ବିବାହିତ ଝିଅମାନେ ମଧ୍ୟ ଆଇନଗତ ଭାବେ ଅନୁକମ୍ପାମୂଳକ ନିଯୁକ୍ତି ପାଇପାରିବେ

ବିବାହିତ ଝିଅମାନେ ମଧ୍ୟ ଆଇନଗତ ଭାବେ ଅନୁକମ୍ପାମୂଳକ ନିଯୁକ୍ତି ପାଇପାରିବେ

ଓଡ଼ିଶା ଉଚ୍ଚ ନ୍ୟାୟାଳୟ (ହାଇକୋର୍ଟ) ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଶଂସନୀୟ ରାୟ ଶୁଣାଇଛନ୍ତି, ଯାହା ସମାଜରେ ଲିଙ୍ଗଗତ ସମାନତା ଏବଂ ମହିଳାମାନଙ୍କ ଅଧିକାରକୁ ଆହୁରି ସୁଦୃଢ଼ କରିଛି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କେବଳ ବିବାହିତ ହୋଇଥିବା କାରଣରୁ ଜଣେ ଝିଅକୁ ତାର ସ୍ୱର୍ଗତ ପିତା କିମ୍ବା ମାତାଙ୍କ ବଦଳରେ ମିଳୁଥିବା ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିତ କରାଯାଇପାରିବ ନାହିଁ। ପୁଅମାନଙ୍କ ଭଳି ବିବାହିତ ଝିଅମାନେ ମଧ୍ୟ ଆଇନଗତ ଭାବେ ଏହି ନିଯୁକ୍ତି ପାଇବାକୁ ସମ୍ପୂର୍ଣ୍ଣ ହକ୍ଦାର। […]

Continue reading →
ଓଡ଼ିଶା ପାଇଁ ଗୌରବ ,ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ୩ ଓଡ଼ିଆ

ଓଡ଼ିଶା ପାଇଁ ଗୌରବ ,ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ୩ ଓଡ଼ିଆ

ଓଡ଼ିଶାର ମାଟି ଓ ସଂସ୍କୃତି ପାଇଁ ପୁଣି ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହୋଇଛି। କଳା, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ନିଜର ଅତୁଳନୀୟ ଅବଦାନ ପାଇଁ ଓଡ଼ିଶାର ୩ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଓଡ଼ିଆ ପ୍ରତିଭାମାନଙ୍କୁ ସେମାନଙ୍କର ସାଧନା ପାଇଁ ସମ୍ମାନିତ କରିଛନ୍ତି। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ […]

Continue reading →
ଲକ୍ଷ୍ନୌ ଅଗ୍ନିକାଣ୍ଡରୁ ଓଡ଼ିଶା କି ଶିକ୍ଷା ନେବ?

ଲକ୍ଷ୍ନୌ ଅଗ୍ନିକାଣ୍ଡରୁ ଓଡ଼ିଶା କି ଶିକ୍ଷା ନେବ?

ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଆସିଥିବା ଏକ ହୃଦୟବିଦାରକ ଖବର ସାରା ଦେଶକୁ ଆନ୍ଦୋଳିତ କରିଛି। ଏକ ବହୁତଳ ସେଣ୍ଟରରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ୧୪ ଜଣ କୋମଳମତି ଛାତ୍ରଛାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହି ବଡ଼ ଅଘଟଣ ପରେ ଏବେ ଓଡ଼ିଶାରେ ମଧ୍ୟ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଏବଂ ସମ୍ବଲପୁର ଭଳି ପ୍ରମୁଖ ସହରରେ ଚାଲିଥିବା ଶତାଧିକ କୋଚିଂ ସେଣ୍ଟର, ଘରୋଇ ହଷ୍ଟେଲ ଓ […]

Continue reading →
ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ କେନ୍ଦୁଝର ଜିଲ୍ଲାର ୫ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ପୁଣି ଥରେ ରାଜ୍ୟର ଦାଦନ ସମସ୍ୟାକୁ ଚର୍ଚ୍ଚାର ପରିସରକୁ ଆଣିଛି। ପେଟର ଜ୍ୱାଳା ଲିଭାଇବା ପାଇଁ ହଜାର ହଜାର କିଲୋମିଟର ଦୂରକୁ ଯାଇ ଅସୁରକ୍ଷିତ ପରିବେଶରେ କାମ କରୁଥିବା ଏହି ଶ୍ରମିକମାନଙ୍କ ସୁରକ୍ଷା ଏବଂ ସେମାନଙ୍କୁ ନିଜ ଜିଲ୍ଲାରେ କାମ ଯୋଗାଇଦେବା ଏବେ ସବୁଠାରୁ ବଡ଼ ଆହ୍ୱାନ। ଏଭଳି ଅଭାବନୀୟ ଘଟଣାକୁ ରୋକିବା ଏବଂ ସ୍ଥାନୀୟ ସ୍ତରରେ ନିଯୁକ୍ତି ସୃଷ୍ଟି କରିବା […]

Continue reading →
ଦୁର୍ଘଟଣାର ଶିକାର ହେବା ପରେ  ନିଟ୍ ପରୀକ୍ଷା ଦେଲେ ଛାତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଦେଶ କ୍ରମେ ହେଲା ସ୍ବତନ୍ତ୍ର ବ୍ୟବସ୍ଥା

ଦୁର୍ଘଟଣାର ଶିକାର ହେବା ପରେ ନିଟ୍ ପରୀକ୍ଷା ଦେଲେ ଛାତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଦେଶ କ୍ରମେ ହେଲା ସ୍ବତନ୍ତ୍ର ବ୍ୟବସ୍ଥା

NEET ପେପର ଲିକ୍ ପରେ ଜୁନ୍ ୨୧ରେ ପୁନଃ ନିଟ୍ ପରୀକ୍ଷା ହୋଇଛି । ଏହାରି ଭିତରେ ଜଣେ ଛାତ୍ରୀଙ୍କ ରୋଚକ କାହାଣୀ ସାମନାକୁ ଆସିଛି । ଛାତ୍ରୀ ଜଣକ ବଡ଼ ଦୁର୍ଘଟଣାର ଶିକାର ହେବା ପରେ ବି ହାର ନ ମାନି ନିଟ୍ ପରୀକ୍ଷା ଦେବାକୁ ଆସିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଏହି ଛାତ୍ରୀଙ୍କ ନିବେଦନକୁ ଗ୍ରହଣ କରିଥିଲେ ଏବଂ ଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରରେ ଅଲଗା ରୁମ୍ ବ୍ୟବସ୍ଥା […]

Continue reading →
୧୨ତମ ‘ଆନ୍ତର୍ଜାତୀୟ ଯୋଗ ଦିବସ’ ନିରୋଗ ଜୀବନର ଚାବିକାଠି ‘ଯୋଗ’

୧୨ତମ ‘ଆନ୍ତର୍ଜାତୀୟ ଯୋଗ ଦିବସ’ ନିରୋଗ ଜୀବନର ଚାବିକାଠି ‘ଯୋଗ’

ଯୋଗ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ, ବରଂ ଏହା ମନ, ଶରୀର ଏବଂ ଆତ୍ମାକୁ ଯୋଡ଼ିବାର ଏକ ସାଧନା। ଆଧୁନିକ ଜୀବନଶୈଳୀରେ ବ୍ୟସ୍ତତା ଏବଂ ମାନସିକ ଚାପ ମଧ୍ୟରେ ସୁସ୍ଥ ରହିବା ପାଇଁ ଯୋଗ ସବୁଠାରୁ ସହଜ ଓ ପ୍ରଭାବଶାଳୀ ମାଧ୍ୟମ। ନିୟମିତ ଯୋଗ କରିବା ଦ୍ୱାରା ଆମକୁ କେଉଁ ସବୁ ମୁଖ୍ୟ ଲାଭ ମିଳିଥାଏ, ଆସନ୍ତୁ ଜାଣିବା: ଯୋଗ ବିଶେଷ କରି ମଧୁମେହ (Diabetes) ରୋଗୀଙ୍କ ପାଇଁ ଏକ ମହୌଷଧି ସଦୃଶ। କିଛି ନିର୍ଦ୍ଦିଷ୍ଟ […]

Continue reading →
ସରିଲା ନିଟ୍-ୟୁଜି ପୁନଃ ପରୀକ୍ଷା, ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଡାକ୍ତର ହେବାର ସ୍ୱପନ ଓଏମଆର ସିଟ୍ ରେ ବନ୍ଦ

ସରିଲା ନିଟ୍-ୟୁଜି ପୁନଃ ପରୀକ୍ଷା, ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଡାକ୍ତର ହେବାର ସ୍ୱପନ ଓଏମଆର ସିଟ୍ ରେ ବନ୍ଦ

ଡାକ୍ତରୀ ପାଠ୍ୟକ୍ରମରେ ଆଡମିସନ ସହ ଜଡ଼ିତ ନିଟ୍-ୟୁଜି ପୁନଃ ପରୀକ୍ଷା ସାରା ଦେଶରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହା ସହିତ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଡାକ୍ତର ହେବାର ସ୍ୱପନ ଅପ୍ଟିକାଲ ମାର୍କ ରିକଗ୍ନିଶନ (ଓଏମଆର) ସିଟ୍ ରେ ବନ୍ଦ ହୋଇଛି। ଏହି ପରୀକ୍ଷା ପେନ-ପେପର ଏବଂ ଓଏମଆର ମାଧ୍ୟମରେ ହୋଇଛି। ତେବେ ଆାଗାମୀ ବର୍ଷରୁ ଏହି ପରୀକ୍ଷା କମ୍ପ୍ୟୁଟର ବେସଡ୍ (ସବିଟି) କରାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ନିଟ୍-ୟୁଜୀ ପରୀକ୍ଷା ଗତ ମେ ୩ […]

Continue reading →
ଭାରତୀୟ ନୌସେନାରେ ସାମିଲ ହେଲା ୩ ଯୁଦ୍ଧ ଜାହାଜ,INS ଅଗ୍ରୟ, INS ସଂଶୋଧନ ଏବଂ INS ଦୁନାଗିରିକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭାରତୀୟ ନୌସେନାରେ ସାମିଲ ହେଲା ୩ ଯୁଦ୍ଧ ଜାହାଜ,INS ଅଗ୍ରୟ, INS ସଂଶୋଧନ ଏବଂ INS ଦୁନାଗିରିକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭାରତୀୟ ନୌସେନାରେ ସାମିଲ ହେଲା ୩ ଯୁଦ୍ଧ ଜାହାଜ । INS ଅଗ୍ରୟ, INS ସଂଶୋଧନ ଏବଂ INS ଦୁନାଗିରିକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯାହା ଭାରତୀୟ ନୌସେନାର କାର୍ଯ୍ୟକ୍ଷମ କ୍ଷମତାକୁ ଆହୁରି ମଜବୁତ କରିବ । ପ୍ରଧାନମନ୍ତ୍ରୀ ମୋଦି କୋଲକାତାର ଏକ ବନ୍ଦରରେ କମିଶନିଂ ଉତ୍ସବରେ ଯୋଗ ଦେଇଛନ୍ତି । ଭାରତୀୟ ନୌସେନା ଅଧିକାରୀଙ୍କ ଉପସ୍ଥିତିରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ନୌସେନାରେ ସ୍ୱଦେଶୀ ଭାବରେ ଡିଜାଇନ୍ ଏବଂ ନିର୍ମିତ […]

Continue reading →
ଯୁଦ୍ଧର ହେଲା ଅନ୍ତ , ଆମେରିକା-ଇରାନ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ

ଯୁଦ୍ଧର ହେଲା ଅନ୍ତ , ଆମେରିକା-ଇରାନ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ

ଯୁଦ୍ଧର ହେଲା ଅନ୍ତ । ଆମେରିକା-ଇରାନ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ। ଯୁଦ୍ଧ ଶେଷ କରିବା ପାଇଁ ଚୁକ୍ତି ସ୍ବାକ୍ଷର କଲେ ଉଭୟ ଦେଶ। ଚୁକ୍ତିନାମାରେ ସ୍ବାକ୍ଷର କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ପେଜେସ୍କିଆନ। ଫ୍ରାନ୍ସର ଭର୍ସାଇଲ୍ସଠାରେ ରାତ୍ରୀ ଭୋଜନ ସମୟରେ ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ବ୍ୟକ୍ତିଗତ ଭାବେ ସ୍ୱାକ୍ଷର କରିଥିବା ନେଇ ସୂଚନା ରହିଛି। ଉଭୟ ଦେଶ ସେମାନଙ୍କର ସାମରିକ କାର୍ଯ୍ୟକଳାପ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଫଳରେ ବନ୍ଦ ହୋଇଥିବା ହର୍ମୁଜ୍ ପ୍ରଣାଳୀ […]

Continue reading →
ଭାରତୀୟ ସେନାରେ ସାମିଲ ହେଲା ଅଗ୍ନିବେଗ’ କାମିକାଜେ ଡ୍ରୋନ୍ ସାମିଲ

ଭାରତୀୟ ସେନାରେ ସାମିଲ ହେଲା ଅଗ୍ନିବେଗ’ କାମିକାଜେ ଡ୍ରୋନ୍ ସାମିଲ

ନିକଟରେ ଆମେରିକା-ଇରାନ ଏବଂ ରୁଷ-ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧରେ କାମିକାଜେ ଡ୍ରୋନ୍ଗୁଡ଼ିକ ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛନ୍ତି। ଏଗୁଡ଼ିକ ସଠିକ୍ ଲକ୍ଷ୍ୟଭେଦ କରିବା ସହ ନିର୍ମାଣ ଖର୍ଚ୍ଚ ମଧ୍ୟ ବହୁତ କମ୍। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ନିକଟରେ ନିଜ ଅସ୍ତ୍ରଭଣ୍ଡାରରେ ୧୦୬ଟି ‘ଅଗ୍ନିବେଗ’ (Agniveg) ଟର୍ବୋଜେଟ୍ ଚାଳିତ କାମିକାଜେ ଡ୍ରୋନ୍ ସାମିଲ କରିଛି। ଭାରତୀୟ ବାୟୁସେନା ମଧ୍ୟ ସ୍ୱଦେଶୀ ଜ୍ଞାନକୌଶଳରେ ଏହିଭଳି ଅସ୍ତ୍ରଶସ୍ତ୍ର ଉତ୍ପାଦନ ଦିଗରେ ପଦକ୍ଷେପ ନେଉଛି, ଯାହା Loitering munitions ଉପରେ […]

Continue reading →