ଗତ ଦଶନ୍ଧି ମଧ୍ୟରେ ଗଲ୍ଫ ବା ଉପସାଗରୀୟ ଦେଶ ସହିତ ଭାରତର ସମ୍ପର୍କରେ ଏକ ଗଭୀର ପରିବର୍ତ୍ତନ ଆସିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ କୂଟନୀତିର ସ୍ପଷ୍ଟ ପ୍ରଭାବ ରହିଛି। 2014 ପରଠାରୁ ପଶ୍ଚିମ ଏସିଆରେ ନୂଆଦିଲ୍ଲୀକୁ ମିଳିଥିବା ଉପଲବ୍ଧି ଭାରତ-ଉପସାଗରୀୟ ସମ୍ପର୍କ ଇତିହାସରେ ଅତୁଳନୀୟ। ଏହି ସହଭାଗୀତା ହାଇଡ୍ରୋକାର୍ବନ ଏବଂ ଭାରତୀୟ ଶ୍ରମଶକ୍ତି ଉପରେ ପୂର୍ବ ନିର୍ଭରଶୀଳତାଠାରୁ ଢେର ଆଗକୁ ବଢ଼ିଛି। ଏହା ଏକ ଅଧିକ ବିଶ୍ୱସନୀୟ, ଢାଞ୍ଚାଗତ ଏବଂ ରାଜନୈତିକ ଭାବରେ ଆତ୍ମବିଶ୍ୱାସୀ ସମ୍ପର୍କରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜିସିସି (ଗଲ୍ଫ କର୍ପୋରେସନ କାଉନସିଲ) ଦେଶଗୁଡ଼ିକୁ 15 ଥର ଗସ୍ତ, ଯେକୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସର୍ବାଧିକ। ଏପରି ଏକ ସଦ୍ଭାବନା […]
Continue readingCategory Archives: ଦେଶ ବିଦେଶ
ବରଗଡ଼ ରୋଡ୍ -ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ଜାରି ରହିଛି: ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ
ବରଗଡ଼ ରୋଡ୍ -ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନକୁ ‘ସ୍ୱତନ୍ତ୍ର ରେଳ ପ୍ରକଳ୍ପ’ ଭାବେ ବିଜ୍ଞପିତ କରାଯାଇଛି ଏବଂ ଏହି ପ୍ରକଳ୍ପ ଲାଗି ଦ୍ରୁତ ଗତିରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ ସୂଚନା ଦେଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ବରଗଡ଼ ଏବଂ ନୂଆପଡ଼ାରେ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ (ସିଏଏଲଏ)ଙ୍କୁ ନିଯୁକ୍ତ କରାଯାଇଛି। 73ଟି ଗ୍ରାମରେ ଜମି ଅଧିଗ୍ରହଣ […]
Continue readingଭାରତୀୟ ମୂଲ୍ୟବୋଧ ଆଧାରରେ ଯୋଗ୍ୟ ନେତୃତ୍ୱ ତିଆରି କରିବା – ଧର୍ମେନ୍ଦ୍ର ପ୍ରଧାନ
ବର୍ତ୍ତମାନ ସମୟରେ ଦୁନିଆର ସବୁଠାରୁ ବଡ଼ ସମସ୍ୟା ହେଉଛି ଯୋଗ୍ୟ ନେତୃତ୍ୱ ବା ଲିଡରସିପ । ଯିଏ ଠିକ୍ ସମୟରେ ଉଚିତ ନିର୍ଣ୍ଣୟ ନେଇପାରେ, ସେ ହିଁ ପ୍ରକୃତ ଲିଡର । ତେଣୁ ଭାରତୀୟ ମୂଲ୍ୟବୋଧ ଆଧାରରେ ଯୋଗ୍ୟ ନେତୃତ୍ୱମାନଙ୍କୁ ତିଆରି କରିବା ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଦରକାର ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଇଣ୍ଡିଆ ଫାଉଣ୍ଡେସନ୍ ଏବଂ ବେଷ୍ଟ ଇନୋଭେସନ୍ ୟୁନିଭର୍ସିଟି ଦ୍ୱାରା ପ୍ରତିଷ୍ଠିତ ‘ସ୍କୁଲ୍ ଅଫ୍ ଗ୍ଲୋବାଲ୍ ଲିଡରସିପ୍’ର ଶୁଭାରମ୍ଭ କରିବା ଅବସରରେ […]
Continue readingବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍’ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ସ୍ୱାୟତ୍ତତା ପ୍ରଦାନ କରିବା ସହ ସଶକ୍ତ କରିବ – ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଲୋକସଭାରେ ‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ – ୨୦୨୫’ ଉପସ୍ଥାପନ କରିବା ପରେ ଆଜି ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ବିଳନୀକୁ ସମ୍ବୋଧିତ କରିଛନ୍ତି । ସେ ଏହି ବିଲ୍ ଉପରେ କହିଛନ୍ତି, ଦେଶରେ ଶିକ୍ଷା କ୍ଷେତ୍ରରେ ଅନେକ ସଂସ୍କାର ଅଣାଯାଉଥିବା ବେଳେ ‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ – ୨୦୨୫’ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ସ୍ୱାୟତ୍ତତା ପ୍ରଦାନ କରିବା ସହ ସଶକ୍ତ କରିବ । […]
Continue readingଏପ୍ରିଲ ୨୦୨୫ ପରଠାରୁ ବେକାରୀ ହାର ସର୍ବନିମ୍ନ ସ୍ତରରେ ପହଞ୍ଚିଛି
ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ (ଏମଓଏସପିଆଇ) ଅଧୀନରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଦ୍ୱାରା ପରିଚାଳିତ ସାମୟିକ ଶ୍ରମ ବଳ ସର୍ଭେ (ପିଏଲଏଫଏସ), ଜନସଂଖ୍ୟାର କାର୍ଯ୍ୟକଳାପ ଅଂଶଗ୍ରହଣ ଏବଂ ନିଯୁକ୍ତି-ବେକାରୀ ସ୍ଥିତି ଉପରେ ତଥ୍ୟର ପ୍ରମୁଖ ଉତ୍ସ। ଦେଶ ପାଇଁ ଶ୍ରମ ଶକ୍ତି ସୂଚକଗୁଡ଼ିକର ମାସିକ ଏବଂ ତ୍ରୈମାସିକ ଆକଳନ ପ୍ରଦାନ କରିବା ପାଇଁ ପିଏଲଏଫଏସ ସର୍ଭେ ପଦ୍ଧତିକୁ ଜାନୁଆରୀ ୨୦୨୫ରୁ ସଂଶୋଧିତ କରାଯାଇଛି। ଏନଏସଓ, ଏମଓଏସପିଆଇ ଦ୍ୱାରା ପରିଚାଳିତ ସାମୟିକ ଶ୍ରମ ବଳ ସର୍ଭେ […]
Continue readingଭାରତୀୟ ରେଳବାଇର ସାର ଲୋଡିଂରେ ୧୧.୭% ବୃଦ୍ଧି, ଚାଷୀଙ୍କୁ ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ
ଭାରତୀୟ ରେଳବାଇ ଭାରତର କୃଷି ଅର୍ଥନୀତିକୁ ସମର୍ଥନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏହା ଦେଶବ୍ୟାପୀ ସାରର ସୁଗମ ଏବଂ ସମୟୋଚିତ ପରିବହନ ସୁନିଶ୍ଚିତ କରେ । ଚଳିତ ବର୍ଷ ନଭେମ୍ବର ୩୦ ସୁଦ୍ଧା ସାର ଲୋଡିଂ ୧୭,୧୬୮ ରେକରେ ପହଞ୍ଚିଛି । ଗତ ବର୍ଷର ସମାନ ସମୟରେ ୧୫,୩୬୯ ରେକ ତୁଳନାରେ ଏହା ୧୧.୭ ପ୍ରତିଶତ ବୃଦ୍ଧି ପାଇଛି । ଏହି ବୃଦ୍ଧି ରେଳ ନେଟୱାର୍କର ଦକ୍ଷ ପରିଚାଳନାକୁ ଦର୍ଶାଉଛି । କୃଷି […]
Continue readingବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025 ଉପସ୍ଥାପନ କଲେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025 ଆଗତ କରିଛନ୍ତି। ଏହି ବିଲ୍ର ଉଦ୍ଦେଶ୍ୟ ହେଉଛି ପ୍ରଭାବଶାଳୀ ସମନ୍ୱୟ ଏବଂ ମାନଦଣ୍ଡ ନିର୍ଦ୍ଧାରଣ ମାଧ୍ୟମରେ ଭାରତର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ଉତ୍କର୍ଷତା ହାସଲ କରିବାକୁ ସଶକ୍ତ କରିବା। ଜାତୀୟ ଶିକ୍ଷା ନୀତି 2020ରେ ଦେଶର ଉଚ୍ଚ ଶିକ୍ଷା ନିୟାମକ ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଲାଗି ବ୍ୟବସ୍ଥା ରହିଛି। ଏନଇପିର ଅଧ୍ୟକ୍ଷ ଡକ୍ଟର କେ କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ପ୍ରସ୍ତୁତ ହୋଇଥିବା […]
Continue readingବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (BJP)ର ନବନିଯୁକ୍ତ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଶ୍ରୀ ନୀତିନ ନବୀନଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ନୀତିନ ନବୀନ ନୂଆକରି ଦାୟିତ୍ୱ ଗ୍ରହଣ କରିବା ପରେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ସାକ୍ଷାତ କରିଥିଲେ ଏବଂ ତାଙ୍କୁ ଫୁଲତୋଡ଼ା ଦେଇ ଅଭିନନ୍ଦନ ଜଣାଇଥିଲେ। ଦଳର ଏହି ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ୱ ପାଇଁ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ନୂତନ କାର୍ଯ୍ୟକାରୀ […]
Continue readingକଂଗ୍ରେସର ପିଠା କଳି ତୁଟାଇପାରିବେ କି ସୋନିଆ ?
ଓଡ଼ିଶା କଂଗ୍ରେସର ଦୁର୍ଗତିକୁ ବିଷୟରେ ଆଲୋଚନା ହେଉଛି । ବିଜେଡି ଓ ବିଜେପି ମଧ୍ୟରେ ହଜିଗଲାଣି ଏହି ପୁରୁଣା ଦଳ । ଓଡ଼ିଶାର ରାଜନୀତିରେ ଏକଦା ଶାସନର କେନ୍ଦ୍ରବିନ୍ଦୁ ଥିବା ଭାରତୀୟ ଜାତୀୟ କଂଗ୍ରେସ ଆଜି ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଛି। ଗତ ଦୁଇ ଦଶନ୍ଧି ଧରି ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିବା ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଭିତରେ କଂଗ୍ରେସ ଧୀରେ ଧୀରେ ଦୁର୍ଗତିର ଶିକାର ହେଉଛି । କଂଗ୍ରେସର ସବୁଠାରୁ ବଡ଼ ଶତ୍ରୁ ହେଉଛି […]
Continue readingଅନୁପ୍ରବେଶକାରୀ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ବାଛି ପାରିବେ ନାହିଁ : ଗୃହମନ୍ତ୍ରୀ
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଲୋକସଭାରେ ନିର୍ବାଚନ ସଂସ୍କାର ଉପରେ କହିଥିଲେ ଯେ ଯେକୌଣସି ପ୍ରସଙ୍ଗ ହେଉନା କାହିଁକି, ସଂସଦର ନିୟମ ଅନୁଯାୟୀ ଆମେ ସର୍ବଦା ଆଲୋଚନା ପାଇଁ ପ୍ରସ୍ତୁତ। ଅମିତ ଶାହ କହିଥିଲେ ଯେ SIR ଉପରେ ଗତ ଚାରି ମାସ ହେଲା ଏକତରଫା ମିଥ୍ୟା ପ୍ରଚାର କରାଯାଉଛି ଏବଂ ଦେଶର ଜନତାଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି। ସେ କହିଥିଲେ ଯେ ଦେଶର ସମ୍ବିଧାନରରେ ନିର୍ବାଚନ ଆୟୋଗର ଅଧିକାର […]
Continue reading








