ରାଷ୍ଟ୍ରୀୟ ଏକତା ଦିବସ ୨୦୨୫ ଅବସରରେ ‘ରନ୍‍ ଫର୍‍ ୟୁନିଟି’ର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ରାଷ୍ଟ୍ରୀୟ ଏକତା ଦିବସ-୨୦୨୫ ଅବସରରେ ନୂଆଦିଲ୍ଲୀରେ ‘ରନ୍‍ ଫର୍‍ ୟୁନିଟି’ କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।  ଶ୍ରୀ ଶାହ ମଧ୍ୟ ଜନସାଧାରଣଙ୍କୁ ଏକତା ଶପଥ ପାଠ କରାଇଥିଲେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନୋହର ଲାଲ ଏବଂ ଡ. ମନସୁଖ ମାଣ୍ଡଭିୟ, ଦିଲ୍ଲୀର ଉପରାଜ୍ୟପାଳ ଶ୍ରୀ ଭି. କେ. ସାକ୍ସେନା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତା ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ ସମେତ ଅନ୍ୟ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶ୍ରୀ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଆଜି ଆମ ସମସ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ। ୨୦୧୪ ମସିହାରୁ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖରେ ଆମେ ସର୍ଦ୍ଦାର ପଟେଲଙ୍କ ସମ୍ମାନାର୍ଥେ ‘ରନ ଫର ୟୁନିଟି’ ର ଆୟୋଜନ କରୁଛୁ। ଆଜି ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଛି ଏବଂ ଏହାକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ଯେ, ଏହାକୁ ସାରା ଦେଶରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବେ ପାଳନ କରାଯିବା ଉଚିତ। ସର୍ଦ୍ଦାର ପଟେଲ ଭାରତର ସ୍ୱାଧୀନତା ଆନ୍ଦୋଳନ ସହିତ ସ୍ୱାଧୀନ ଭାରତର ବର୍ତ୍ତମାନର ମାନଚିତ୍ରକୁ ରୂପ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଶ୍ରୀ ଶାହ କହିଥିଲେ ଯେ, ସର୍ଦ୍ଦାର ପଟେଲ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେବା ପାଇଁ ନିଜର ବାରିଷ୍ଟର କ୍ୟାରିୟରକୁ ତ୍ୟାଗ କରିଥିଲେ। କୃଷକମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ଆରମ୍ଭ ହୋଇଥିବା ୧୯୨୮ ମସିହାର ବାରଡୋଲି ସତ୍ୟାଗ୍ରହ ସମୟରେ ସର୍ଦ୍ଦାର ପଟେଲଙ୍କ ନେତୃତ୍ୱର ଗୁଣ ସ୍ପଷ୍ଟ ହୋଇଥିଲା। ସର୍ଦ୍ଦାର ପଟେଲଙ୍କ ନେତୃତ୍ୱରେ କୃଷକମାନେ ସେମାନଙ୍କର ଆନ୍ଦୋଳନ ଆରମ୍ଭ କରିଥିଲେ ଏବଂ ଏକ ଛୋଟ ସହରରେ ଯାହା ଆରମ୍ଭ ହୋଇଥିଲା ତାହା ଖୁବ୍ ଶୀଘ୍ର ଦେଶବ୍ୟାପୀ କୃଷକ ଆନ୍ଦୋଳନରେ ପରିଣତ ହୋଇଥିଲା, ଯାହା ଇଂରେଜମାନଙ୍କୁ ସେମାନଙ୍କ ଦାବି ମାନିବାକୁ ବାଧ୍ୟ କରିଥିଲା। ସେ କହିଥିଲେ ଯେ ଏହି ଆନ୍ଦୋଳନ ପରେ ମହାତ୍ମା ଗାନ୍ଧୀ ବଲ୍ଲଭଭାଇ ପଟେଲଙ୍କୁ “ସର୍ଦ୍ଦାର” ଉପାଧି ପ୍ରଦାନ କରିଥିଲେ ଏବଂ ସେବେଠାରୁ ସେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାବେ ପରିଚିତ ହୋଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ, ସ୍ୱାଧୀନତା ପରେ ବ୍ରିଟିଶମାନେ ଦେଶକୁ ୫୬୨ଟି ଦେଶୀୟ ରାଜ୍ୟରେ ବିଭକ୍ତ କରିଥିଲେ ଏବଂ ସମସ୍ତେ ଚିନ୍ତିତ ଥିଲେ ଯେ ଏତେ ସଂଖ୍ୟକ ରାଜ୍ୟରେ ବିଭକ୍ତ ହୋଇଥିବା ଏକ ରାଷ୍ଟ୍ର କିପରି ଏକ ସମନ୍ୱିତ ଭାରତରେ ପରିଣତ ହୋଇପାରିବ। ସର୍ଦ୍ଦାର ପଟେଲଙ୍କ ଅକ୍ଳାନ୍ତ ପ୍ରୟାସ, ଦୃଢ଼ ସଂକଳ୍ପ ଏବଂ ରାଷ୍ଟ୍ରନୀତି କାରଣରୁ ହିଁ ସମସ୍ତ ୫୬୨ଟି ଦେଶୀୟ ରାଜ୍ୟ ସ୍ୱଳ୍ପ ସମୟ ମଧ୍ୟରେ ଏକତ୍ର ହୋଇ ଭାରତର ବର୍ତ୍ତମାନର ମାନଚିତ୍ରକୁ ରୂପ ଦେଇଥିଲେ ଏବଂ ଆମ ରାଷ୍ଟ୍ରର ମୂଳଦୁଆ ପକାଇଥିଲେ। କାଠିଆୱାର, ଭୋପାଳ, ଜୁନାଗଡ଼, ଯୋଧପୁର, ଟ୍ରାଭାଙ୍କୋର ଏବଂ ହାଇଦ୍ରାବାଦ ଭଳି ଅଞ୍ଚଳ ଅଲଗା ରହିବା ପାଇଁ ବିଭିନ୍ନ ପ୍ରକାରର ପ୍ରୟାସ କରିଥିଲେ, କିନ୍ତୁ ସର୍ଦ୍ଦାର ପଟେଲଙ୍କ ଦୃଢ ଇଚ୍ଛାଶକ୍ତି ଏବଂ ସଂକଳ୍ପ ସମସ୍ତଙ୍କୁ ଏକାଠି କରି ଏକ ଅଖଣ୍ଡ ଭାରତ ଗଠନ କରିଥିଲା। ଶ୍ରୀ ଶାହ କହିଥିଲେ ଯେ, ଧାରା ୩୭୦ କାରଣରୁ କାଶ୍ମୀରକୁ ଭାରତ ସହିତ ସମ୍ପୂର୍ଣ୍ଣ ଭାବେ ଯୋଡ଼ିବା ଏକମାତ୍ର ଅସମ୍ପୂର୍ଣ୍ଣ କାର୍ଯ୍ୟ ଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ସର୍ଦ୍ଦାର ପଟେଲଙ୍କ ସେହି ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ପୂରଣ କରିଥିଲେ-ଏବଂ ଆଜି ଆମ ସମ୍ମୁଖରେ ବାସ୍ତବରେ ଏକ ଅଖଣ୍ଡ ଭାରତ ରହିଛି। ଶ୍ରୀ ଅମିତ ଶାହ କହିଥିଲେ ଯେ ସ୍ୱାଧୀନତା ଦିବସରେ ଯେତେବେଳେ ସମସ୍ତେ ଜାତୀୟ ପତାକା ଉତ୍ତୋଳନ କରିବାରେ ବ୍ୟସ୍ତ ଥିଲେ, ସେତେବେଳେ ସର୍ଦ୍ଦାର ପଟେଲ ନୌସେନା ଯୁଦ୍ଧ ଜାହାଜ ଉପରୁ ନଜର ରଖିଥିଲେ। ସେହି ସମୟରେ, ଲାକ୍ଷାଦ୍ୱୀପକୁ କିଏ ନିୟନ୍ତ୍ରଣ କରିବ, ଏହି ପ୍ରଶ୍ନ ଏକ ପ୍ରମୁଖ ପ୍ରସଙ୍ଗ ଥିଲା ଏବଂ ତୁରନ୍ତ ନୌସେନାକୁ ସେଠାକୁ ପଠାଇ ଏବଂ ତ୍ରିରଙ୍ଗା ଉତ୍ତୋଳନ ସୁନିଶ୍ଚିତ କରି ସର୍ଦ୍ଦାର ପଟେଲ ଲାକ୍ଷାଦ୍ୱୀପକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ କରି ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ, ତତ୍କାଳୀନ ବିରୋଧୀ ଦଳ ନେତୃତ୍ୱାଧୀନ ସରକାର ସର୍ଦ୍ଦାର ପଟେଲଙ୍କୁ ପ୍ରକୃତରେ ଯୋଗ୍ୟ ସମ୍ମାନ ଦେଇନଥିଲେ ଏବଂ ତାଙ୍କୁ ଭାରତ ରତ୍ନ ପ୍ରଦାନ କରିବା ପାଇଁ ୪୧ ବର୍ଷ ସମୟ ଲାଗିଥିଲା। ସର୍ଦ୍ଦାର ପଟେଲଙ୍କ ଅତୁଳନୀୟ ଅବଦାନ ପାଇଁ ଯୋଗ୍ୟ କୌଣସି ସ୍ମାରକୀ କେବେ ନିର୍ମାଣ କରାଯାଇନାହିଁ। ସେ କହିଥିଲେ, ଯେତେବେଳେ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେତେବେଳେ ସେ କେଭାଡିଆ କଲୋନୀରେ ସର୍ଦ୍ଦାର ପଟେଲଙ୍କ ପାଇଁ ଏକ ଭବ୍ୟ ସ୍ମାରକୀ ନିର୍ମାଣ କରିବାର ସଂକଳ୍ପ ନେଇଥିଲେ, ଯାହା ସମଗ୍ର ବିଶ୍ୱ ଧ୍ୟାନ ଦେବ। ସେହିଠାରେ ହିଁ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ର ପରିକଳ୍ପନା କରାଯାଇଥିଲା।୨୦୧୩ ମସିହା ଅକ୍ଟୋବର ୩୧ ତାରିଖରେ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ଏବଂ ୫୭ ମାସ ମଧ୍ୟରେ ସର୍ଦ୍ଦାର ପଟେଲଙ୍କ ୧୮୨ ମିଟର ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ସମ୍ପୂର୍ଣ୍ଣ ହୋଇଥିଲା, ଯାହା ଏବେ ସମଗ୍ର ଦେଶର ଏକତାର ପ୍ରତୀକ ଭାବେ ଉଭା ହୋଇଛି। ସର୍ଦ୍ଦାର ପଟେଲ ଜଣେ କୃଷକ ନେତା ଥିଲେ ଏବଂ ପ୍ରତିମୂର୍ତ୍ତି ନିର୍ମାଣରେ ବ୍ୟବହୃତ ପ୍ରାୟ ୨୫,୦୦୦ ଟନ୍ ଲୁହା କୃଷକମାନଙ୍କ ଉପକରଣରୁ ଆସିଥିଲା। ପ୍ରାୟ ୨୫,୦୦୦ ଟନ୍ ଲୁହା, ୯୦,୦୦୦ କ୍ୟୁବିକ୍ ମିଟର କଂକ୍ରିଟ୍ ଏବଂ ୧୭୦୦ ଟନ୍ ବ୍ରୋଞ୍ଜ ବ୍ୟବହାର କରି ନିର୍ମିତ ଏହି ବିଶାଳ ପ୍ରତିମୂର୍ତ୍ତିକୁ ଏପର୍ଯ୍ୟନ୍ତ ପ୍ରାୟ ୨.୫ କୋଟି ଲୋକ ପରିଦର୍ଶନ କରିଛନ୍ତି।  ଶ୍ରୀ ଅମିତ ଶାହ କହିଥିଲେ ଯେ ଦେଶର ଏକତା, ଅଖଣ୍ଡତା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସର୍ଦ୍ଦାର ପଟେଲ ଯେଉଁ ମାର୍ଗ ଦେଖାଇଛନ୍ତି, ସେହି ମାର୍ଗରେ ହିଁ ଆଜି ଭାରତ ଆଗକୁ ବଢ଼ୁଛି। ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ସମସ୍ତ ରାଜ୍ୟର ପୋଲିସ ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) କେଭାଡ଼ିଆଠାରେ ଏକ ଭବ୍ୟ ପରେଡ ଜରିଆରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ, ୧୫୦ତମ ଜୟନ୍ତୀ ପରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପ୍ରତିବର୍ଷ ଏହି ଭବ୍ୟ ଢଙ୍ଗରେ ଏକତା ପରେଡ ଆୟୋଜନ କରାଯିବ। ଚଳିତ ବର୍ଷ ଏକତା ଦୌଡ଼ ଏବଂ ଶପଥ ଗ୍ରହଣ ସମାରୋହ ମଧ୍ୟ ଏକ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରାଯାଉଛି। ଶ୍ରୀ ଶାହ କହିଥିଲେ ଯେ, ସର୍ଦ୍ଦାର ପଟେଲଙ୍କ ଚିନ୍ତାଧାରାକୁ ବିଶେଷ କରି ଯୁବକମାନଙ୍କ ମଧ୍ୟରେ ପ୍ରସାରିତ କରିବା ପାଇଁ କାଶ୍ମୀରରୁ କନ୍ୟାକୁମାରୀ ଏବଂ ଦ୍ୱାରକା ଠାରୁ କାମାକ୍ଷା ପର୍ଯ୍ୟନ୍ତ ସାରା ଦେଶରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଯେଉଁ ଯୁବକମାନେ ରାଷ୍ଟ୍ରର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ପାଇଁ ଶପଥ ନେବେ, ସେମାନେ ଭାରତର ଭବିଷ୍ୟତର ନିର୍ମାତା ହେବେ।

Continue reading

ଶ୍ରେୟସ ଆୟରଙ୍କ ସ୍ବାସ୍ଥ୍ୟକୁ ନେଇ ବଡ଼ ଅପଡେଟ୍‌ ଦେଲେ ସୂର୍ଯ୍ୟ କୁମାର

ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଶ୍ରେୟସ ଆୟରଙ୍କୁ ନେଇ ଦ୍ୱିତୀୟ ମେଡିକାଲ ଅପଡେଟ୍ ଜାରି କରିଛି । ବିସିସିଆଇ ମଙ୍ଗଳବାର କହିଛି ଯେ,ସିଡନୀର ହସ୍ପିଟାଲରେ ଭର୍ତ୍ତି ଶ୍ରେୟସଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। ସେ ଭାରତ ବିପକ୍ଷ ଅଷ୍ଟ୍ରେଲିଆର ତୃତୀୟ ଦିନିକିଆ ମ୍ୟାଚରେ ଏଲେକ୍ସ କ୍ୟାରୀଙ୍କର କ୍ୟାଚ୍ ଧରିବା ପରେ ଆହତ ହୋଇଥିଲେ। ତାଙ୍କ ଛାତିରେ ଗଭୀର ଆଘାତ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା। ତାଙ୍କର ଏକ ଅସ୍ତ୍ରୋପଚାର ମଧ୍ୟ କରାଯାଇଛି। ଫ୍ୟାନ୍ସମାନେ […]

Continue reading

ରାଫେଲରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ହରିୟାଣାର ଅମ୍ବାଲା ଏୟାରବେସରୁ ରାଫେଲ ଯୁଦ୍ଧବିମାନରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ଅମ୍ବାଲା ବାୟୁସେନା ଷ୍ଟେସନରୁ ଏକ ରାଫେଲ ଯୁଦ୍ଧ ବିମାନରେ ଉଡ଼ାଣ ଭରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ରାଫେଲ ଲଢ଼ୁଆ ବିମାନରେ ଉଡ଼ିବାର ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି । ରାଷ୍ଟ୍ରପତି ରାଫେଲରେ ଉଡ଼ିବା ନେଇ ଆଖପାଖ ଅଞ୍ଚଳରେ ନୋ ଡ୍ରୋନ ଜୋନ୍ ଘୋଷଣା କରାଯାଇଛି । ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା […]

Continue reading

ଅନ୍ତର୍ଜାତୀୟ ଆର୍ଯ୍ୟ ସମ୍ମିଳନୀ ୨୦୨୫ରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୧ ଅକ୍ଟୋବର ଦିନ ପ୍ରାୟ ୨:୪୫ ସମୟରେ ନୂଆଦିଲ୍ଲୀର ରୋହିଣୀରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଆର୍ଯ୍ୟ ସମ୍ମିଳନୀ ୨୦୨୫ରେ ଯୋଗଦେବେ । ଏହି କାର୍ଯ୍ୟକ୍ରମ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜନ୍ମବାର୍ଷିକୀ ଏବଂ ଆର୍ଯ୍ୟ ସମାଜର ୧୫୦ ବର୍ଷର ସେବା ଉପଲକ୍ଷେ ଆୟୋଜିତ ଜ୍ଞାନ ଜ୍ୟୋତି ମହୋତ୍ସବର ଏକ ପ୍ରମୁଖ ଅଂଶ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ଏହି ସମ୍ମିଳନୀ ଦେଶବ୍ୟାପୀ ଏବଂ ବିଦେଶରୁ ଆର୍ଯ୍ୟ ସମାଜ ୟୁନିଟର ପ୍ରତିନିଧିମାନଙ୍କୁ ଏକତ୍ରିତ କରିବ – ଯାହା ମହର୍ଷି ଦୟାନନ୍ଦଙ୍କ ସଂସ୍କାରବାଦୀ ଆଦର୍ଶର ସାର୍ବଜନୀନ ପ୍ରାସଙ୍ଗିକତା ଏବଂ ସଂଗଠନର ବିଶ୍ୱସ୍ତରୀୟ ପ୍ରସାରକୁ ପ୍ରତିଫଳିତ କରିବ । ଏଥିରେ “ସେବାର ୧୫୦ ସ୍ୱର୍ଣ୍ଣିମ ବର୍ଷ” ଶୀର୍ଷକ ଏକ ପ୍ରଦର୍ଶନୀ ମଧ୍ୟ ପ୍ରଦର୍ଶିତ ହେବ, ଯାହା ଶିକ୍ଷା, ସାମାଜିକ ସଂସ୍କାର ଏବଂ ଆଧ୍ୟାତ୍ମିକ ଉନ୍ନତିରେ ଆର୍ଯ୍ୟ ସମାଜର ଅବଦାନ ମାଧ୍ୟମରେ ଏହାର ପରିବର୍ତ୍ତନକାରୀ ଯାତ୍ରାକୁ ପ୍ରଦର୍ଶିତ କରିବ । ଏହି ସମ୍ମିଳନୀର ଲକ୍ଷ୍ୟ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ସଂସ୍କାରବାଦୀ ଏବଂ ଶିକ୍ଷାଗତ ଐତିହ୍ୟକୁ ସମ୍ମାନିତ କରିବା, ଶିକ୍ଷା, ସାମାଜିକ ସଂସ୍କାର ଏବଂ ରାଷ୍ଟ୍ର ନିର୍ମାଣରେ ଆର୍ଯ୍ୟ ସମାଜର ୧୫୦ ବର୍ଷର ସେବାର ଉତ୍ସବ ପାଳନ କରିବା ଏବଂ ବିକଶିତ ଭାରତ ୨୦୪୭ ସହିତ ସମନ୍ୱୟ ରଖି ବୈଦିକ ନୀତି ଏବଂ ସ୍ୱଦେଶୀ ମୂଲ୍ୟବୋଧ ବିଷୟରେ ବିଶ୍ୱସ୍ତରୀୟ ସଚେତନତାକୁ ପ୍ରେରଣା ଦେବ ।

Continue reading

ଜାପାନର ପ୍ରଧାନମନ୍ତ୍ରୀ ସାନେ ତାକାଇଚିଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନର ପ୍ରଧାନମନ୍ତ୍ରୀ ସାନେ ତାକାଇଚିଙ୍କ ସହ କଥା ହୋଇଛନ୍ତି |ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ତାକାଇଚିଙ୍କୁ ଦାୟିତ୍ୱ ଗ୍ରହଣ କରିବା ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କର ସଫଳ କାର୍ଯ୍ୟକାଳ ପାଇଁ ଶୁଭକାମନା ଦେଇଥିଲେ । ଦୁଇ ନେତା ଆର୍ଥିକ ସୁରକ୍ଷା, ପ୍ରତିରକ୍ଷା ସହଯୋଗ ଏବଂ ପ୍ରତିଭା ଗତିଶୀଳତା ଉପରେ ଧ୍ୟାନ ଦେବା ସହ ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱ ସହଭାଗୀତାକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କର ଦୃଷ୍ଟିକୋଣ ଉପରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି; “ଜାପାନର ପ୍ରଧାନମନ୍ତ୍ରୀ ସାନେ ତାକାଇଚିଙ୍କ ସହ କଥା ହେଲି । ଦାୟିତ୍ୱ ଗ୍ରହଣ କରିବା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଲି । ଏହାଛଡା ଆମେ ଅର୍ଥନୈତିକ ସୁରକ୍ଷା, ପ୍ରତିରକ୍ଷା ସହଯୋଗ ଏବଂ ପ୍ରତିଭା ଗତିଶୀଳତା ଉପରେ ଆଧାରିତ ଭାରତ-ଜାପାନ ସ୍ୱତନ୍ତ୍ର ରଣନୀତିକ ଏବଂ ବିଶ୍ୱସ୍ତରୀୟ ସହଭାଗିତାକୁ ଆଗକୁ ବଢ଼ାଇବା ପାଇଁ ଆମର ଦୃଷ୍ଟିକୋଣ ଉପରେ ଆଲୋଚନା କରିଥିଲୁ । ବିଶ୍ୱସ୍ତରୀୟ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ମଜବୁତ ଭାରତ-ଜାପାନ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ ସହମତ ହୋଇଥିଲୁ ।

Continue reading

କାଶୀରେ ଛଠ୍ ପର୍ବ ପାଳିଲେ କେନ୍ଦ୍ରମନ୍ତ୍ରୀ

ଛଠ୍ ପୂଜା ପ୍ରକୃତି, ଜ୍ଞାନ ଓ ବିଜ୍ଞାନର ସଙ୍ଗମ – ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବାବା ବିଶ୍ୱନାଥଙ୍କ ନଗରୀ କାଶୀରେ ଛଠ୍ ପର୍ବ ଅବସରରେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିବା ସହ ଦେଶବାସୀଙ୍କୁ ଏହି ପର୍ବର ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ସୂର୍ଯ୍ୟ ଉପାସନାର ମହାପର୍ବ ହେଉଛି ଛଠ୍ । ସମସ୍ତ ବିହାରବାସୀ ଏବଂ ଦେଶବାସୀଙ୍କୁ ଏହି ଦିବସର ଅଭିନନ୍ଦନ […]

Continue reading

‘ଗଭୀର ସମୁଦ୍ର ମାଛଧରା ଜାହାଜ’ ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ମୁମ୍ବାଇର ମଡ଼ଗାଓଁ ଡକରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ‘ଗଭୀର ସମୁଦ୍ର ମାଛଧରା ଜାହାଜ’କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ ଏବଂ ଶ୍ରୀ ଅଜିତ ପାୱାର ଏବଂ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମୁରଲୀଧର ମୋହୋଲ ମଧ୍ୟ ଉପସ୍ଥିତ ଥିଲେ।  ଶ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ […]

Continue reading

‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର କୋରାପୁଟ କଫି ଅତ୍ୟନ୍ତ ସ୍ବାଦିଷ୍ଟ। କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ। ଚାକିରି ଛାଡ଼ି କଫି ଚାଷରେ ଅନେକ ଲୋକ ମନ ବଳାଉଛନ୍ତି। କଫି ଚାଷରେ ମହିଳାଙ୍କ ସହଭାଗିତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆଜିର ସମୟରେ କୋରାପୁଟ କଫିରୁ ବହୁ ଲାଭ ମିଳୁଛି। ସେହିପରି ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ଛଟ୍‌ ପର୍ବର ଶୁଭେଚ୍ଛା ଜଣାଇଛନ୍ତି। […]

Continue reading

ଛଟ ପୂଜାର ପବିତ୍ର ଖରନା ରୀତି ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାପର୍ବ ଛଟ ସମୟରେ ପାଳିତ ଏକ ଗୁରୁତ୍ୱପୂର୍ଣ୍ଣ ରୀତି ‘ଖରନା’ର ପବିତ୍ର ଅବସରରେ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଏହି ପବିତ୍ର ପର୍ବ ସହିତ ଜଡିତ କଷ୍ଟକର ଉପବାସ ଏବଂ ରୀତିନୀତି ପାଳନ କରୁଥିବା ସମସ୍ତ ଭକ୍ତଙ୍କ ପ୍ରତି ସେ ତାଙ୍କର ସମ୍ମାନ ପ୍ରକାଶ କରିଛନ୍ତି। ଶ୍ରୀ ମୋଦୀ ଏହି ଅବସରରେ ଛଟି ମାତାଙ୍କୁ ଉତ୍ସର୍ଗୀକୃତ ଭକ୍ତିଗୀତ ମଧ୍ୟ ଶେୟାର କରିଛନ୍ତି । ଏକ୍ସରେ ଏକ ପୋଷ୍ଟରେ […]

Continue reading

ଭାରତୀୟ ଦଳର ଦୁଇ ସିନିୟର ଷ୍ଟାର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଜବରଦସ୍ତ ପ୍ରଦର୍ଶନ

ଭାରତୀୟ ଦଳର ଦୁଇ ସିନିୟର ଷ୍ଟାର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌କୁ ଭାରତ ସହଜରେ ୯ ଉଇକେଟରେ ଜିତି ନେଇଛି। ସିରିଜ୍‌ ଆରମ୍ଭରୁ ପ୍ରଦର୍ଶନ ଲାଗି ଚାପରେ ଥିବା ରୋହିତ ଅପରାଜିତ ୧୨୧ ଓ କୋହଲି ଅପରାଜିତ ୭୪ ରନର ଇନିଂସ ଖେଳି ସମାଲୋଚକଙ୍କୁ ଚୁପ କରି ଦେଇଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ପ୍ରଦତ୍ତ ୨୩୭ ରନର ଟାର୍ଗେଟକୁ ଭାରତ ୩୮.୩ […]

Continue reading