ପୂର୍ବୋତ୍ତର ରାଜ୍ୟ ଆସାମରେ ପ୍ରକୃତି ରଚିଛି ଭୟଙ୍କର ତାଣ୍ଡବ। ବିଗତ କିଛି ଦିନ ଧରି ଲଗାତାର ହେଉଥିବା ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ସମଗ୍ର ରାଜ୍ୟରେ ବନ୍ୟା ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡ଼ିଛି। ରାଜ୍ୟର ପ୍ରମୁଖ ନଦୀ ବ୍ରହ୍ମପୁତ୍ର ଏବଂ ଏହାର ଶାଖା ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଶହ ଶହ ଗ୍ରାମ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛନ୍ତି। ଲଗାତାର ବର୍ଷା ଓ ବନ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକ […]
Continue readingMonthly Archives: June 2026
ସେସେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେଲେ ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ଲୋବାଲ୍ ବ୍ରାଣ୍ଡ୍ ଭାଲ୍ୟୁରେ ଯୋଡ଼ି ହୋଇଛି ଆଉ ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ। ଭାରତର ବହିଃବ୍ୟାପାର ଏବଂ ସାମୁଦ୍ରିକ କୂଟନୀତିକୁ ଏକ ବଡ଼ ସଫଳତା ପ୍ରଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଫ୍ରିକୀୟ ଦ୍ୱୀପରାଷ୍ଟ୍ର ସେସେଲ୍ସର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରାଯାଇଛି। ଦୁଇ ଦେଶ ମଧ୍ୟରେ ଥିବା ସାମରିକ, ବାଣିଜ୍ୟିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଏକ ନୂଆ ଉଚ୍ଚତା ପ୍ରଦାନ କରିବା ସହ ଭାରତ ମହାସାଗର ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା […]
Continue readingକାହିଁକି ହୁଏ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା?
ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ଶ୍ରୀକ୍ଷେତ୍ର ପୁରୀରେ ବର୍ଷସାରା ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରେ ‘ଦେବସ୍ନାନ ପୂର୍ଣ୍ଣିମା’ ବା ‘ସ୍ନାନ ଯାତ୍ରା’ ସବୁଠାରୁ ଅଲୌକିକ ଓ ଆକର୍ଷଣୀୟ। ଜ୍ୟେଷ୍ଠ ମାସର ଶୁକ୍ଳ ପୂର୍ଣ୍ଣିମା ତିଥିରେ ଏହି ମେଗା ପର୍ବ ଅନୁଷ୍ଠିତ ହୋଇଥାଏ। ଶାସ୍ତ୍ରୀୟ ମାନ୍ୟତା ଅନୁଯାୟୀ, ଏହି ପବିତ୍ର ତିଥିରେ ହିଁ ଦାରୁବ୍ରହ୍ମ ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରକଟ ହୋଇଥିଲେ, ତେଣୁ ଏହାକୁ ଶ୍ରୀଜଗନ୍ନାଥଙ୍କ ଜନ୍ମୋତ୍ସବ ବା ଆବିର୍ଭାବ ଦିବସ ଭାବେ ମଧ୍ୟ ପାଳନ କରାଯାଏ। ବର୍ଷକରେ ମାତ୍ର […]
Continue readingସାଧାରଣ ଲୋକଙ୍କୁ କାହିଁକି ସହଜରେ ମିଳେନି ଋଣ?
ଦେଶରେ ସାଧାରଣ ଲୋକଟିଏ ନିଜର ଛୋଟ ଘର ଖଣ୍ଡେ ପାଇଁ, ପିଲାଙ୍କ ପାଠପଢ଼ା ପାଇଁ କିମ୍ବା କୌଣସି ଜରୁରୀ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ବ୍ୟାଙ୍କକୁ ଋଣ ମାଗିବାକୁ ଗଲେ ତାଙ୍କୁ ନାକେଦମ୍ ହେବାକୁ ପଡ଼େ। ଶହେ ପ୍ରକାର କାଗଜପତ୍ର, ଗ୍ୟାରେଣ୍ଟର ଏବଂ କଠୋର ସର୍ତ୍ତାବଳୀ ଭିତରେ ମଧ୍ୟବିତ୍ତ ଲୋକଟିଏ ବ୍ୟାଙ୍କ ଚକ୍କର କାଟି କାଟି ଥକିଯାଏ। କିନ୍ତୁ ଅନ୍ୟପଟେ ବଡ଼ ବଡ଼ କମ୍ପାନୀ ଓ କୋଟିପତିମାନଙ୍କୁ ବିପୁଳ ପରିମାଣର ଋଣ ମଞ୍ଜୁର କରିବା ବେଳେ ଷ୍ଟେଟ୍ ବ୍ୟାଙ୍କ […]
Continue readingଆସନ୍ତାକାଲି ମହାପ୍ରଭୁ ରତ୍ନ ସିଂହାସନରୁ ଆସିବେ ସ୍ନାନ ମଣ୍ଡପକୁ,ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ
ଆସନ୍ତାକାଲି ମହାପ୍ରଭୁ ରତ୍ନ ସିଂହାସନରୁ ଆସିବେ ସ୍ନାନ ମଣ୍ଡପକୁ। ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଯାତ୍ରା ଏବଂ ଦୁର୍ଲଭ ଗଜାନନ ବେଶ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ମୁଖ୍ୟତଃ ମହାପ୍ରଭୁଙ୍କ ନୀତିକାନ୍ତିକୁ ନିର୍ଦ୍ଧାରିତ ସମୟରେ ସମ୍ପାଦନ କରିବା ଉପରେ ଗୁରୁତ୍ବ ଦିଆଯାଉଛି। ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ସମଗ୍ର ପୁରୀ ସହରକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଓ ଗଜାନନ ବେଶ […]
Continue readingସେଶେଲସ୍ ରାଜଧାନୀ ଭିକ୍ଟୋରିଆର ସଂସଦକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ସେଶେଲସ୍ ରାଜଧାନୀ ଭିକ୍ଟୋରିଆରେ ସେଠାକାର ସଂସଦକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଇତିହାସ ରଚିଛନ୍ତି। ଏହାକୁ ମିସାଇ ମୋଦି ବିଶ୍ୱର ୨୦ ଟି ଦେଶର ସଂସଦକୁ ଏପର୍ଯ୍ୟନ୍ତ ସମ୍ବୋଧିତ କଲେଣି। ମୋଦି ନିଜ ଭାଷଣ ଆରମ୍ଭ କରି କହିଛନ୍ତି ଯେ ‘ଏହି ନ୍ୟାସନାଲ ଆସେମ୍ବ୍ଲିକୁ ସମ୍ବୋଧିତ କରୁଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଆପଣମାନଙ୍କ ସମ୍ମୁଖରେ ଛିଡା ହେବା ମୋ ପାଇଁ ବହୁତ ସମ୍ମାନର କଥା। ମୁଁ ମୋ ସହିତ ଭାରତର ୧୪୦ କୋଟି […]
Continue readingଏନସିଓଆରଡିର ୧୦ମ ଶୀର୍ଷ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ଶ୍ରୀ ଅମିତ ଶାହ
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ନାର୍କୋ-କୋଅର୍ଡିନେସନ ସେଣ୍ଟର (ଏନସିଓଆରଡି)ର ୧୦ମ ଶୀର୍ଷ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଗୃହମନ୍ତ୍ରୀ ‘ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ (୨୦୨୬-୨୦୨୯)’ ଏବଂ ‘ଏନସିବିର ବାର୍ଷିକ ରିପୋର୍ଟ-୨୦୨୫’ ଉନ୍ମୋଚନ କରିବା ସହ ଜାମ୍ମୁ ଓ ଗୌହାଟୀରେ ଏନସିବି ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକୁ ଇ-ଉଦଘାଟନ କରିଛନ୍ତି। ଶ୍ରୀ ଶାହ ୨,୦୯,୫୦୦ କିଲୋଗ୍ରାମ ଓଜନର ଏବଂ ୬,୦୦୦ କୋଟି ଟଙ୍କା ମୂଲ୍ୟର ମାଦକ ଦ୍ରବ୍ୟ ନଷ୍ଟ କରିବା […]
Continue readingପୁସ୍ତକ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା, ପିଲାଙ୍କୁ ମିଳିବ ନୂଆ ବହି
୨ ସପ୍ତାହ ହେଲାଣି ବହିରେ ତ୍ରୁଟିକୁ ନେଇ ସାରା ରାଜ୍ୟ ହୁଲ୍ସ୍ତୁଲ୍ ହେଉଛି । ୪୦ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ନେଇ ଠିଆ ହୋଇଛି ପ୍ରଶ୍ନ ଚିହ୍ନ । ଅଭିଭାବକ ଚିନ୍ତାରେ । ଶିକ୍ଷକ ଚିନ୍ତାରେ । ଛାତ୍ରଛାତ୍ରୀ ମଧ୍ୟ ଚିନ୍ତାରେ । ସମସ୍ତଙ୍କ ମନରେ ଅସନ୍ତୋଷ । ଏମିତି ସ୍ଥିତିରେ ପୁସ୍ତକ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା ସାମ୍ନାକୁ ଆସିଛି । ସେ କହିଛନ୍ତି ସରକାର ଏ ତ୍ରୁଟିଗୁଡିକୁ ଗମ୍ଭୀରତାର ସହ ନେଇଛନ୍ତି । […]
Continue readingବାସ୍ତବରେ ଧର୍ମେନ୍ଦ୍ର ପ୍ରଧାନ ଜଣେ ଓଡ଼ିଆ ବିସ୍ମୟ ପ୍ରତିଭା
ଆଜି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫୮(ଅଠାବନ) ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ୧୯୬୯ ମସିହାରେ ଜନ୍ମଗ୍ରହଣ କରିଥିବା ଶ୍ରୀଯୁକ୍ତ ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆନ୍ଥୋପଲୋଜୀରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି । ଛାତ୍ରଜୀବନରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟ ଭାବେ କାର୍ଯ୍ୟ କରି ପରବର୍ତ୍ତୀ ସମୟରେ ଏହାର କେନ୍ଦ୍ରୀୟ ନେତା ହେବା ଏବଂ ତତ୍ ପରବର୍ତ୍ତୀ ସମୟରେ ଏହାର ଯୁବ ସଂଗଠନର ସର୍ବଭାରତୀୟ ସଭାପତି ହୋଇଥିଲେ । ମାତ୍ର ୩୧ ବର୍ଷ ବୟସରେ […]
Continue readingଅଣ-ଘରୋଇ ଏଲପିଜି ଯୋଗାଣ ନେଇ ସମସ୍ତ କ୍ଷେତ୍ରଭିତ୍ତିକ ନିଷେଧାଜ୍ଞା ପ୍ରତ୍ୟାହାର କଲେ ସରକାର, ତେଲ ଦର କମିବ !
ବ୍ୟବସାୟୀ ତଥା ସାଧାରଣ ଖାଉଟିଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦେଶରେ ଅଣ-ଘରୋଇ (Commercial) ଏଲ୍ପିଜି ସିଲିଣ୍ଡର ଯୋଗାଣ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଛି। ପୂର୍ବରୁ ଏହି ଯୋଗାଣ ଉପରେ ଲାଗୁ ହୋଇଥିବା ସମସ୍ତ ପ୍ରକାର କ୍ଷେତ୍ରଭିତ୍ତିକ ନିଷେଧାଜ୍ଞାକୁ ସରକାର ଆଧିକାରିକ ଭାବେ ପ୍ରତ୍ୟାହାର କରିନେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ସ୍ମଲ୍ ସ୍କେଲ୍ ଇଣ୍ଡଷ୍ଟ୍ରିଗୁଡ଼ିକରେ ଗ୍ୟାସ୍ ସଙ୍କଟ ଦୂର ହେବା ସହ ବଜାରରେ ବ୍ୟବସାୟିକ ଅଭିବୃଦ୍ଧି ଘଟିବ […]
Continue reading







