କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆସନ୍ତାକାଲି, ଜୁଲାଇ ୬, ୨୦୨୬ରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ଏହି ସମାରୋହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ “ସହକାର ସେ ସମୃଦ୍ଧି” ର ପରିକଳ୍ପନା ଅନୁରୂପ ଏବଂ ଶ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ, ଯିଏ ସମବାୟ କ୍ଷେତ୍ରକୁ ଅଧିକ ସ୍ୱଚ୍ଛତା, ପ୍ରଯୁକ୍ତିବିଦ୍ୟା ଗ୍ରହଣ, ସଂସ୍ଥାଗତ ସୁଦୃଢ଼ୀକରଣ ଏବଂ ତୃଣମୂଳ ସଶକ୍ତିକରଣ ଦିଗରେ ମାର୍ଗଦର୍ଶନ […]
Continue readingMonthly Archives: July 2026
ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲା
ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ଆପତିଜନକ ମନ୍ତବ୍ୟକୁ ଓଡ଼ିଶାବାସୀ କଦାପି ସହ୍ୟ କରିପାରିବେ ନାହିଁ । ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରୁଥିବା ଶ୍ରୀ ସୁନୀଲ ଜେନା ନାମକ ବ୍ୟକ୍ତିଜଣକ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କୁ ବଦ୍ନାମ କରିବା ଉଦ୍ଦେଶ୍ୟରେ ସାମାଜିକ ଗଣମାଧ୍ୟମରେ ଅନେକ ଅପଶବ୍ଦ ବ୍ୟବହାର କରି ଗାଳିଗୁୁଲଜ କରୁଛନ୍ତି । ଅସାମ୍ବିଧାନିକ ଶବ୍ଦ ସହ ଅପମାନଜନକ […]
Continue readingଇ-୨୦ ଏକ ସ୍ୱଚ୍ଛ ଓ ଉଚ୍ଚ-କାର୍ଯ୍ୟଦକ୍ଷତା ସମ୍ପନ୍ନ ଇନ୍ଧନ : ସ୍ପଷ୍ଟ କଲେ ଶିଳ୍ପ ବିଶେଷଜ୍ଞ
ଇ-୨୦ ଏକ ସ୍ୱଚ୍ଛ ଓ ଉଚ୍ଚ-କାର୍ଯ୍ୟଦକ୍ଷତା ସମ୍ପନ୍ନ ଇନ୍ଧନ ବୋଲି ଦେଶର ପ୍ରମୁଖ ଶିଳ୍ପ ବିଶେଷଜ୍ଞମାନେ ଆଜି ସ୍ପଷ୍ଟ କରିଛନ୍ତି । ଶନିବାର ନୂଆଦିଲ୍ଲୀରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ, ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ଇନ୍ଧନ ଏବଂ ଅଟୋମୋବାଇଲ କ୍ଷେତ୍ରର ପ୍ରମୁଖ ବିଶେଷଜ୍ଞମାନେ ଇ-୨୦ ଇଥାନଲ୍-ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମ ଉପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । […]
Continue readingଆର୍ଥିକ ବର୍ଷ ୨୦୨୪–୨୫ ପାଇଁ ରାଜ୍ୟ ସରକାରଙ୍କୁ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ (OPHWC) ପକ୍ଷରୁ ୨୧.୨୮ କୋଟି ଟଙ୍କାର ଲାଭାଂଶ ପ୍ରଦାନ
ଗୃହ ବିଭାଗ, ଓଡ଼ିଶା ସରକାର ଅଧୀନସ୍ଥ ରାଜ୍ୟ ସରକାରୀ ଉଦ୍ୟୋଗ, ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ (OPHWC) ପକ୍ଷରୁ ଆର୍ଥିକ ବର୍ଷ ୨୦୨୪–୨୫ ପାଇଁ ଓଡ଼ିଶା ସରକାରଙ୍କୁ ୨୧.୨୮ କୋଟି ଟଙ୍କା ଲାଭାଂଶ ପ୍ରଦାନ କରାଯାଇଛି ଯାହାକି ନିଗମର ଇତିହାସରେ ସର୍ବାଧିକ ଲାଭାଂଶ ପ୍ରଦାନ।ଆଜି ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମର ଅଧ୍ୟକ୍ଷ-ଏବଂ-ପରିଚାଳନା ନିର୍ଦ୍ଦେଶକ, ଶ୍ରୀ […]
Continue readingଯୁଦ୍ଧକାଳୀନ ଭିତ୍ତିରେ ବହି ଯୋଗାଣ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ
ରାଜ୍ୟର ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ନୂତନ ପାଠ୍ୟ ପୁସ୍ତକ ଯୋଗାଇବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନୂଆ ବହି ଛପା ପାଇଁ SCERT କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ସଚିବ ଏବଂ ଓସେପା (OSEPA) ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା। ବିଭିନ୍ନ ଶ୍ରେଣୀର ତ୍ରୁଟି ଥିବା ବହିଗୁଡ଼ିକୁ ମଗାଇ ମନ୍ତ୍ରୀ ଓ ସଚିବ […]
Continue readingଓଡ଼ିଶା ଶିଳ୍ପ ଜଗତରେ ବଡ଼ ବିପ୍ଲବ ଆବଶ୍ୟକ, ଓଡ଼ିଶାର ପିଲାମାନଙ୍କୁ ନିଯୁକ୍ତିରେ ପ୍ରାଥମିକତା ଦିଆଯାଉ
ବର୍ଷ ବର୍ଷ ଧରି ଓଡ଼ିଶାର ସବୁଠାରୁ ବଡ଼ ଅଭିଶାପ ସାଜିଛି ‘ଦାଦନ ସମସ୍ୟା’। ଭିଟାମାଟିରେ ରୋଜଗାରର ଅଭାବ ଯୋଗୁଁ ଗଞ୍ଜାମ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଭଳି ବିଭିନ୍ନ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଶ୍ରମିକ ଓ ଯୁବକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ସେଠାରେ ସେମାନେ ଅନେକ ସମୟରେ ଅମାନୁଷିକ ନିର୍ଯାତନାର ଶିକାର ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି। ତେବେ ରାଜ୍ୟ ସରକାର ରାଜ୍ୟରେ ନିଯୁକ୍ତି ନେଇ ଅନେକ ଶିଳ୍ପ ବସାଇବାକୁ ଯାଉଛନ୍ତି । […]
Continue readingଓଡ଼ିଶାର ବିକାଶ ଯାତ୍ରାକୁ ଅଧିକ ଗତିଶୀଳ କରାଯିବ: ମୁଖ୍ୟ ଶାସନ ସଚିବ
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ରାଜ୍ୟ ସରକାରଙ୍କ ବିଭିନ୍ନ ଉଲ୍ଲେଖନୀୟ ଯୋଜନା ଓ କାର୍ଯ୍ୟକ୍ରମର ସଫଳତା ଯଥା ମହିଳା ଉଦ୍ୟୋଗୀ ପ୍ଲାଟଫର୍ମ ( ଡବ୍ଲୁଇପି)ର ଶୁଭାରମ୍ଭ, କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥାର ସୁଦୃଢୀକରଣ, ଯାନ୍ତ୍ରିକ ଓ ବୈଷୟିକ ଶିକ୍ଷାରେ ସଂରକ୍ଷଣ ବୃଦ୍ଧି ଏବଂ ରାଜ୍ୟର କ୍ରୀଡ଼ା, ଶିଳ୍ପ ଓ ଷ୍ଟାର୍ଟଅପ୍ କ୍ଷେତ୍ରର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ ।ରାଜ୍ୟରେ ସୁଶାସନକୁ ଅଧିକ ଫଳପ୍ରଦ, ସ୍ବଚ୍ଛ ଓ […]
Continue readingବିବାଦମୁକ୍ତ ଓ ନିର୍ଭୁଲ ଭୋଟର ତାଲିକା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ
ଓଡ଼ିଶାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ର ଚିଠା ଭୋଟର ତାଲିକା ଆସନ୍ତା ଜୁଲାଇ ୫ ତାରିଖରେ ପ୍ରକାଶ ପାଇବାକୁ ଯାଉଛି। ଏହି ପ୍ରକାଶନକୁ ନେଇ ନିର୍ବାଚନ କମିଶନ ଓ ଜିଲ୍ଲା ପ୍ରଶାସନ ସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗଣତନ୍ତ୍ରର ସବୁଠାରୁ ବଡ଼ ଆଧାର ହେଉଛି ଏକ ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା, ତେଣୁ ଏହି ସଂଶୋଧନ ପ୍ରକ୍ରିୟା ଉପରେ ସମସ୍ତଙ୍କ ନଜର ରହିଛି। ଦେଶର କିଛି ରାଜ୍ୟରେ ପୂର୍ବରୁ ଏସଆଇଆରକୁ ନେଇ ଅନେକ ବିବାଦ […]
Continue readingଓଡିଶାରେ ବିଜେପି ଶକ୍ତିଶାଳୀ ହେଉଛି : ମନମୋହନ ସାମଲ
ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଆଜି ଭଦ୍ରକର ପୂର୍ବତନ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଧାମନଗର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ବିଜେଡି ରାଜ୍ୟ ସମ୍ପାଦକ ତଥା ଭଦ୍ରକ ଜିଲ୍ଲାର ବରିଷ୍ଠ ନେତା ଶ୍ରୀଯୁକ୍ତ ଶଶୀ କୁମାର ସାହୁ ପ୍ରମୁଖ ବିଜେଡି ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ […]
Continue reading







