ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିଜୟ ହେଉଛି ବଙ୍ଗର ଜନସାଧାରଣଙ୍କ ବିଜୟ । ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାରଙ୍କ ଅନ୍ୟାୟ, ଅତ୍ୟାଚାର ଏବଂ ଅହଂକାର ବିରୋଧରେ ବଙ୍ଗବାସୀ ସ୍ପଷ୍ଟ ଜନାଦେଶ ଦେଇଛନ୍ତି ବୋଲି ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ପଦ୍ମ ଫୁଟାଇ ଏକ ନୂତନ ଇତିହାସ ସୃଷ୍ଟି କରିଥିବାରୁ ସେ ରାଜ୍ୟର ସାଧାରଣ ଜନତା ଓ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇବା […]
Continue readingCategory Archives: ଦେଶ ବିଦେଶ
କେରଳରେ ବାମ ଦଳର ସୂର୍ଯ୍ୟାସ୍ତ
କେରଳ ବିଧାନସଭା ନିର୍ବାଚନ ଫଳାଫଳ ଭାରତୀୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଦୀର୍ଘ ୧୦ ବର୍ଷ ଧରି ଶାସନ ଗାଦିରେ ଥିବା ସିପିଆଇ (ଏମ୍) ନେତୃତ୍ୱାଧୀନ ଏଲ୍ଡିଏଫ୍ (LDF) କ୍ଷମତାଚ୍ୟୁତ ହୋଇଛି। ଏହି ପରାଜୟ ସହିତ ଗତ ୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତର କୌଣସି ବି ରାଜ୍ୟରେ ଏବେ ବାମ ଦଳର ସରକାର ରହିବ ନାହିଁ। କେରଳର ୧୪୦ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ (UDF) ୯୮ଟି […]
Continue readingପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ହେବାକୁ ଯାଉଛି
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଏକ ପ୍ରମୁଖ ଶକ୍ତି ଭାବେ ଉଭା ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଢ଼ୋକ୍ତି ଏବଂ ନିର୍ବାଚନୀ ରଣନୀତି ଅନୁଯାୟୀ, ଦଳ ସେଠାରେ ସରକାର ଗଠନ କରିବା ନେଇ ଆଶାବାଦୀ ରହିଛି। ଏହି ପରିବର୍ତ୍ତନ ପଛରେ କିଛି ଗୁରୁତ୍ୱପୂର୍ଣ୍ଣ କାରଣ ରହିଥିବା ଯୁକ୍ତି କରାଯାଉଛି: ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୨.୧୦% ମତଦାନ ହୋଇଥିବା ରେକର୍ଡ କରାଯାଇଛି, ଯାହା ସ୍ୱାଧୀନତା ପରଠାରୁ ସର୍ବାଧିକ। ସାଧାରଣତଃ ଅତ୍ୟଧିକ ମତଦାନ ହାରକୁ […]
Continue readingନିଟ ୟୁଜି ୨୦୨୬ ପରୀକ୍ଷାର ଭୂମିଗତ ପରିଚାଳନା ମୂଲ୍ୟାଙ୍କନ କରିବା ପାଇଁ ଏନଟିଏ ର ମୁଖ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର, ହେବାକୁ ଥିବା ନିଟ ୟୁଜି ୨୦୨୬ ପରୀକ୍ଷାର ଭୂମିଗତ ପରିଚାଳନା ମୂଲ୍ୟାଙ୍କନ କରିବା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ର ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି। ଗସ୍ତ ସମୟରେ, ମନ୍ତ୍ରୀ ପରୀକ୍ଷା ଲଜିଷ୍ଟିକ୍ସ, କେନ୍ଦ୍ରଗୁଡ଼ିକ ସହିତ ସମନ୍ୱୟ ଏବଂ ସାରା ଦେଶରେ ପରୀକ୍ଷାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ କରାଯାଇଥିବା ମନିଟରିଂ ସିଷ୍ଟମ ସମେତ ପ୍ରମୁଖ କାର୍ଯ୍ୟକ୍ଷମ ଦିଗଗୁଡ଼ିକର ତଦାରଖ କରିଥିଲେ। ଅଧିକାରୀମାନେ ତାଙ୍କୁ ବହୁ ସଂଖ୍ୟକ ପ୍ରାର୍ଥୀଙ୍କୁ ପରିଚାଳନା […]
Continue readingରାତି ପାହିଲେ ୪ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ପୁଡୁଚେରୀରେ ହେବ ଭୋଟ ଗଣତି,ସ୍ପଷ୍ଟ ହେବ କାହାକୁ ବାଛିଲେ ଜନତା?
ରାତି ପାହିଲେ ୪ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ପୁଡୁଚେରୀରେ ହେବ ଭୋଟ ଗଣତି। ଏଗଜିଟ୍ ପୋଲ, ଭିନ୍ନ ଭିନ୍ନ ମତ ଦେଉଥିବାବେଳେ, ସ୍ପଷ୍ଟ ହେବ କାହାକୁ ବାଛିଲେ ଜନତା? ନିର୍ବାଚନ ଫଳାଫଳ ଉପରେ ରହିଛି ସାରାଦେଶର ନଜର। ୨୦୨୪ ସାଧାରଣ ନିର୍ବାଚନ ପରେ ଦେଶର ସବୁଠୁ ବଡ଼ ନିର୍ବାଚନ। ଗୋଟିଏ ଦିନରେ ଆସିବ ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଆସାମ, କେରଳମ୍ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ଫଳାଫଳ। ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି। ପୋଷ୍ଟାଲ ବାଲାଟ୍ ଗଣତି […]
Continue readingଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର।
ଉଚ୍ଚ ଶିକ୍ଷାନୁଷ୍ଠାନରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର। ଅଧ୍ୟାପକ ନିଯୁକ୍ତ ପାଇଁ ନେଇ SSB ଅଧୀନରେ ଆଶାୟୀଙ୍କ ପାଇଁ ବିକଳ୍ପ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ୨୦୨୪ରେ SSBବିଜ୍ଞପ୍ତି ପ୍ରକାଶ କରିଥିଲା। ହେଲେ ଏଯାଏ ତାହା କୋର୍ଟରେ ବିଚାରାଧୀନ ଥିବାରୁ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି ପ୍ରାୟ ୫ ହଜାର ଆଶାୟୀ। ଆଡଭୋକେଟ୍ ଜେନେରାଲ କୋର୍ଟରେ କେଶ ଖାରଜ ପାଇଁ ହସ୍ତକ୍ଷେପ କରିବା ପାଇଁ ମଧ୍ୟ […]
Continue readingଓଡ଼ିଶା ହେବ ଭାରତର ‘ଜ୍ଞାନର ପେଣ୍ଠସ୍ଥଳୀ’- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଜାତୀୟ ଶିକ୍ଷା ନୀତି (NEP-2020)ର କାର୍ଯ୍ୟାନ୍ୱୟନ ନେଇ ସ୍ଥାନୀୟ କନଭେନସନ ସେଣ୍ଟର ଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଭାରତର ‘ଜ୍ଞାନର ପେଣ୍ଠସ୍ଥଳୀ’ ଭାବେ ଗଢ଼ିତୋଳିବାକୁ ଏକ ଦୂରଦର୍ଶୀ ରୋଡ୍ମ୍ୟାପ୍ ଉପସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବହୁ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ଥିବା ଜଡ଼ତାକୁ […]
Continue readingସ୍ୱନାମଧନ୍ୟ କବୟିତ୍ରୀ ଶ୍ରୀମତୀ ମହାପାତ୍ର ସବିତା ହୋତାଙ୍କ ରଚିତ ଦୁଇଟି କବିତା ପୁସ୍ତକ ‘କୃଷ୍ଣମୟ’ ଓ ‘ଭାବଧାରା’ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ
ସ୍ୱନାମଧନ୍ୟ କବୟିତ୍ରୀ ତଥା ଅଧ୍ୟାପିକା ଶ୍ରୀମତୀ ମହାପାତ୍ର ସବିତା ହୋତାଙ୍କ ରଚିତ ଦୁଇଟି କବିତା ପୁସ୍ତକ ‘କୃଷ୍ଣମୟ’ ଓ ‘ଭାବଧାରା’ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ‘କୃଷ୍ଣମୟ’ରେ ବାଳକୃଷ୍ଣଙ୍କ ଲୀଳାମୟ ଜୀବନୀର ଛନ୍ଦମୟ ପ୍ରତିବେଦନ ପାଠକଙ୍କୁ ନିଶ୍ଚିତଭାବେ ଆତ୍ମତୃପ୍ତି ଦେବ । ସେହିପରି ‘ଭାବଧାରା’ ମଣିଷ ଚରିତ୍ରର ଭିନ୍ନତା, ଜଗତର ବୈଚିତ୍ର୍ୟ, ସତ୍ୟତା ଏବଂ ଆତ୍ମକ୍ତିର ମହତ୍ତ୍ୱକୁ ବର୍ଣ୍ଣନା କରୁଛି । ଉଭୟ କବିତା ପୁସ୍ତକ ସୃଜନୀ ଦୃଷ୍ଟିରୁ ଅତି ସ୍ୱତନ୍ତ୍ର। ଲେଖିକାଙ୍କ […]
Continue readingପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ: ଦିଦିଙ୍କ ଦବଦବା ରହିବ ନା ପଦ୍ମ ଫୁଟିବ?
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ସମସ୍ତ ପର୍ଯ୍ୟାୟ ଶେଷ ହେବା ପରେ ଏବେ ସମସ୍ତଙ୍କ ନଜର ଭୋଟ୍ ଗଣତି ଉପରେ। ମାତ୍ର ସେଥିପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରକାଶିତ ଏକଜିଟ୍ ପୋଲ୍ ରିପୋର୍ଟ ବେଙ୍ଗଲରେ ଏକ କଡ଼ା ଟକ୍କରର ସୂଚନା ଦେଉଛି। ଅଧିକାଂଶ ଏକଜିଟ୍ ପୋଲ୍ ଅନୁଯାୟୀ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଟିଏମସି ଏବଂ ବିଜେପି ମଧ୍ୟରେ କଡ଼ା ପ୍ରତିଯୋଗିତା ହେଉଛି। କିଛି ସଂସ୍ଥା ବିଜେପିକୁ ବହୁମତ ମିଳିବା କଥା କହୁଥିବା ବେଳେ, ଅନ୍ୟ କିଛି ସଂସ୍ଥା ମମତା […]
Continue readingପଶ୍ଚିମବଙ୍ଗରେ ଦ୍ଵିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଶେଷ,ମମତା ବାନାର୍ଜୀଙ୍କ ହାତରୁ କ୍ଷମତା ଖସୁଥିବା ଏକଜିଟ୍ ପୋଲରେ ପୂର୍ବାନୁମାନ
ପଶ୍ଚିମବଙ୍ଗରେ ଦ୍ଵିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହା ପରେ ସାମ୍ନାକୁ ଆସିଛି ଏକଜିଟ୍ ପୋଲ୍ ଅର୍ଥାତ ଭୋଟ୍ ବାହୁଡ଼ା ମତ। ଅନେକ ଏକଜିଟ୍ ପୋଲରୁ କେବଳ ଏତିକି ସ୍ପଷ୍ଟ ଯେ, ମମତା ବାନାର୍ଜୀଙ୍କ ନେତୃତ୍ଵାଧୀନ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ସଂଘର୍ଷ ହେଉଛି। ଲଗାତାର ତୃତୀୟ ଥର ଜିତି ମୁଖ୍ୟମନ୍ତ୍ରୀ ରହିଥିବା ମମତା ବାନାର୍ଜୀଙ୍କ ହାତରୁ କ୍ଷମତା ଖସୁଥିବା କିଛି ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ପଶ୍ଚିମବଙ୍ଗରେ ପ୍ରଥମ […]
Continue reading








