ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଏଲଏନଜେପି ହସ୍ପିଟାଲ ପରିଦର୍ଶନ କରି ସମ୍ପ୍ରତି ଘଟିଥିବା ବିସ୍ଫୋରଣ ଘଟଣାରେ ଆହତମାନଙ୍କୁ ଭେଟିଛନ୍ତି । ସେ ପୀଡିତ ଏବଂ ସେମାନଙ୍କ ପରିବାରବର୍ଗଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କ ଚିକିତ୍ସା ବିଷୟରେ ପଚାରି ବୁଝିଛନ୍ତି ଏବଂ ସେମାନଙ୍କ ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ଏହି ଘଟଣା ଉପରେ ଗଭୀର ଚିନ୍ତା ପ୍ରକାଶ କରି ପ୍ରଧାନମନ୍ତ୍ରୀ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। “ଷଡ଼ଯନ୍ତ୍ର ପଛରେ ଥିବା […]
Continue readingCategory Archives: ଦେଶ ବିଦେଶ
ଦିଲ୍ଲୀରେ ବଡ଼ ଧରଣର ବିସ୍ଫୋରଣ, ୮ ଜଣଙ୍କ ମୃତ୍ୟୁ
ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ଗେଟ୍ ନମ୍ବର ୧ ବାହାରେ ହୋଇଥିବା ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ୧୫ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କୁ LNJP ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ସେ ନେଇ ଅଧିକାରୀକ ଭାବେ କୌଣସି ସୂଚନା ଦିଆଯାଇ ନାହିଁ । ବିସ୍ଫୋରଣରେ ୫ରୁ ୬ଟି କାର୍ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ […]
Continue readingନଭେମ୍ବର ୯ରେ ପ୍ରଧାନମନ୍ତ୍ରୀଙ୍କ ଡେରାଡୁନ ଗସ୍ତ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୯ ତାରିଖରେ ଉତ୍ତରାଖଣ୍ଡ ଗସ୍ତରେ ଯିବେ ଏବଂ ଉତ୍ତରାଖଣ୍ଡ ଗଠନର ରଜତ ଜୟନ୍ତୀ ଉପଲକ୍ଷେ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକ ଡାକଟିକଟ ଉନ୍ମୋଚନ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ୮,୧୪୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହା […]
Continue readingବାରାଣସୀରୁ ଚାରୋଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଭାରତର ଆଧୁନିକ ରେଳ ଭିତ୍ତିଭୂମିକୁ ବିସ୍ତାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀରୁ ଚାରୋଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ ସମସ୍ତ ସମ୍ମାନନୀୟ ବ୍ୟକ୍ତିଙ୍କୁ ସ୍ୱାଗତ କରିଥିଲେ ଏବଂ ବାବା ବିଶ୍ୱନାଥଙ୍କ ପବିତ୍ର ନଗରୀ ବାରାଣସୀର ସମସ୍ତ ପରିବାରକୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ସେ ଦେବ […]
Continue reading‘ବନ୍ଦେ ମାତରମ୍’ ଜାତୀୟତା ଏବଂ କର୍ତ୍ତବ୍ୟର ପଥ ଦେଖାଉଛି – ଧର୍ମେନ୍ଦ୍ର ପ୍ରଧାନ
ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷର ପବିତ୍ର ଯାତ୍ରାକୁ ଏକ ଭବ୍ୟ ତଥା ଅବିସ୍ମରଣୀୟ ରୂପ ପ୍ରଦାନ କରିବା ସହିତ ବର୍ଷବ୍ୟାପୀ ସ୍ମରଣୋତ୍ସବର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପାଟନାରେ ମାନ୍ୟବର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଏବଂ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି, “ବନ୍ଦେ […]
Continue readingଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟି ଟ୍ବେଣ୍ଟିରେ ଭାରତର ବଡ଼ ବିଜୟ
ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟି ଟ୍ବେଣ୍ଟିରେ ଭାରତର ବଡ଼ ବିଜୟ। ୪୮ ରନରେ କଙ୍ଗାରୁ ଦଳକୁ ହରାଇଲା ଟିମ ଇଣ୍ଡିଆ। ଅଷ୍ଟ୍ରେଲିଆକୁ ଚତୁର୍ଥ ଟି ଟ୍ବେଣ୍ଟି ଜିତିବା ପାଇଁ ୨୪ ବଲରେ ୫୪ ରନ ଦରକାର ଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ସୁନ୍ଦର। ୧୬ ଓଭର ଯାଏ ତାଙ୍କୁ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ବୋଲିଂ କରିବାକୁ ଦେଇନଥିଲେ। ୧୭ତମ ଓଭରରେ ବୋଲିଂ କରିବାକୁ ଆସିଥିବା ସୁନ୍ଦରଙ୍କ ସାମ୍ନାରେ ଥିଲେ ମାର୍କସ ଷ୍ଟୋଇନିସଙ୍କ ଭଳି ବିସ୍ଫୋରକ […]
Continue readingରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟ
ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ଜିତିଥିବା ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟମାନେ ଆଜି (୬ ନଭେମ୍ବର, ୨୦୨୫) ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି।ରାଷ୍ଟ୍ରପତି ଭାରତୀୟ ମହିଳା କ୍ରିକେଟ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ସେମାନେ କ୍ରିକେଟ ବିଶ୍ୱକପ୍ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଦେଶର ପ୍ରତ୍ୟେକ କୋଣ ଅନୁକୋଣ ଏବଂ ବିଦେଶରେ ଲକ୍ଷ ଲକ୍ଷ ଭାରତୀୟମାନେ ଏହି ବିଜୟକୁ ପାଳନ କରୁଛନ୍ତି।ରାଷ୍ଟ୍ରପତି କହିଛନ୍ତି ଯେ, […]
Continue readingNDAର ବିଜୟ ଆଶା ଅଧିକ
ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ JVC ସର୍ଭେ ପୋଲ୍ର ପୂର୍ବାନୁମାନ ରାଜ୍ୟ ରାଜନୀତିରେ ଏକ ନୂଆ ଆଲୋଚନାର ବିଷୟ ପାଲଟିଛି। ଶନିବାର ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ଆସନ ଦୃଷ୍ଟିରୁ ଏନ୍ଡିଏ (NDA) କ୍ଷମତା ବଜାୟ ରଖିବାର ସମ୍ଭାବନା ଥିବାବେଳେ, ମୁଖ୍ୟମନ୍ତ୍ରୀ ପଦ ପାଇଁ ମହାମେଣ୍ଟ ନେତା ତେଜସ୍ୱୀ ଯାଦବ ସବୁଠାରୁ ଲୋକପ୍ରିୟ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି। ଏହି ପୂର୍ବାନୁମାନ ରାଜନୈତିକ ଦଳଗୁଡ଼ିକ ପାଇଁ ମିଶ୍ରିତ ସଙ୍କେତ ଦେଉଛି। JVC ସର୍ଭେ ଅନୁଯାୟୀ, ୨୪୩ […]
Continue readingରାଷ୍ଟ୍ରୀୟ ଏକତା ଦିବସ ୨୦୨୫ ଅବସରରେ ‘ରନ୍ ଫର୍ ୟୁନିଟି’ର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ରାଷ୍ଟ୍ରୀୟ ଏକତା ଦିବସ-୨୦୨୫ ଅବସରରେ ନୂଆଦିଲ୍ଲୀରେ ‘ରନ୍ ଫର୍ ୟୁନିଟି’ କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଶ୍ରୀ ଶାହ ମଧ୍ୟ ଜନସାଧାରଣଙ୍କୁ ଏକତା ଶପଥ ପାଠ କରାଇଥିଲେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନୋହର ଲାଲ ଏବଂ ଡ. ମନସୁଖ ମାଣ୍ଡଭିୟ, ଦିଲ୍ଲୀର ଉପରାଜ୍ୟପାଳ ଶ୍ରୀ ଭି. କେ. ସାକ୍ସେନା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତା ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ ସମେତ ଅନ୍ୟ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶ୍ରୀ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଆଜି ଆମ ସମସ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ। ୨୦୧୪ ମସିହାରୁ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖରେ ଆମେ ସର୍ଦ୍ଦାର ପଟେଲଙ୍କ ସମ୍ମାନାର୍ଥେ ‘ରନ ଫର ୟୁନିଟି’ ର ଆୟୋଜନ କରୁଛୁ। ଆଜି ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଛି ଏବଂ ଏହାକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ଯେ, ଏହାକୁ ସାରା ଦେଶରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବେ ପାଳନ କରାଯିବା ଉଚିତ। ସର୍ଦ୍ଦାର ପଟେଲ ଭାରତର ସ୍ୱାଧୀନତା ଆନ୍ଦୋଳନ ସହିତ ସ୍ୱାଧୀନ ଭାରତର ବର୍ତ୍ତମାନର ମାନଚିତ୍ରକୁ ରୂପ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଶ୍ରୀ ଶାହ କହିଥିଲେ ଯେ, ସର୍ଦ୍ଦାର ପଟେଲ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେବା ପାଇଁ ନିଜର ବାରିଷ୍ଟର କ୍ୟାରିୟରକୁ ତ୍ୟାଗ କରିଥିଲେ। କୃଷକମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ଆରମ୍ଭ ହୋଇଥିବା ୧୯୨୮ ମସିହାର ବାରଡୋଲି ସତ୍ୟାଗ୍ରହ ସମୟରେ ସର୍ଦ୍ଦାର ପଟେଲଙ୍କ ନେତୃତ୍ୱର ଗୁଣ ସ୍ପଷ୍ଟ ହୋଇଥିଲା। ସର୍ଦ୍ଦାର ପଟେଲଙ୍କ ନେତୃତ୍ୱରେ କୃଷକମାନେ ସେମାନଙ୍କର ଆନ୍ଦୋଳନ ଆରମ୍ଭ କରିଥିଲେ ଏବଂ ଏକ ଛୋଟ ସହରରେ ଯାହା ଆରମ୍ଭ ହୋଇଥିଲା ତାହା ଖୁବ୍ ଶୀଘ୍ର ଦେଶବ୍ୟାପୀ କୃଷକ ଆନ୍ଦୋଳନରେ ପରିଣତ ହୋଇଥିଲା, ଯାହା ଇଂରେଜମାନଙ୍କୁ ସେମାନଙ୍କ ଦାବି ମାନିବାକୁ ବାଧ୍ୟ କରିଥିଲା। ସେ କହିଥିଲେ ଯେ ଏହି ଆନ୍ଦୋଳନ ପରେ ମହାତ୍ମା ଗାନ୍ଧୀ ବଲ୍ଲଭଭାଇ ପଟେଲଙ୍କୁ “ସର୍ଦ୍ଦାର” ଉପାଧି ପ୍ରଦାନ କରିଥିଲେ ଏବଂ ସେବେଠାରୁ ସେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାବେ ପରିଚିତ ହୋଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ, ସ୍ୱାଧୀନତା ପରେ ବ୍ରିଟିଶମାନେ ଦେଶକୁ ୫୬୨ଟି ଦେଶୀୟ ରାଜ୍ୟରେ ବିଭକ୍ତ କରିଥିଲେ ଏବଂ ସମସ୍ତେ ଚିନ୍ତିତ ଥିଲେ ଯେ ଏତେ ସଂଖ୍ୟକ ରାଜ୍ୟରେ ବିଭକ୍ତ ହୋଇଥିବା ଏକ ରାଷ୍ଟ୍ର କିପରି ଏକ ସମନ୍ୱିତ ଭାରତରେ ପରିଣତ ହୋଇପାରିବ। ସର୍ଦ୍ଦାର ପଟେଲଙ୍କ ଅକ୍ଳାନ୍ତ ପ୍ରୟାସ, ଦୃଢ଼ ସଂକଳ୍ପ ଏବଂ ରାଷ୍ଟ୍ରନୀତି କାରଣରୁ ହିଁ ସମସ୍ତ ୫୬୨ଟି ଦେଶୀୟ ରାଜ୍ୟ ସ୍ୱଳ୍ପ ସମୟ ମଧ୍ୟରେ ଏକତ୍ର ହୋଇ ଭାରତର ବର୍ତ୍ତମାନର ମାନଚିତ୍ରକୁ ରୂପ ଦେଇଥିଲେ ଏବଂ ଆମ ରାଷ୍ଟ୍ରର ମୂଳଦୁଆ ପକାଇଥିଲେ। କାଠିଆୱାର, ଭୋପାଳ, ଜୁନାଗଡ଼, ଯୋଧପୁର, ଟ୍ରାଭାଙ୍କୋର ଏବଂ ହାଇଦ୍ରାବାଦ ଭଳି ଅଞ୍ଚଳ ଅଲଗା ରହିବା ପାଇଁ ବିଭିନ୍ନ ପ୍ରକାରର ପ୍ରୟାସ କରିଥିଲେ, କିନ୍ତୁ ସର୍ଦ୍ଦାର ପଟେଲଙ୍କ ଦୃଢ ଇଚ୍ଛାଶକ୍ତି ଏବଂ ସଂକଳ୍ପ ସମସ୍ତଙ୍କୁ ଏକାଠି କରି ଏକ ଅଖଣ୍ଡ ଭାରତ ଗଠନ କରିଥିଲା। ଶ୍ରୀ ଶାହ କହିଥିଲେ ଯେ, ଧାରା ୩୭୦ କାରଣରୁ କାଶ୍ମୀରକୁ ଭାରତ ସହିତ ସମ୍ପୂର୍ଣ୍ଣ ଭାବେ ଯୋଡ଼ିବା ଏକମାତ୍ର ଅସମ୍ପୂର୍ଣ୍ଣ କାର୍ଯ୍ୟ ଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ସର୍ଦ୍ଦାର ପଟେଲଙ୍କ ସେହି ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ପୂରଣ କରିଥିଲେ-ଏବଂ ଆଜି ଆମ ସମ୍ମୁଖରେ ବାସ୍ତବରେ ଏକ ଅଖଣ୍ଡ ଭାରତ ରହିଛି। ଶ୍ରୀ ଅମିତ ଶାହ କହିଥିଲେ ଯେ ସ୍ୱାଧୀନତା ଦିବସରେ ଯେତେବେଳେ ସମସ୍ତେ ଜାତୀୟ ପତାକା ଉତ୍ତୋଳନ କରିବାରେ ବ୍ୟସ୍ତ ଥିଲେ, ସେତେବେଳେ ସର୍ଦ୍ଦାର ପଟେଲ ନୌସେନା ଯୁଦ୍ଧ ଜାହାଜ ଉପରୁ ନଜର ରଖିଥିଲେ। ସେହି ସମୟରେ, ଲାକ୍ଷାଦ୍ୱୀପକୁ କିଏ ନିୟନ୍ତ୍ରଣ କରିବ, ଏହି ପ୍ରଶ୍ନ ଏକ ପ୍ରମୁଖ ପ୍ରସଙ୍ଗ ଥିଲା ଏବଂ ତୁରନ୍ତ ନୌସେନାକୁ ସେଠାକୁ ପଠାଇ ଏବଂ ତ୍ରିରଙ୍ଗା ଉତ୍ତୋଳନ ସୁନିଶ୍ଚିତ କରି ସର୍ଦ୍ଦାର ପଟେଲ ଲାକ୍ଷାଦ୍ୱୀପକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ କରି ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ, ତତ୍କାଳୀନ ବିରୋଧୀ ଦଳ ନେତୃତ୍ୱାଧୀନ ସରକାର ସର୍ଦ୍ଦାର ପଟେଲଙ୍କୁ ପ୍ରକୃତରେ ଯୋଗ୍ୟ ସମ୍ମାନ ଦେଇନଥିଲେ ଏବଂ ତାଙ୍କୁ ଭାରତ ରତ୍ନ ପ୍ରଦାନ କରିବା ପାଇଁ ୪୧ ବର୍ଷ ସମୟ ଲାଗିଥିଲା। ସର୍ଦ୍ଦାର ପଟେଲଙ୍କ ଅତୁଳନୀୟ ଅବଦାନ ପାଇଁ ଯୋଗ୍ୟ କୌଣସି ସ୍ମାରକୀ କେବେ ନିର୍ମାଣ କରାଯାଇନାହିଁ। ସେ କହିଥିଲେ, ଯେତେବେଳେ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେତେବେଳେ ସେ କେଭାଡିଆ କଲୋନୀରେ ସର୍ଦ୍ଦାର ପଟେଲଙ୍କ ପାଇଁ ଏକ ଭବ୍ୟ ସ୍ମାରକୀ ନିର୍ମାଣ କରିବାର ସଂକଳ୍ପ ନେଇଥିଲେ, ଯାହା ସମଗ୍ର ବିଶ୍ୱ ଧ୍ୟାନ ଦେବ। ସେହିଠାରେ ହିଁ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ର ପରିକଳ୍ପନା କରାଯାଇଥିଲା।୨୦୧୩ ମସିହା ଅକ୍ଟୋବର ୩୧ ତାରିଖରେ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ଏବଂ ୫୭ ମାସ ମଧ୍ୟରେ ସର୍ଦ୍ଦାର ପଟେଲଙ୍କ ୧୮୨ ମିଟର ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ସମ୍ପୂର୍ଣ୍ଣ ହୋଇଥିଲା, ଯାହା ଏବେ ସମଗ୍ର ଦେଶର ଏକତାର ପ୍ରତୀକ ଭାବେ ଉଭା ହୋଇଛି। ସର୍ଦ୍ଦାର ପଟେଲ ଜଣେ କୃଷକ ନେତା ଥିଲେ ଏବଂ ପ୍ରତିମୂର୍ତ୍ତି ନିର୍ମାଣରେ ବ୍ୟବହୃତ ପ୍ରାୟ ୨୫,୦୦୦ ଟନ୍ ଲୁହା କୃଷକମାନଙ୍କ ଉପକରଣରୁ ଆସିଥିଲା। ପ୍ରାୟ ୨୫,୦୦୦ ଟନ୍ ଲୁହା, ୯୦,୦୦୦ କ୍ୟୁବିକ୍ ମିଟର କଂକ୍ରିଟ୍ ଏବଂ ୧୭୦୦ ଟନ୍ ବ୍ରୋଞ୍ଜ ବ୍ୟବହାର କରି ନିର୍ମିତ ଏହି ବିଶାଳ ପ୍ରତିମୂର୍ତ୍ତିକୁ ଏପର୍ଯ୍ୟନ୍ତ ପ୍ରାୟ ୨.୫ କୋଟି ଲୋକ ପରିଦର୍ଶନ କରିଛନ୍ତି। ଶ୍ରୀ ଅମିତ ଶାହ କହିଥିଲେ ଯେ ଦେଶର ଏକତା, ଅଖଣ୍ଡତା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସର୍ଦ୍ଦାର ପଟେଲ ଯେଉଁ ମାର୍ଗ ଦେଖାଇଛନ୍ତି, ସେହି ମାର୍ଗରେ ହିଁ ଆଜି ଭାରତ ଆଗକୁ ବଢ଼ୁଛି। ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ସମସ୍ତ ରାଜ୍ୟର ପୋଲିସ ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) କେଭାଡ଼ିଆଠାରେ ଏକ ଭବ୍ୟ ପରେଡ ଜରିଆରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ, ୧୫୦ତମ ଜୟନ୍ତୀ ପରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପ୍ରତିବର୍ଷ ଏହି ଭବ୍ୟ ଢଙ୍ଗରେ ଏକତା ପରେଡ ଆୟୋଜନ କରାଯିବ। ଚଳିତ ବର୍ଷ ଏକତା ଦୌଡ଼ ଏବଂ ଶପଥ ଗ୍ରହଣ ସମାରୋହ ମଧ୍ୟ ଏକ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରାଯାଉଛି। ଶ୍ରୀ ଶାହ କହିଥିଲେ ଯେ, ସର୍ଦ୍ଦାର ପଟେଲଙ୍କ ଚିନ୍ତାଧାରାକୁ ବିଶେଷ କରି ଯୁବକମାନଙ୍କ ମଧ୍ୟରେ ପ୍ରସାରିତ କରିବା ପାଇଁ କାଶ୍ମୀରରୁ କନ୍ୟାକୁମାରୀ ଏବଂ ଦ୍ୱାରକା ଠାରୁ କାମାକ୍ଷା ପର୍ଯ୍ୟନ୍ତ ସାରା ଦେଶରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଯେଉଁ ଯୁବକମାନେ ରାଷ୍ଟ୍ରର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ପାଇଁ ଶପଥ ନେବେ, ସେମାନେ ଭାରତର ଭବିଷ୍ୟତର ନିର୍ମାତା ହେବେ।
Continue readingଶ୍ରେୟସ ଆୟରଙ୍କ ସ୍ବାସ୍ଥ୍ୟକୁ ନେଇ ବଡ଼ ଅପଡେଟ୍ ଦେଲେ ସୂର୍ଯ୍ୟ କୁମାର
ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଶ୍ରେୟସ ଆୟରଙ୍କୁ ନେଇ ଦ୍ୱିତୀୟ ମେଡିକାଲ ଅପଡେଟ୍ ଜାରି କରିଛି । ବିସିସିଆଇ ମଙ୍ଗଳବାର କହିଛି ଯେ,ସିଡନୀର ହସ୍ପିଟାଲରେ ଭର୍ତ୍ତି ଶ୍ରେୟସଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। ସେ ଭାରତ ବିପକ୍ଷ ଅଷ୍ଟ୍ରେଲିଆର ତୃତୀୟ ଦିନିକିଆ ମ୍ୟାଚରେ ଏଲେକ୍ସ କ୍ୟାରୀଙ୍କର କ୍ୟାଚ୍ ଧରିବା ପରେ ଆହତ ହୋଇଥିଲେ। ତାଙ୍କ ଛାତିରେ ଗଭୀର ଆଘାତ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା। ତାଙ୍କର ଏକ ଅସ୍ତ୍ରୋପଚାର ମଧ୍ୟ କରାଯାଇଛି। ଫ୍ୟାନ୍ସମାନେ […]
Continue reading