Continue readingମୁକ୍ତି ଆନ୍ଦୋଳନର ସର୍ବ କନିଷ୍ଠ ସହିଦ୍ ସଂଗ୍ରାମୀ ‘ବାଜି ରାଉତ’
ମୁକ୍ତି ଆନ୍ଦୋଳନର ସର୍ବ କନିଷ୍ଠ ସହିଦ୍ ସଂଗ୍ରାମୀ ‘ବାଜି ରାଉତ’ଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ,ଅମ୍ଲାନ , ଲୋହିତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଆମେ ଓଡ଼ିଆ ମାନେ ଗର୍ବିତ ଯେ ମୁକ୍ତି ଆନ୍ଦୋଳନର ପ୍ରଥମ ଶହୀଦ ଜୟୀ ରାଜଗୁରୁ, ପ୍ରଥମ ମହିଳା ସହୀଦ୍ ପରି ବେଓ୍ବା, ସର୍ବ କନିଷ୍ଠ ସହିଦ୍ ବାଜି ରାଉତ ଏବଂ ୧୮୧୭ର ପାଇକ ସଂଗ୍ରାମ ହିଁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ । ଅଛପା […]
Continue reading