କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ‘ଜାତୀୟ ଶିକ୍ଷା ନୀତି’ର ସଫଳ ରୂପାୟନ ନେଇ ମେଘାଳୟର ମୁଖ୍ୟମନ୍ତ୍ରୀ ଶ୍ରୀ କନରାଡ଼ ସାଙ୍ଗମାଙ୍କ ସହ ଏକ ସାରଗର୍ଭକ ଓ ଗଠନମୂଳକ ଆଲୋଚନା କରିଛନ୍ତି । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଶେଷ ଭାବେ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ମଡେଲ୍କୁ ପ୍ରଶଂସା କରିଛନ୍ତି । ମେଘାଳୟରେ ଆନୁଷ୍ଠାନିକ ଶିକ୍ଷା ସହିତ କ୍ରୀଡ଼ା, ଶାରୀରିକ ଶିକ୍ଷା, ଉଦ୍ୟାନ କୃଷି ଏବଂ ସ୍ଥାନୀୟ […]
Continue readingCategory Archives: ଦେଶ ବିଦେଶ
ଇତିହାସରୁ ପ୍ରେରଣା ନେଇ ଭବିଷ୍ୟତର ଓଡ଼ିଶା ପାଇଁ ସେତୁବନ୍ଧ ତିଆରି କରିବା – ଧର୍ମେନ୍ଦ୍ର ପ୍ରଧାନ
ଇତିହାସ ହେଉଛି ଭବିଷ୍ୟତ ପଥରେ ଆଗକୁ ବଢ଼ିବାର ଏକ ଦର୍ପଣ ; ତେଣୁ କଳିଙ୍ଗର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଓ ଗୌରବୋଜ୍ଜଳ ଅତୀତରୁ ପ୍ରେରଣା ନେଇ ଆମକୁ ଭବିଷ୍ୟତର ଓଡ଼ିଶା ଗଠନ ପାଇଁ ଏକ ସ୍ୱତନ୍ତ୍ର ସେତୁବନ୍ଧ ନିର୍ମାଣ କରିବାକୁ ହେବ ବୋଲି ରବିବାର ତାମିଲନାଡୁର ସାଂସ୍କୃତିକ ପ୍ରାଣକେନ୍ଦ୍ର ଚେନ୍ନାଇ ଠାରେ ‘ଉତ୍କଳ ଆସୋସିଏସନ ଅଫ୍ ମାଡ୍ରାସ’ର ୯୦ତମ ଉତ୍କଳ ଦିବସ ସମାରୋହ ଓ ବାର୍ଷିକ ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର […]
Continue readingପୁଣି ଥରେ ସମ୍ପୂର୍ଣ୍ଣ ଭାବେ ଖୋଲିପାରେ ‘ହର୍ମୁଜ ପ୍ରଣାଳୀ,ଇରାନ ପକ୍ଷରୁ ମିଳିଲା ସୂଚନା
ଗତ କିଛି ମାସ ଧରି ଚାଲିଥିବା ଯୁଦ୍ଧ, ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ଆଞ୍ଚଳିକ ଅଶାନ୍ତି ମଧ୍ୟରେ ବିଶ୍ୱବାସୀଙ୍କ ପାଇଁ ଏକ ବଡ଼ ଆଶ୍ଵାସନାଜନକ ଖବର ସାମ୍ନାକୁ ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତି ହେବାର ସମ୍ଭାବନା ରହିଛି। ତେଣୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ‘ହର୍ମୁଜ ପ୍ରଣାଳୀ’ (Strait of Hormuz) ପୁଣି ଥରେ ସମ୍ପୂର୍ଣ୍ଣ ଭାବେ ଖୋଲିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ସବୁଠାରୁ ବଡ଼କଥା ହେଲା ଇରାନ ପକ୍ଷରୁ […]
Continue readingଆସନ୍ତା କଲା ଠୁ ଆରମ୍ଭ ହେବ ‘ନୌତପା’
ଭୀଷଣ ଗ୍ରୀଷ୍ମ ପ୍ରବାହ ଲଗାତାର ଜାରି ରହିଛି। ଦେଶରେ ରବିବାର ସର୍ବାଧିକ ତାପମାତ୍ରା ୪୩.୭ ଡିଗ୍ରି ଓ ସର୍ବନିମ୍ନ ୨୭ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ୨୫ ମେ ସୋମବାର ସୂର୍ଯ୍ୟ ରୋହିଣୀ ନକ୍ଷତ୍ରକୁ ପ୍ରବେଶ ସହ ‘ନୌତପା’ ଆରମ୍ଭ ହେବ, ଫଳରେ ଗ୍ରୀଷ୍ମରେ ତାପମାତ୍ରା ବଢିବ। ତେବେ ଭାରତୀୟ ପାଣିପାଗ ବିଜ୍ଞାନବିଭାଗଙ୍କ ପୂର୍ବାନୁମାନ ଅନୁସାରେ ଏହି ସମୟରେ ଦେଶର ସର୍ବାଧିକ ତାପମାତ୍ରା ୪୬ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚି ପାରେ। ହେଲେ ଏବେ ଭୀଷଣ ତାତି […]
Continue readingରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ଶିଳ୍ପାୟନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
ଛୁଟି ଦିନରେ ଅଫିସ କାର୍ଯ୍ୟ କଲେ ମୁଖ୍ୟମନ୍ତ୍ରୀ । ଆଇନ ଶୃଙ୍ଖଳା ପରିସ୍ଥିତି, ଶିଳ୍ପାୟନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚତୁର୍ଥ ଶନିବାର ଛୁଟି ଦିନରେ ଖାରବେଳ ଭବନରେ ଅଫିସ କାର୍ଯ୍ୟ କରିବା ସହିତ ଉଚ୍ଚ ପଦାଧିକାରୀ ମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ସରକାରଙ୍କ ପ୍ରତିଶ୍ରୁତି ପାଳନ, ଯୋଜନାର କ୍ରିୟାନ୍ଵୟନ, ଶିଳ୍ପାୟନ ପ୍ରକ୍ରିୟା, ନିଯୁକ୍ତି […]
Continue readingନିଟ୍ ପରୀକ୍ଷା ପ୍ରକ୍ରିୟାରେ ତ୍ରୁଟି ହୋଇଥିବା ସ୍ୱୀକାର କରିବା ସହ ୨୨ ଲକ୍ଷ ପରୀକ୍ଷାର୍ଥୀଙ୍କ ମାନସିକ ଚିନ୍ତା ପାଇଁ ନିଜକୁ ଦାୟୀ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନିଟ୍ ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ନେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପରୀକ୍ଷା ପ୍ରକ୍ରିୟାରେ ତ୍ରୁଟି ହୋଇଥିବା ସ୍ୱୀକାର କରିବା ସହ ୨୨ ଲକ୍ଷ ପରୀକ୍ଷାର୍ଥୀଙ୍କ ମାନସିକ ଚିନ୍ତା ପାଇଁ ସେ ନିଜକୁ ଦାୟୀ କରିଛନ୍ତି। ନିଟ୍ ପରୀକ୍ଷା ପ୍ରକ୍ରିୟାରେ ସାଲିସ୍ କରାଯାଇଥିଲା। ଆସନ୍ତା ଜୁନ୍ ୨୧ ରେ ହେବାକୁ ଥିବା ପୁନଃ ପରୀକ୍ଷା ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ହେବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଧର୍ମେନ୍ଦ୍ର। ‘ଜାଗରଣ ଭାରତ ଏଜୁକେସନ କନକ୍ଲେଭ୍ ୨୦୨୬’ ର ଷଷ୍ଠ […]
Continue readingବିଶ୍ବର ସମସ୍ତ ୫୦ ଉତ୍ତପ୍ତ ସହର ତାଲିକାରେ ଭାରତ,୪୫ ଡିଗ୍ରି ତାପମାତ୍ରା ସହିତ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ପାଲଟିଛି
ଭାରତ ଏବେ ଉତ୍ତପ୍ତ ପିଣ୍ଡୁଳା ପାଲଟିଛି। ଅତି ଭୀଷଣ ହିଟ୍ୱେଭ୍ ଯୋଗୁଁ ଭାରତର ଉତ୍ତର, କେନ୍ଦ୍ର ଓ ପୂର୍ବ ଭାଗରେ ତାପମାତ୍ରା ମଧ୍ୟାହ୍ନ ପୂର୍ବରୁ ୪୦ ଡିଗ୍ରି ପାର୍ କରି ଯାଉଛି। ବାୟୁ ଗୁଣବତ୍ତା ଓ ପାଣିପାଗ ଟ୍ରାକର ଏକ୍ୟୁଆଇ.ଇନ୍ ଅନୁଯାୟୀ, ଶୁକ୍ରବାର ସକାଳେ ବିଶ୍ବର ସମସ୍ତ ୫୦ ଉତ୍ତପ୍ତ ସହର ତାଲିକାରେ ଭାରତୀୟ ସହର ରହିଥିଲା। ୪୫ ଡିଗ୍ରି ତାପମାତ୍ରା ସହିତ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ବିଶ୍ୱ ତାପମାତ୍ରା ଚାର୍ଟର ଶୀର୍ଷରେ ବଲାଙ୍ଗୀର […]
Continue readingରାଜ୍ୟରେ ଅଟକ ରଖାଯାଇଥିବା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଆଉ କୋର୍ଟରେ ହାଜର କରାଯିବ ନାହିଁ,BSF ହାତରେ ହସ୍ତାନ୍ତର କରାଯିବ,
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଲେ ପଶ୍ଚିମବଙ୍ଗ ସରକାର। ରାଜ୍ୟରେ ଅଟକ ରଖାଯାଇଥିବା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଆଉ କୋର୍ଟରେ ହାଜର କରାଯିବ ନାହିଁ। ଏହା ବଦଳରେ ସେମାନଙ୍କୁ ସିଧାସଳଖ ସୀମା ସୁରକ୍ଷା ବଳ (BSF) ହାତରେ ହସ୍ତାନ୍ତର କରାଯିବ, ଯଦ୍ଦ୍ୱାରା ସେମାନଙ୍କୁ ତୁରନ୍ତ ସ୍ୱଦେଶ ଫେରାଇ ଦିଆଯାଇପାରିବ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି।ମେ ୨୦ ରୁ ଲାଗୁ ହେଲା ନୂଆ ନିୟମମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗର ନୂଆ ବିଜେପି […]
Continue readingମାତୃଭାଷାରେ ଜ୍ଞାନ ଆହରଣ ଅଧିକ ସରଳ ଓ ପ୍ରଭାବଶାଳୀ – ଧର୍ମେନ୍ଦ୍ର ପ୍ରଧାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ସରକାର ସ୍କୁଲ ଶିକ୍ଷାରେ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ, ପୋଷଣ, ଦକ୍ଷତା ବିକାଶ ଏବଂ କ୍ରୀଡ଼ା ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି । ତେବେ ସାମ୍ପ୍ରତିକ ସମୟରେ ଷ୍ଟେମ(ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ମାଥମେଟିକ୍ସ) ଶିକ୍ଷାରେ ଦେଶର ଝିଅମାନଙ୍କର ବଢୁଥିବା ସହଭାଗିତା ଆଜି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏକ ପ୍ରମୁଖ ଶକ୍ତି ପାଲଟିଛି ବୋଲି ଆଜି ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର […]
Continue readingପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ,ଟାର୍ଗେଟ୍ ୬୦୦ ସିଟ୍
ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ । ଏଥର ନିର୍ବାଚନରେ ୬୦୦ ଜିଲ୍ଲାପରିଷଦ ଆସନ ଜିତିବାକୁ କେନ୍ଦ୍ର ନେତୃତ୍ବ ରାଜ୍ୟ ବିଜେପିକୁ ଟାର୍ଗେଟ ଦେବାପରେ ରାଜ୍ୟ ନେତୃତ୍ବ ଚଳଚଞ୍ଚଳ । କାରଣ ସରକାରକୁ ଆସିବା ପରେ ବିଜେପି ପାଇଁ ଏହା ବଡ ଚ୍ୟାଲେଞ୍ଜ ହେବାକୁ ଯାଉଛି । ସେଥିପାଇଁ ସଂସଦୀୟ କ୍ଷେତ୍ରରେ ପଂଚାୟତ ସ୍ତରର ଅଭିଯୋଗ ଶୁଣାଣି ପାଇଁ ସଂସଦୀୟ କମିଟି ଗଠନ କରାଯାଇଛି | ଯେଉଁଥିରେ ବିଧାୟକ, ହାରିଥିବା ବିଧାୟକ ପ୍ରାର୍ଥୀ, […]
Continue reading









