ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଏବେ ଉପକୂଳ ଆଡ଼କୁ ଦ୍ରୁତ ଗତି କରି କଳିଙ୍ଗପଟନମ୍ ନିକଟରେ ଏହା ଉପକୂଳ ଅତିକ୍ରମ କରିଛି । ସଦ୍ୟତମ IMD ବୁଲେଟିନ୍ ଅନୁସାରେ, ୨୩ ସେପ୍ଟେମ୍ବର ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଗଭୀର ଅବପାତଟି କଳିଙ୍ଗପଟନମ୍ଠାରୁ ପ୍ରାୟ ୩୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମରେ, ବିଶାଖାପଟନମ୍ଠାରୁ ୯୦ କିମି ପୂର୍ବ-ଉତ୍ତରପୂର୍ବରେ ଏବଂ ଗୋପାଳପୁରଠାରୁ ପ୍ରାୟ ୧୬୦ କିମି ଦକ୍ଷିଣ-ପଶ୍ଚିମରେ ରହିଥିଲା । ଗଭୀର ଅବପାତର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଓ ଉପକୂଳ ଅଞ୍ଚଳରେ ବର୍ଷା […]
Continue readingCategory Archives: ଦେଶ ବିଦେଶ
ଜମୁଇ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସର ଏନକାଉଣ୍ଟର, ଫେରାର ହେଉଥିବା ବେଳେ ଆକ୍ସନ
ଏ ମଣିଷ କେତେ ରାକ୍ଷସ ହୋଇପାରେ ? ବିଚ୍ ରାସ୍ତାରେ ଲଜ୍ଜା । ଭୁଲିଗଲା ହିତାହତ ଜ୍ଞାନ । ବିହାରର ଜମୁଇ ଜିଲ୍ଲାରୁ ସାମ୍ନାକୁ ଆସିଥିବା ଏକ ଅତ୍ୟନ୍ତ ଲଜ୍ଜାଜନକ, ଏବଂ ହୃଦୟବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଜନଗହଳିପୂର୍ଣ୍ଣ ରାସ୍ତାରେ ପୁଅ ଝିଅଙ୍କୁ ଅଟକାଇ ଅମାନବୀୟ ଅସଦାଚରଣ ଏବଂ ପରେ ସେହି ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା କେବଳ ଏକ ଅପରାଧ ନୁହେଁ, ବରଂ ଆମ ସାମାଜିକ ବ୍ୟବସ୍ଥା ପାଇଁ କଳଙ୍କ । […]
Continue readingଏହି ଘଟଣା ପରେ ମୁଁ ଭାବିଥିଲି ଯେ, ମୋର କ୍ୟାରିୟର୍ ଏହିଠାରେ ଶେଷ ହୋଇଗଲା –
ଆଇଆଇଟି ରୁରକୀ (IIT Roorkee) ର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ନିଜ ଯୁବବସ୍ଥାର ଏକ ସାଂଘାତିକ ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି। ସିକ୍କିମ୍ ମିଶନ୍ ସମୟର ଏକ ଭୟଙ୍କର ମୁହୂର୍ତ୍ତକୁ ମନେପକାଇ ସେ କହିଛନ୍ତି ଯେ, ସେତେବେଳେ ତାଙ୍କୁ ଲାଗିଥିଲା ଯେ ତାଙ୍କର କ୍ୟାରିୟର୍ ଶେଷ ହୋଇଯିବ। ସିକ୍କିମର ଭାରତ ସହ ମିଶ୍ରଣ ପ୍ରକ୍ରିୟା ଚାଲିଥିବା ସମୟରେ ଅଜିତ ଡୋଭାଲ୍ ଜଣେ ଯୁବ ଆଇପିଏସ୍ (IPS) ଅଧିକାରୀ […]
Continue readingଭାରତ ଉପରେ ଘନେଇଛି ୧୦୦% ଟାରିଫ୍ କଳାବାଦଲ
ଭାରତ ଉପରେ ଘନେଇଛି ୧୦୦% ଗରିଫ୍ କଳାବାଦଲ । ରୁଷ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଆମେରିକା ଏଭଳି ମୋଟା ଟାରିଫ କରିବାକୁ ଜିଦରେ ଅଟଳ ରହିଛି। ରୁଷ କଟକଣା ବିଲ୍ ଜରିଆରେ ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ,ଚୀନ ସହ ଆଉ କିଛି ଦେଶ ଉପରେ ଟିକସ ଲଦିବାକୁ ମସୁଧା ରଖିଛନ୍ତି। ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭରେ ବିଲ୍ ପାସ୍ ହୋଇଛି । ପାସ୍ ହେବା ଦ୍ୱାରା ଭାରତ ବଡ଼ ମାତ୍ରାରେ କ୍ଷତି ସହିବ । ଏହି […]
Continue readingଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ,ଦେଶବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ। ଦୃଢ଼ ସଂକଳ୍ପ ଓ ନିରନ୍ତର କର୍ମଯୋଗର ପ୍ରତୀକ ନରେନ୍ଦ୍ର ମୋଦ ନିଜ ଜୀବନର ୭୬ତମ ବର୍ଷରେ ପଦାର୍ପଣ କରିଛନ୍ତି । ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ର ମୂଳମନ୍ତ୍ର ନେଇ ଭାରତକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । ଗୁଜରାଟର ଏକ ସାଧାରଣ ପରିବାରରୁ ଆରମ୍ଭ ହୋଇ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ‘ପ୍ରଧାନ ସେବକ’ ହେବା ପର୍ଯ୍ୟନ୍ତ ତାଙ୍କର […]
Continue readingକେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜାରି କରିଛି ନୂଆ ଗେଜେଟ୍ ବିଜ୍ଞପ୍ତି,୨,୦୦୦ ଟଙ୍କା ପର୍ଯ୍ୟନ୍ତ UPI କାରବାର ଏବଂ RuPay ଡେବିଟ୍ କାର୍ଡ ପେମେଣ୍ଟ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ
କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜାରି କରିଛି ନୂଆ ଗେଜେଟ୍ ବିଜ୍ଞପ୍ତି । ବିଜ୍ଞପ୍ତି ଅନୁଯାୟୀ ୨,୦୦୦ ଟଙ୍କା ପର୍ଯ୍ୟନ୍ତ UPI କାରବାର ଏବଂ RuPay ଡେବିଟ୍ କାର୍ଡ ପେମେଣ୍ଟ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ । ତେବେ ୨,୦୦୦ରୁ ଅଧିକ କାରବାର ଉପରେ ତୁରନ୍ତ କୌଣସି ନୂଆ ଫି’ ଲାଗୁ ହୋଇନାହିଁ । ଏହା କେବଳ ଭବିଷ୍ୟତରେ ନିର୍ଦ୍ଦିଷ୍ଟ ବ୍ୟବସାୟିକ କାରବାର ଉପରେ ଶୁଳ୍କ ଲଗାଇବା ପାଇଁ ଆଇନଗତ ଭିତ୍ତି ପ୍ରସ୍ତୁତ କରିଛି । ବ୍ୟାଙ୍କ […]
Continue reading୧୮ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ: ସମସ୍ତ ଦେଶର ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ଅବଦାନ ପାଇଁ ଧନ୍ୟବାଦ ଦେଲେ ମୋଦୀ
ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ ହୋଇଛି । ଭାରତ ଏହି ସମ୍ମିଳନୀର ଅଧ୍ୟକ୍ଷତା କରିଥିଲା । ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀରେ ସମସ୍ତ ଦେଶର ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ଅବଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ୨୦୨୭ରେ ଚୀନ୍ ୧୯ତମ BRICS ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରି ଆୟୋଜନ କରିବ । ଏଥିସହ ଆଗାମୀ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରିବାକୁ ଥିବା ଚୀନକୁ ମଧ୍ୟ ଶୁଭେଚ୍ଛା […]
Continue readingଅଷ୍ଟାଦଶ ବ୍ରିକସ୍ ଶିଖର ସମ୍ମିଳନୀ: ଅଧାରୁ ଫେରିଲେ ଅବୁଧାବୀ ପ୍ରିନ୍ସ, ଜାଣନ୍ତୁ କାରଣ
ଅବୁଧାବୀ କ୍ରାଉନ ପ୍ରିନ୍ସ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାୟଦ ଅଲ ନାହୟାନ ଅଷ୍ଟାଦଶ ବ୍ରିକସ୍ ଶିଖର ସମ୍ମିଳନୀରେ ଯୋଗଦେବା ପରେ ତାଙ୍କ ଦେଶକୁ ଫେରି ଯାଇଛନ୍ତି। କୁହାଯାଉଛି ଇରାନ ସମର୍ଥିତ ହୁତି ବିଦ୍ରୋହୀ ଚଳାଇଥିବା ଯୁଦ୍ଧ ଯୋଗୁ ସେ ସମ୍ମିଳନୀ ମଝିରୁ ଫେରି ଯାଇଛନ୍ତି। ଏହା ପୂର୍ବରୁ ଖବର ଆସିଥିଲା ଯେ ସେ ନୂଆ ଦିଲ୍ଲୀରେ ଇରାନ ରାଷ୍ଟ୍ରପତି ମସୂଦ ପେଜେସ୍କିୟାନଙ୍କୁ ଭେଟିଥିଲେ। ପଶ୍ଚିମ ଏସିୟା ଯୁଦ୍ଧ ପରେ ଇରାନ ରାଷ୍ଟ୍ରପତି ଓ ଅବୁଧାବୀ […]
Continue reading୧୮ ତମ ବ୍ରିକସ ସମ୍ମିଳନୀ: ଏକାଠି ହେଲେ ୧୧ ଦେଶର ରାଷ୍ଟ୍ରମୁଖ୍ୟ,
ଗୋଟିଏ ମଞ୍ଚରେ ବିଶ୍ବ ନେତାଙ୍କ ମହାମେଳି। ଏକାଠି ହେଲେ ୧୧ ଦେଶର ରାଷ୍ଟ୍ରମୁଖ୍ୟ । ନୂଆଦିଲ୍ଲୀ ଭାରତ ମଣ୍ଡପମ ଠାରେ ୧୮ ତମ ବ୍ରିକସ ସମ୍ମିଳନୀକୁ ସମ୍ବୋଧନ କରି ବଡ଼ ସଂସ୍କାର ଯୋଜନାର ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଗାମୀ ଶିଖର ସମ୍ମିଳନୀ ସୁଦ୍ଧା ବ୍ରିକସ ରିଫର୍ମ ରୋଡମ୍ୟାପ ପାଇଁ ୧୦ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ସେ ରିପ୍ରେଜେଣ୍ଟେସନ, ରେସପୋନସିଭନେସ ଓ ରୁଲ ମେକିଂକୁ ଗୁରୁତ୍ବ ଦେଇଛନ୍ତି। ବିଶ୍ୱ ବ୍ୟବସ୍ଥା କେବଳ କିଛି ଶକ୍ତିଶାଳୀ ଦେଶର ସ୍ୱାର୍ଥରେ […]
Continue readingଭାରତୀୟ ଜନତା ପାର୍ଟି ସଂଗଠନର ୭ଟି ମୋର୍ଚ୍ଚା ପାଇଁ ନୂଆ ପ୍ରଭାରୀଙ୍କ ନାମ ଘୋଷଣା,
ଭାରତୀୟ ଜନତା ପାର୍ଟି ସଂଗଠନର ୭ଟି ମୋର୍ଚ୍ଚା ପାଇଁ ନୂଆ ପ୍ରଭାରୀଙ୍କ ନାମ ଘୋଷଣା କରିଛି । ଦଳର ସାଂଗଠନିକ ସମନ୍ୱୟ ଓ ବିଭିନ୍ନ ବର୍ଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ନିଯୁକ୍ତି କରାଯାଇଛି । ଏହି ନୂଆ ଦାୟିତ୍ୱ ବଣ୍ଟନରେ କେନ୍ଦ୍ରାପଡ଼ା ସାଂସଦ ତଥା ଜାତୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଓବିସି (OBC) ମୋର୍ଚ୍ଚାର ପ୍ରଭାରୀ କରାଯାଇଛି ।ସେହିପରି ଯୁବ ମୋର୍ଚ୍ଚାର ପ୍ରଭାରୀ ହରିଶ ଦ୍ୱିବେଦୀ, ମହିଳା ମୋର୍ଚ୍ଚାର ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ଏସ୍ସି ମୋର୍ଚ୍ଚାର […]
Continue reading









