ଛାତ୍ରଛାତ୍ରୀଙ୍କ ଜୋରଦାର ପ୍ରତିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ପଠାଇବା ସହ ସୋସିଆଲ ମିଡିଆରେ ଏହି ନିଷ୍ପତ୍ତିର କାରଣ ସ୍ପଷ୍ଟ କରିଛନ୍ତି। ନିଜ ଇସ୍ତଫାପତ୍ରରେ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, ମୋର ଯୁବ ସାଥୀମାନେ,ମୁଁ ଗତ ୪ ଦଶନ୍ଧିରୁ ଅଧିକ ସମୟ ଧରି ଛାତ୍ର, ଶିକ୍ଷକ ଏବଂ ଶିକ୍ଷା ସୁଧାର ପାଇଁ ସମର୍ପିତ […]
Continue readingMonthly Archives: July 2026
ରାଜ୍ୟ ବାହାରକୁ କିମ୍ବା ବିଦେଶ ଯିବାକୁ ଦେଲେ ୨୧ ଦିନ ପୂର୍ବରୁ ଛୁଟି ଆବେଦନ କରିବାକୁ ପଡ଼ିବ
ବ୍ୟକ୍ତିଗତ କାରଣରୁ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯିବାକୁ ଯୋଜନା କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଅର୍ଥ ବିଭାଗ କଡ଼ା ନିର୍ଦ୍ଦେଶ ଜାରି କରିଛି। ଏଣିକି ଏଭଳି ଯାତ୍ରା ପାଇଁ ଅତି କମ୍ ରେ ୨୧ ଦିନ ପୂର୍ବରୁ ଛୁଟି ଆବେଦନ କରିବା ସହ ମୁଖ୍ୟାଳୟ ଛାଡ଼ିବା ପାଇଁ ଆବଶ୍ୟକ ପୂର୍ବାନୁମତି ନେବାକୁ ପଡ଼ିବ। ଜୁଲାଇ ୨୧ରେ ଜାରି ସର୍କୁଲାରରେ ଅତିରିକ୍ତ ସଚିବ ତଥା ଏଷ୍ଟାବ୍ଲିସମେଣ୍ଟ ଅଫିସର ସାଗରିକା ହୋତା ସ୍ପଷ୍ଟ କରିଛନ୍ତି ଯେ, କାଜୁଆଲ୍ […]
Continue readingଦାୟିତ୍ୱବୋଧ ହିଁ ମଣିଷକୁ ପରିପକ୍ୱ କରେ
ଆଜିକାଲି ପ୍ରାୟ ସବୁ ବାପା–ମା’ଙ୍କର ଗୋଟିଏ ଧାରଣା—”ପିଲାଟା ପାଠ ପଢ଼ୁଛି, ତାକୁ ଆଉ ଘରକାମ କରିବାକୁ କାହିଁକି କହିବା?” ଏହି ଭାବନାରୁ ଆମେ ତା’ର ବହି ସଜାଡ଼ିବା, ବିଛଣା ପକାଇବା, ପାଣି ଆଣିଦେଉ, ଖାଇସାରି ଥାଳି ମଧ୍ୟ ଉଠାଇ ରଖିଦେଉ। ଆମକୁ ଲାଗେ ଏହା ହିଁ ସ୍ନେହ। କିନ୍ତୁ ଅଜାଣତରେ ଆମେ ତା’ଠାରୁ ଜୀବନର ଏକ ବଡ଼ ଶିକ୍ଷା ଛଡ଼ାଇ ନେଉଛୁ। ଇଂରାଜୀରେ ଗୋଟିଏ ସୁନ୍ଦର କଥା ଅଛି—”Responsibility makes maturity.” ଅର୍ଥାତ୍ ଦାୟିତ୍ୱବୋଧ ହିଁ ମଣିଷକୁ […]
Continue readingନବଦିନାତ୍ମକ ଘୋଷଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି ଶ୍ରୀଜିଉ,ସିଂହଦ୍ବାରରେ ପହଞ୍ଚିଛି ତିନି ରଥ
ନବଦିନାତ୍ମକ ଘୋଷଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି ଶ୍ରୀଜିଉ। ସିଂହଦ୍ବାରରେ ପହଞ୍ଚିଛି ତିନି ରଥ। ରାତି ୧୧ଟା ସୁଦ୍ଧା ତିନି ରଥ ସିଂହଦ୍ବାରରେ ଲାଗିଥିବାବେଳେ, ବାହୁଡ଼ା ଯାତ୍ରାରେ ଖୁବ୍ ଆନନ୍ଦ ଉତ୍ସାହରେ ଭକ୍ତମାନେ ତିନି ରଥକୁ ଟାଣିନେଇଥିଲେ ସିଂହଦ୍ବାର ନିକଟକୁ। ଶନିବାର ମହାପ୍ରଭୁ ଦୁର୍ଲଭ ସୁନାବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ । ସୂଚନାଥାଉକି, ଶୁକ୍ରବାର ବାହୁଡ଼ା ପାର୍ଇ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଦେଢ଼ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି । ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ସେନାପଟା […]
Continue readingନିଟ ପେପର ଲିକ୍ ମାମଲା: ସ୍ଥାପନ ହେବ ଫାଷ୍ଟ-ଟ୍ରାକ୍ କୋର୍ଟ
ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ମଧ୍ୟରେ ଗୁରୁବାର ବଡ଼ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସରକାର ପେପର ଲିକ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଶୀଘ୍ର ଶୁଣାଣି ଏବଂ କଠୋର ଦଣ୍ଡ ସୁନିଶ୍ଚିତ କରିବା ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ସ୍ଥାପନ କରିବେ। ଯୁବପିଢ଼ିଙ୍କ ଭବିଷ୍ୟତକୁ ବିପଦରେ ପକାଇଥିବା କାହାକୁ ମଧ୍ୟ ଛଡ଼ାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ତାର ସହିତ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଏ ସମ୍ପର୍କରେ ପୂର୍ବରୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ […]
Continue readingଟନେଲ ଦୁର୍ଘଟଣାରେ ୨୦ ଶ୍ରମିକ ମୃତ, ମୃତକଙ୍କ ପରିବାରକୁ ୪ଲକ୍ଷ ଏବଂ ଆହତ ଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା
ସିକ୍କିମରେ ଘଟିଥିବା ଟନେଲ ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହି ସ୍ଥାନରେ ଏବେ ବି କିଛି ଲୋକ ଫସି ରହିଥିବା ଜଣାପଡିଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିବା ସହିତ ଅନ୍ୟମାନଙ୍କୁ ବଞ୍ଚାଇବାକୁ ପ୍ରଚେଷ୍ଟା ମଧ୍ୟ ଜାରି ରହିଛି ବୋଲି ମଙ୍ଗଳବାର ଦିନ ଜଣେ ପୋଲିସ ଅଧିକାରୀ କହିଛନ୍ତି । ସୂଚନାନୁଯାୟୀ, ଜୁଲାଇ ୨୦ ତାରିଖରେ ସିକ୍କିମର ନାମଚି ଜିଲ୍ଲାରେ ହଠାତ୍ ନିର୍ମାଣଧୀନ ଟନେଲଟି ଭୁଶୁଡି […]
Continue readingମଧ୍ୟପ୍ରଦେଶ ମୁଖ୍ୟ ଶାସନ ସଚିବ ଅନୁରାଗ ଜୈନ ହେଲେ ନୀତିଆୟୋଗର ସିଇଓ
ମଧ୍ୟପ୍ରଦେଶ ମୁଖ୍ୟ ଶାସନ ସଚିବ ଅନୁରାଗ ଜୈନ ନୀତିଆୟୋଗ ସିଇଓ ନିଯୁକ୍ତ ହୋଇଛନ୍ତି। ୧୯୮୯ ବ୍ୟାଚ୍ ଆଇଏଏସ ଅଫିସରଙ୍କ ଏହି ନିଯୁକ୍ତି ସହିତ ଗତ ୫ ମାସ ହେଲା ଜାରି ଅନ୍ତରୀଣ ବ୍ୟବସ୍ଥା ସମାପ୍ତ ହୋଇଯାଇଛି। ଏହି ସମୟରେ ନିଧି ଛିବର ଅତିରିକ୍ତ ପ୍ରଭାର ଭାବେ ଏହି ଦାୟିତ୍ୱ ତୁଲାଇ ଆସୁଥିଲେ। କ୍ୟାବିନେଟ ନିଯୁକ୍ତି କମିଟି (ଏସିସି) ଭାରତ ସରକାରଙ୍କ ସଚିବ ପଦ ଓ ବେତନରେ ଅନୁରାଗ ଜୈନଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଡିପାର୍ଟମେଣ୍ଟ ଓ ପର୍ସନେଲ […]
Continue readingରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକ ଶୀଘ୍ର ପାଇବେ ନ୍ୟାୟ ,ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ହେବ
ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଶୀଘ୍ର ଆଇନଗତ ନ୍ୟାୟ ପ୍ରଦାନ ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିରୋଧ) ଆଇନ, ୧୯୮୯ ଅଧୀନରେ ଆସୁଥିବା ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ଏବଂ ଦଣ୍ଡବିଧାନ ପାଇଁ ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୃହ ବିଭାଗ […]
Continue readingଛାତ୍ରଛାତ୍ରୀଙ୍କୁ ରାଜନୈତିକ ହାତବାରିସି ଭାବେ ବ୍ୟବହାର କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛି ବିରୋଧୀ ଦଳ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସଂସଦର ମୌସୁମୀ ଅଧିବେଶନ ସମୟରେ କଂଗ୍ରେସ ଦଳ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ରଛାତ୍ରୀଙ୍କୁ ରାଜନୈତିକ ହାତବାରିସି ଭାବେ ବ୍ୟବହାର କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ ପୋଷ୍ଟରେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେଇ ସୁରକ୍ଷା ନିୟମ ଭଙ୍ଗ କରିବା ସହ ସାଧାରଣ ଜନତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା ବିରୋଧୀଙ୍କ କେବଳ ଏକ ରାଜନୈତିକ ନାଟକବାଜି । ସରକାର ନିଟ୍ […]
Continue readingନିଟ-UG ପ୍ରଶ୍ନପତ୍ର ଲିକ୍ ଘୋର ପାପ – ମୋଦୀ
ଏନଡିଏ ବୈଠକରେ ଉଠିଲା ନିଟ-UG ପ୍ରଶ୍ନପତ୍ର ଲିକ୍ ମାମଲା । ପ୍ରଶ୍ନପତ୍ର ଲିକ୍ ମାମଲାରେ ସରକାରଙ୍କ ପଦକ୍ଷେପକୁ ଦୃଢ଼ ଭାବେ ସମର୍ଥନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପେପର ଲିକ୍ କୁ ଘୋର ପାପ ବୋଲି କହିଛନ୍ତି । ଦିଲ୍ଲୀରେ ଛାତ୍ରଙ୍କ ବିଶାଳ ବିକ୍ଷୋଭ ଓ ସଂସଦର ମୌସୁମୀ ଅଧିବେଶନରେ ହଙ୍ଗାମା ପରେ ପ୍ରଧାନମନ୍ତ୍ରୀ ବୟାନକୁ ଗୁରୁତ୍ବ ଦିଆଯାଉଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ସୂଚନା ଅନସାରେ ପ୍ରଧାନମନ୍ତ୍ରୀ ଏନଡିଏ ସାଂସଦଙ୍କ ଆଗରେ […]
Continue reading








