ବିଶ୍ୱ ରାଜନୀତିର ମଞ୍ଚରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ଲୋକପ୍ରିୟତା ଆଜି ସବୁଠାରୁ ଶୀର୍ଷରେ ପହଞ୍ଚିଛି। ବିଭିନ୍ନ ଆନ୍ତର୍ଜାତୀୟ ମଞ୍ଚରେ ମୋଦୀ ଏବଂ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସାକ୍ଷାତକାର, ଗମ୍ଭୀର ଆଲୋଚନା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଚରଣ ଆଜି ଦୁଇ ଦେଶର କୂଟନୈତିକ ସମ୍ପର୍କକୁ ଏକ ନୂଆ ଏବଂ ସୁଦୃଢ଼ ଉଚ୍ଚତାକୁ ନେଇଯାଇଛି। ମୋଦୀ ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ବିଦେଶ ନୀତି ଯୋଗୁଁ ଆଜି ଭାରତର ଭାବମୂର୍ତ୍ତି ସମଗ୍ର ବିଶ୍ୱରେ ଉଜ୍ଜ୍ୱଳ ହେବାରେ ଲାଗିଛି, ଯାହା […]
Continue readingCategory Archives: ଦେଶ ବିଦେଶ
ଏବେ ସୁରକ୍ଷିତ ହେବ ‘ଚିକେନ୍ସ୍ ନେକ୍’
ଭାରତର ପୂର୍ବୋତ୍ତର ରାଜ୍ୟଗୁଡ଼ିକୁ ସାରା ଦେଶ ସହ ଯୋଡୁଥିବା ପଶ୍ଚିମବଙ୍ଗର ସିଲିଗୁଡ଼ି କରିଡର ବା ‘ଚିକେନ୍ସ୍ ନେକ୍’କୁ ନେଇ ଚାଲିଥିବା ଦୀର୍ଘ ଦିନର ପ୍ରତିରକ୍ଷା ଚିନ୍ତା ଏବେ ଦୂର ହେବାକୁ ଯାଉଛି। ଚୀନ୍ ପକ୍ଷରୁ ସୃଷ୍ଟି ହେଉଥିବା ସାମରିକ ବିପଦକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଶେଷରେ ପ୍ରାୟ ୧୨୦ ଏକର ଜମି କେନ୍ଦ୍ରୀୟ ପ୍ରତିରକ୍ଷା ଓ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହସ୍ତାନ୍ତର କରିଛନ୍ତି। ମାତ୍ର ୨୦ ରୁ ୨୨ କିଲୋମିଟର ଓସାର ବିଶିଷ୍ଟ ଏହି ସଂକୀର୍ଣ୍ଣ ମାର୍ଗ […]
Continue readingଶିକ୍ଷା କାର୍ଯ୍ୟକ୍ରମରେ ପ୍ରବେଶ ପାଇଁ ଏନ୍ସିଇଆରଟିର ଅନଲାଇନ୍ ଆବେଦନ ଆରମ୍ଭ
ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆରଟି), ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାରଙ୍କ ଅଧୀନସ୍ଥ ଏକ ସ୍ୱୟଂଶାସିତ ସଂସ୍ଥା, ଯାହା ୧୯୬୧ ମସିହାରେ ସ୍କୁଲ ଶିକ୍ଷା ଓ ଶିକ୍ଷକ ଶିକ୍ଷାର ଗୁଣବତ୍ତା ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ ଓ ପରାମର୍ଶ ପ୍ରଦାନ କରିବା ଉଦ୍ଦେଶ୍ୟରେ ସ୍ଥାପିତ ହୋଇଥିଲା। ଦେଶର ବିଭିନ୍ନ ପ୍ରାନ୍ତରେ ଅବସ୍ଥିତ ଏନ୍ସିଇଆରଟିର ନଅଟି ଏକକ- ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଅଜମେର, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ,ଭୋପାଳ, ଆଞ୍ଚଳିକ ଶିକ୍ଷା […]
Continue readingନିଟ୍-ୟୁଜି ୨୦୨୬ : ପୁନର୍ବାର ହେବାକୁ ଯାଉଥିବା ଏହି ପ୍ରବେଶିକା ପରୀକ୍ଷା ପ୍ରସ୍ତୁତିକୁ ନେଇ ସମୀକ୍ଷା କଲେକେନ୍ଦ୍ର ଶିକ୍ଷାମନ୍ତ୍ରୀ
ଅଣ୍ଡର ଗ୍ରାଜୁଏଟ୍ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ୨୦୨୬କୁ ପୁନଃ ଆୟୋଜନ କରାଯାଉଛି। ମେ’ ୩ରେ ହୋଇଥିବା ନିଟ୍-ୟୁଜି ୨୦୨୬କୁ ପ୍ରଶ୍ନପତ୍ର ପ୍ରଘଟ କାରଣରୁ ବାତିଲ କରାଯିବା ପରେ ଆସନ୍ତା ଜୁନ୍ ୨୧ରେ ଏହି ପରୀକ୍ଷା ପୁନର୍ବାର ହେବାକୁ ଯାଉଛି। ପୁନର୍ବାର ହେବାକୁ ଯାଉଥିବା ଏହି ପ୍ରବେଶିକା ପରୀକ୍ଷା ପ୍ରସ୍ତୁତିକୁ ମଙ୍ଗଳବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ ଟେଷ୍ଟିଂ […]
Continue readingଦେଶରେ ମହଜୁଦ ରହିଛି ପ୍ରଚୁର ସାର, ଖୁଚୁରା ମୂଲ୍ୟରେ ହୋଇନି ପରିବର୍ତ୍ତନ
ପଶ୍ଚିମ ଏସିଆର ବଦଳୁଥିବା ସ୍ଥିତି ବାବଦରେ ଭାରତ ସରକାର ନିୟମିତ ଅପଡେଟ୍ ମାଧ୍ୟମରେ ନାଗରିକମାନଙ୍କୁ ସୂଚିତ କରି ଆସୁଛନ୍ତି। ଏହିକ୍ରମରେ ଆଜି ନ୍ୟାସନାଲ ମିଡିଆ ସେଣ୍ଟରରେ ଏକ ଗଣମାଧ୍ୟମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଠାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ ଜାଳେଣିର ଉପଲବ୍ଧତା, ସାମୁଦ୍ରିକ କାର୍ଯ୍ୟକଳାପ ଏବଂ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସ୍ଥିରତା ବଜାୟ ରଖିବା ପାଇଁ ନିଆଯାଉଥିବା ପଦକ୍ଷେପ […]
Continue readingପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ
ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ପୁରୀ ଜିଲ୍ଲାର ବିଜେପି ବିଧାୟକ ମାନେ ମଧ୍ୟ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।ନିକଟରେ ୫ଟି ରାଜ୍ୟରେ ନିର୍ବାଚନ ହୋଇଥିବା ବେଳେ ତିନୋଟି ରାଜ୍ୟରେ ବିଜେପି ବିଜୟ ହାସଲ କରିଛି। ଏଣୁ ମହାପ୍ରଭୁଙ୍କର […]
Continue readingରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ପୋଲିସ ଡିଜିଙ୍କ ଚେତାବନୀ , ପେସାଦର ଅପରାଧୀଙ୍କୁ ଏଥର ଏନାକାଉଣ୍ଟର
ଡିଜିପିଙ୍କ ଚେତାବନୀ । ପେସାଦର ଅପରାଧୀଙ୍କୁ ଏଥର ଏନାକାଉଣ୍ଟର । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ପୋଲିସ ଡିଜି ଏପରି କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଅପରାଧକୁ ଜିରୋ ଟୋଲରେନ୍ସ। ଅପରାଧୀଙ୍କ ପାଇଁ ଓଡ଼ିଶାରେ ସ୍ଥାନ ନାହିଁ । ଅପରାଧ ଘଟାଇବା ପାଇଁ ଯେଉଁମାନେ ଚିନ୍ତା କରୁଛନ୍ତି ବ୍ରହ୍ମପୁର ଓ ସମ୍ବଲପୁର ଭଳି ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରୁହନ୍ତୁ। ଗତ ୫ ଦିନ ମଧ୍ୟରେ ସାରା ରାଜ୍ୟରେ ୧୭୭୧ ଜଣଙ୍କୁ NBW ଡ୍ରାଇଭ୍ […]
Continue readingକବିତା ସଂକଳନରେ ରହିଛି ଭଗବତ ସମର୍ପଣ ସହ ସାମାଜିକ ସମ୍ବେଦନଶୀଳତାର ସମନ୍ୱୟ – ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ଅସ୍ମିତାର ପେଣ୍ଠସ୍ଥଳ ପବିତ୍ର ପୁରୀ ମାଟିରେ ଆଜି ପବିତ୍ର ‘ସାବିତ୍ରୀ ଅମାବାସ୍ୟା’ ତିଥିରେ ବିଶିଷ୍ଟ କବି ତଥା ସ୍ତମ୍ଭକାର ଶ୍ରୀଯୁକ୍ତ କୃଷ୍ଣ ଜଗଦ୍ଦେବଙ୍କ ନୂତନ କବିତା ସଂକଳନ ‘କବିତା କୁସୁମାଞ୍ଜଳି’ ଆନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଯାଇଛି । ଏହି ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁସ୍ତକଟିକୁ ଉନ୍ମୋଚନ କରିବା ସହ କବି ଓ ପ୍ରକାଶକଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି । […]
Continue readingଭାରତରେ ୫ ବିଲିୟନ ଡଲାର ନିବେଶ କରିବ ୟୁଏଇ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁଏଇ ଗସ୍ତରେ ଅଛନ୍ତି। ସେ ଆବୁଧାବିରେ ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କୁ ଭେଟିଛନ୍ତି। ଏହି ଗସ୍ତ ସମୟରେ, ୟୁଏଇ ଭାରତରେ ୫ ବିଲିୟନ ଡଲାର ନିବେଶ ଘୋଷଣା କରିଛି। ଏହି ନିବେଶ ଭାରତୀୟ ଭିତ୍ତିଭୂମି, ଆରବିଏଲ୍ ବ୍ୟାଙ୍କ ଏବଂ ସମ୍ମାନ କ୍ୟାପିଟାଲରେ କରାଯିବ। ଭାରତ ଏବଂ ୟୁଏଇ ମଧ୍ୟରେ ଅନେକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି।ପ୍ରଧାନମନ୍ତ୍ରୀଙ୍କ ୟୁଏଇ ଗସ୍ତ ସମୟରେ ଅନେକ ବଡ଼ ଘୋଷଣା କରାଯାଇଥିଲା। ଭାରତ ଏବଂ […]
Continue readingନୂତନ ଇନୋଭେସନକୁ ପ୍ରୋତ୍ସାହନ ଦେଇ ଆଇଆଇଏମ ଶିକ୍ଷାକୁ ଆନ୍ତର୍ଜାତୀୟ ସ୍ତରରେ ଶୀର୍ଷରେ ପହଞ୍ଚାଇବା ପାଇଁ ଆହ୍ୱାନ
ଭାରତୀୟ ପରିଚାଳନା ପ୍ରତିଷ୍ଠାନ (IIM) ଗୁଡ଼ିକୁ ଆନ୍ତର୍ଜାତୀୟ ଶୀର୍ଷରେ ପହଞ୍ଚାଇବା ପାଇଁ ପାରମ୍ପରିକ ପାଠ୍ୟକ୍ରମ ବଦଳରେ ନୂତନ ଇନୋଭେସନ ଉପରେ ଗୁରୁତ୍ୱ ଦେବା ଜରୁରୀ। ଆଜିର ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱ ଅର୍ଥନୀତିରେ କୃତ୍ରିମ ବୁଦ୍ଧିମତା (AI), ଡାଟା ଆନାଲିଟିକ୍ସ ଏବଂ ସୃଜନଶୀଳ ଚିନ୍ତାଧାରାକୁ ଶିକ୍ଷାଦାନର ମୁଖ୍ୟ ଅଂଶ କରିବାକୁ ହେବ। ମେଧାବୀ ଛାତ୍ରଛାତ୍ରୀମାନେ ଯେପରି କେବଳ ଚାକିରି ପଛରେ ନଧାଇଁ ନୂତନ ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗୀକରଣ ମାଧ୍ୟମରେ ସମସ୍ୟାର ସମାଧାନ କରିପାରିବେ, ସେଥିପାଇଁ ଏକ ଅନୁକୂଳ ପରିବେଶ […]
Continue reading









