ଦିନରେ ପ୍ରବଳ ଗରମ ଗୁଳୁଗୁଳି ହେଉଥିବା ବେଳେ ସନ୍ଧ୍ୟା ହେଲେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳୁଛି । ଅନେକ ସ୍ଥାନରେ କ୍ଷୟକ୍ଷତି ହେଉଛି । ତେବେ ଆହୁରି ଆଗାମୀ କିଛି ଦିନ ଏଭଳି ସ୍ଥିତି ରହିବା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସାତ ଜିଲାକୁ ଝଡ଼ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ମାଲକାନଗିରି, କୋରାପୁଟ, ନବରଙ୍ଗପୁରକୁ ଓ୍ବାର୍ନିଂ ଜାରି କରାଯାଇଛି । […]
Continue readingMonthly Archives: June 2026
ପ୍ରତିଭା, ନିଷ୍ଠା ଓ କଠିନ ପରିଶ୍ରମ ବଳରେ ଦେଶକୁ ନୂଆ ଉଚ୍ଚତାକୁ ନେବାକୁ ପ୍ରସ୍ତୁତ ଭାରତର ଯୁବପିଢ଼ି
ଦିଲ୍ଲୀର ତ୍ୟାଗରାଜ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ‘ ବିକଶିତ ଭାରତ ପାଇଁ ଯୁବପିଢି: ମାଇ ଭାରତ ଯୁବ ସମ୍ମିଳନୀ’ରେ ଉଦବୋଧନ ଦେଇଥିଲେ। ଏହି ସମ୍ମିଳନୀରେ ସାରାଦେଶରୁ ଆସିଥିବା ୬୦୦୦ ରୁ ଅଧିକ ଯୁବକଯୁବତୀ ଯୋଗଦେଇଥିଲେ। ସେମାନେ ଛାତ୍ର, ଯୁବ ପେସାଦାର, ଯୁବତୀ, ଉଦ୍ୟୋଗୀ, କଣ୍ଟେଣ୍ଟ୍ କ୍ରିଏଟର୍, ନବସୃଜନକାରୀ, ଉଦୀୟମାନ ନେତା ଏବଂ କୃତିତ୍ୱ ହାସଲକାରୀଙ୍କ ସମେତ ବିବିଧ ପୃଷ୍ଠଭୂମିର […]
Continue readingକ୍ରୀଡ଼ା କେବଳ, ମେଡାଲ, ରେକର୍ଡ କିମ୍ବା ଜୟ-ପରାଜୟ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଜୀବନରେ ଅନୁଶାସନ
କ୍ରୀଡ଼ା କେବଳ, ମେଡାଲ, ରେକର୍ଡ କିମ୍ବା ଜୟ-ପରାଜୟ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଜୀବନରେ ଅନୁଶାସନ, ଟିମ୍ ୱାର୍କ ଏବଂ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ଧୈର୍ଯ୍ୟ ଶିଖାଇଥାଏ ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ୱାରା ଆୟୋଜିତ ଦୁଇଦିନିଆ ‘ଚିନ୍ତନ ଶିବିର’ର ଉଦ୍ଯାପନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ କ୍ରୀଡ଼ାର ବିକାଶ […]
Continue readingରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ସଫଳତା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶା ସରକାର ଶିଳ୍ପ ବିକାଶକୁ ଆହୁରି ତ୍ୱରାନ୍ୱିତ କରିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୭ତମ ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ୨୪ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ସମସ୍ତ ପ୍ରକଳ୍ପ ଜରିଆରେ ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ […]
Continue readingହିନ୍ଦୁତ୍ୱର ବ୍ରାଣ୍ଡ୍ ଆମ୍ବାସଡର ଓ କଠୋର ପ୍ରଶାସକ: କାହିଁକି କୋଟି କୋଟି ଜନସାଧାରଣଙ୍କ ପ୍ରିୟ ଯୋଗୀ ଆଦିତ୍ୟନାଥ?
ଭାରତୀୟ ରାଜନୀତିରେ ଯେଉଁ କେତେଜଣ ନେତା ନିଜର ସ୍ପଷ୍ଟ ଆଭିମୁଖ୍ୟ, କଠୋର ପ୍ରଶାସନିକ ନିଷ୍ପତ୍ତି ଏବଂ ସନାତନ ସଂସ୍କୃତିର ସୁରକ୍ଷା ପାଇଁ ସାରା ଦେଶରେ ଚର୍ଚ୍ଚାର ଶୀର୍ଷରେ ରହନ୍ତି, ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନ୍ୟତମ। ଜଣେ ଗେରୁଆଧାରୀ ସନ୍ନ୍ୟାସୀରୁ ଦେଶର ସବୁଠାରୁ ବଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ ସମ୍ଭାଳିବା ପର୍ଯ୍ୟନ୍ତ, ଯୋଗୀଙ୍କ ରାଜନୈତିକ ଯାତ୍ରା ବେଶ୍ ଆକର୍ଷଣୀୟ। ଯୋଗୀ ଆଦିତ୍ୟନାଥ କେବଳ ଜଣେ ରାଜନେତା ନୁହନ୍ତି, ବରଂ ସେ ନାଥ ସମ୍ପ୍ରଦାୟର ସବୁଠାରୁ […]
Continue readingଇସ୍କନର ବେଆଇନ ରଥଯାତ୍ରା ବିରୋଧରେ ଗଜପତିଙ୍କ ବଡ଼ ପ୍ରହାର: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ମହାରାଜା
ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ଶାସ୍ତ୍ରୀୟ ନୀତିର ସୁରକ୍ଷା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏକ ବଡ଼ ତଥା ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆନ୍ତର୍ଜାତୀୟ ଆଧ୍ୟାତ୍ମିକ ସଂଗଠନ ‘ଇସ୍କନ’ (ISKCON) ଦ୍ୱାରା ବିଦେଶ ମାଟିରେ ମନଇଚ୍ଛା ଏବଂ ଶାସ୍ତ୍ର ବିରୋଧୀ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ କରିବାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଗଜପତି। ଏହି ବେଆଇନ ପରମ୍ପରା ଉପରେ ରୋକ୍ ଲଗାଇବା ଏବଂ ଜରୁରୀ ହସ୍ତକ୍ଷେପ ପାଇଁ […]
Continue readingରାଜ୍ୟସଭା ଉପନିର୍ବାଚନ ଲାଗି ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ: ବିଜୟ ଏକପ୍ରକାର ସୁନିଶ୍ଚିତ?
ଓଡ଼ିଶାରୁ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରାଜନୈତିକ ଗତିବିଧି ବେଶ୍ ଜୋର୍ ଧରିଛି। ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ଆଧିକାରିକ ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ଓଡ଼ିଶା ବିଧାନସଭା ପରିସରରେ ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଏବଂ ଦଳର ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀ ଓ ବିଧାୟକମାନଙ୍କ ଗହଣରେ ସେ ପ୍ରାର୍ଥିପତ୍ର ଦାଖଲ କରି […]
Continue readingବିଶ୍ୱ ପରିବେଶ ଦିବସରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କଲା ବିଜେପି
ଗଛ କଟା, ପ୍ରଦୂଷଣ ଓ ଜଳ ସଙ୍କଟ ଯୋଗୁ ସାରା ବିଶ୍ୱରେ ଜଳବାୟୁ ପରିବର୍ତନ ହେବାରେ ଲାଗିଛି। ଏହାର ପ୍ରଭାବ ଧୀରେ ଧୀରେ ଅନୁଭବ ହେଉଛି ଏବଂ ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ଏଭଳିସ୍ଥିତିରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ଜରୁରୀ ହୋଇପଡ଼ିଛି। ଏନେଇ ବିଶ୍ୱ ପର୍ଯ୍ୟାବରଣ ଦିବସ ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପକୁ ପାଥେୟ କରି ବିଜେପି ରାଜ୍ୟ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲ […]
Continue readingଛାତ୍ରଛାତ୍ରୀଙ୍କ ମାନସିକ ସୁସ୍ଥତା ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ: ‘ଜାତୀୟ ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ନୀତି’ର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିକ୍ଷକମାନେ ସାଜିବେ ପ୍ରଥମ କାଉନସେଲର୍!
ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା କୁନି କୁନି ଛାତ୍ରଛାତ୍ରୀଙ୍କ ମାନସିକ ଚାପ ହ୍ରାସ କରିବା ଏବଂ ସେମାନଙ୍କ ସାମଗ୍ରିକ କଲ୍ୟାଣ ପାଇଁ କେନ୍ଦ୍ର ସରକାର ଏକ ବଡ଼ ନୀତି ଆଣିବାକୁ ଯାଉଛନ୍ତି। ବିଦ୍ୟାଳୟଗୁଡ଼ିକ ପାଇଁ ପ୍ରସ୍ତାବିତ ‘ଜାତୀୟ ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ନୀତି’ର ଡ୍ରାଫ୍ଟ ଉପରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ଏହି ସୂଚନା […]
Continue readingବିଶ୍ୱ ପରିବେଶ ଦିବସରେ ‘ଏକ ପେଡ୍ ମା’ କେ ନାମ୍’ ଅଭିଯାନ: ପରିବାର ସହ ଗଛ ଲଗାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୁନି କୁନି ପିଲାଙ୍କୁ ଦେଲେ ପରିବେଶ ସୁରକ୍ଷାର ବାର୍ତ୍ତା!
ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସାରା ଦେଶରେ ପରିବେଶ ସୁରକ୍ଷାକୁ ନେଇ ବ୍ୟାପକ ସଚେତନତା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆହ୍ୱାନ କରାଯାଇଥିବା ‘ଏକ ପେଡ୍ ମା’ କେ ନାମ୍ ୩.୦’ ଅଭିଯାନରେ ସାମିଲ ହୋଇ ବୃକ୍ଷରୋପଣ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ ନୂଆଦିଲ୍ଲୀଠାରେ ନିଜର ମା’ ଏବଂ ପରିବାର ସଦସ୍ୟଙ୍କ ସହ ମିଶି ବୃକ୍ଷରୋପଣ କରିଛନ୍ତି। ଏହା ସହିତ ଦିଲ୍ଲୀ କାଣ୍ଟନମେଣ୍ଟ ସ୍ଥିତ […]
Continue reading








