ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଛାଇ ଭଳି ରହୁଥିବା ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ଋଷଭ ସିଂହ ସାଂବ୍ୟାଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଭାରତୀୟ ସେନାରୁ ସମୟପୂର୍ବ ଅବସର ଗ୍ରହଣ କରିଛନ୍ତି। ସେ ରାଷ୍ଟ୍ରପତିଙ୍କ ଏଡ-ଡି-କ୍ୟାମ୍ପ (ଏଡିସି) ଭାବେ କାମ କରି ସୋସିଆଲ ମିଡିଆରେ ସାରା ଦେଶରେ ଚର୍ଚ୍ଚାର ପାତ୍ର ପାଲଟିଥିଲେ। ଋଷଭ ସିଂହ ଔପଚାରିକ ଭାବେ ପଦ ଛାଡିବା ପରେ ଅଗଷ୍ଟ ୨୧ ତାରିଖ ଦିନ ରାଷ୍ଟ୍ରପତି ଭବନରେ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। […]
Continue readingCategory Archives: ଦେଶ ବିଦେଶ
ଜିଏମ୍ୟୁରେ C-DAC କେନ୍ଦ୍ର ପ୍ରତିଷ୍ଠା ସହ STPIର ସମ୍ପ୍ରସାରଣ ପାଇଁ ଅନୁରୋଧ କଲେ ଧର୍ମେନ୍ଦ୍ର
ଓଡ଼ିଶାର ଶିକ୍ଷା, ଆଇଟି ଏବଂ ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମକୁ ଅଧିକ ସୁଦୃଢ଼ କରିବା ପାଇଁ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦୁଇଟି ପୃଥକ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଆଡଭାନ୍ସଡ କମ୍ପ୍ୟୁଟିଂ’ (C-DAC)ର ଏକ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା କରିବା […]
Continue readingଭାରତୀୟ ସମ୍ପ୍ରଦାୟ ହେଉଛନ୍ତି ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ଏକ ଜୀବନ୍ତ ସେତୁ – ମୋଦୀ
ଉଜବେକିସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଯୋଗ ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ରାଜଧାନୀ ତାସକେଣ୍ଟରେ ଉଜବେକିସ୍ତାନ ଯୋଗ ଫେଡେରେସନ ଦ୍ୱାରା ଆୟୋଜିତ ଏକ ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ସେ ଲୋକଙ୍କ ସହିତ ସମୟ ବିତାଇଥିଲେ ଏବଂ ନିଜେ ଅନେକ ଯୋଗାସନ କରିଥିଲେ। ଉଜବେକିସ୍ତାନରେ ଯୋଗ ବହୁତ ଲୋକପ୍ରିୟ। ପ୍ରଧାନମନ୍ତ୍ରୀ ଅଧିବେଶନର ଏକ ଛୋଟ ଭିଡିଓ ସେୟାର କରି ଲେଖିଛନ୍ତି, ଉଜବେକିସ୍ତାନ ଯୋଗକୁ ଭଲ ପାଏ। ବୈଦେଶିକ ମନ୍ତ୍ରଣାଳୟ କହିଛି,ଉଜବେକିସ୍ତାନରେ ଯୋଗ ଲୋକପ୍ରିୟ। […]
Continue readingନେପାଳ ବନ୍ୟା : ମୃତ୍ୟୁ ସଂଖ୍ୟା ୫୪୭ ଟପିଲାଣି,୩୨୦ରୁ ଅଧିକ ଭାରତୀୟ ନିଖୋଜ
ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଯାଏଁ ୫୪୭ ଟପିଲାଣି । ଆହୁରି ବଢ଼ିବା ଆଶଂକା । ଅନେକ ଲୋକ ନିଖୋଜ ରହିଛନ୍ତି । ପ୍ରାୟ ୧୫ ଶହ ଲୋକ ନିଖୋଜ ଥିବା ଏପର୍ଯ୍ୟନ୍ତ ଆକଳନ କରାଯାଇଛି । ନେପାଳରେ ୯୦୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି । ସେହିଭଳି ତିବ୍ବତର ଗିରୋଙ୍ଗ କାଉଣ୍ଟିରେ ୫୫୦ରୁ ଅଧିକ ନିଖୋଜ । ଜୀବନ ସନ୍ଧାନରେ ସମୟ ବିପକ୍ଷରେ ଦୌଡ଼ୁଛନ୍ତି ଉଦ୍ଧାରକାରୀ । ନେପାଳ-ତିବ୍ବତରେ ବିଶାଳ ସର୍ଚ୍ଚ […]
Continue readingକେନ୍ଦ୍ର ସରକାରଙ୍କ ଉପରେ ଖୁସି ଅଛନ୍ତି ଭୋଟର
ଏବେ କେମିତି ଅଛି ଭୋଟରଙ୍କ ମୁଡ୍ । କେନ୍ଦ୍ର ସରକାରଙ୍କ ଉପରେ ଖୁସି ଅଛନ୍ତି ନା ବଦଳାଇବାକୁ ଚାହୁଁଛନ୍ତି ସରକାର । ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ସେମାନଙ୍କର କେତେ ଭରସା ଅଛି । ନା ବିରୋଧୀ ଦଳଙ୍କୁ ସୁଯୋଗ ଦେବାକୁ ଚାହୁଁଛନ୍ତି ଜେନ୍-ଜିଙ୍କ ସମେତ ଭୋଟର । କିଛି ଏପରି ପ୍ରଶ୍ନକୁ ନେଇ ଆସିଛି ସର୍ଭେ ରିପୋର୍ଟ । ଯେଉଁଥିରେ ଜନତାଙ୍କ ମୁଡ୍ ଜଣାପଡିଛି । ରିପୋର୍ଟ ଅନୁସାରେ, ସର୍ଭେ କରିଛି ଇଣ୍ଡିଆ ଟୁଡେ ଏବଂ […]
Continue readingନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୩୨ଟପିଲା ,୧୫ଶହରୁ ଅଧିକ ନିଖୋଜ
ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୩୨ଟପିଲା । ଏଯାଏଁ ୧୫ଶହରୁ ଅଧିକ ନିଖୋଜ ଅଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ନେଇ ଆଶଙ୍କା କରାଯାଉଛି । ତିବ୍ବତରେ ମଧ୍ୟ ୫୫୦ରୁ ଅଧିକ ନିଖୋଜ ଅଛନ୍ତି । ଧ୍ବଂସାବଶେଷ ତଳୁ ଚାଲିଛି ଜୀବନର ସନ୍ଧାନ । ପ୍ରାୟ ୧୦୦ ନିଖୋଜ ଭାରତୀୟଙ୍କ ପତ୍ତା ମିଳିଲା । ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି, ୨୮୮ ଭାରତୀୟ ନିଖୋଜ ରହିଛନ୍ତି । ସେମାନଙ୍କ ଭିତରୁ ୭୩ ଜଣ ଭାରତୀୟ ତ୍ରିଶୁଲି […]
Continue readingଡିଆରଡିଓ ଦ୍ୱାରା ବିକଶିତ କ୍ଷେପଣାସ୍ତ୍ରର ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତରକୁ ପ୍ରତିରକ୍ଷାମନ୍ତ୍ରୀଙ୍କ ମଞ୍ଜୁରୀ
ପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭର ଭାରତ’ ଲକ୍ଷ୍ୟକୁ ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଡିଆରଡିଓ ଦ୍ବାରା ବିକଶିତ ସମସ୍ତ ପାରମ୍ପରିକ କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଯୁକ୍ତିବିଦ୍ୟାକୁ ଦେଶ ମଧ୍ୟରେ ଉତ୍ପାଦନ କରିବା ପାଇଁ ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗକୁ ହସ୍ତାନ୍ତର କରିବାକୁ ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରଯୁକ୍ତି ହସ୍ତାନ୍ତରଣ ପ୍ରତିରକ୍ଷା କ୍ଷେତ୍ରରେ ଦେଶୀୟ ଶିଳ୍ପଗୁଡ଼ିକର ଅଧିକ ଅଂଶଗ୍ରହଣକୁ ପ୍ରୋତ୍ସାହନ ଦେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ। ଏହା ଦ୍ୱାରା […]
Continue readingପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫୩ତମ ପ୍ରଗତି ବୈଠକ ଅନୁଷ୍ଠିତ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେବା ତୀର୍ଥରେ ଆଇସିଟି-ସକ୍ଷମ, ସକ୍ରିୟ ପ୍ରଶାସନ ଏବଂ ସମୟୋଚିତ କାର୍ଯ୍ୟକାରିତା ପାଇଁ ବହୁମୁଖୀ ପ୍ଲାଟଫର୍ମ ପ୍ରଗତିର ୫୩ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ରେଳ, ସଡ଼କ ଏବଂ ବିଦ୍ୟୁତ୍ କ୍ଷେତ୍ରର ନଅଟି ରାଜ୍ୟରେ ସର୍ବମୋଟ୍ ୩୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଛଅଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଥିଲେ। ଯୋଗାଯୋଗକୁ ସୁଦୃଢ଼ କରିବା, ଶିଳ୍ପ ଓ ଆର୍ଥିକ କାର୍ଯ୍ୟକଳାପକୁ ସମର୍ଥନ କରିବା ଏବଂ ଜନସେବାରେ […]
Continue readingଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ସାତ ବର୍ଷରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ,
ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ସାତ ବର୍ଷରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ । ରୟଟର୍ସ ରିପୋର୍ଟ ଅନୁସାରେ, ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଆସନ୍ତା ମାସରେ ନୂଆଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଏକ ବଡ଼ ପ୍ରତିନିଧିମଣ୍ଡଳ ସହ ଯୋଗଦେବେ । ଏହା ସାତ ବର୍ଷ ପରେ ତାଙ୍କ ପ୍ରଥମ ଭାରତ ଗସ୍ତ ହେବ ଏବଂ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦେଶ ମଧ୍ୟରେ ସଂପର୍କ ସୁଧାରିବାର ଏକ ନୂଆ ସଂକେତ ହେବ । […]
Continue readingଜାତୀୟ ମହାକାଶ ଦିବସ ଅବସରରେ ଦେଶବାସୀ ଏବଂ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଜାତୀୟ ମହାକାଶ ଦିବସ ଅବସରରେ ଦେଶବାସୀ ଏବଂ ବୈଜ୍ଞାନିକମାନଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ନୂତନ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ସେ ଜେନ ଜେଡଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ହାସଲ କରିବା ଲକ୍ଷ୍ୟରେ ମହାକାଶ କ୍ଷେତ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରେ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ଏହା […]
Continue reading







